ପ୍ରାୟ ଚଉବନଟି କବିତାକୁ ନେଇ ପ୍ରସ୍ତୁତ
ପାଣ୍ଡୁଲିପିରେ ଭରିଯାଇଥିବା କବିତାର ଅମୃତ ପାଠକଙ୍କୁ ମନ୍ତ୍ରମୁଗ୍ଧ କରିଦିଏ । କବିତାରେ କବି କହନ୍ତି
– ‘ତମେ ମୋ
ପାଇଁ ଅବୁଝା । ତେଣୁ ମୁଁ ଏଠି ଏକା ଏକା ।‘ ଏତେ ନିଜର ହେଲା ପରେ ଆଉ ଗୋଟେ
ମଣିଷକୁ ବୁଝି ପାରେନା। ସମଗ୍ର ସୃଷ୍ଟିର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ହେଲେହେଁ ମଣିଷକୁ ବୁଝିବା
କଷ୍ଟ। ଏଠି କବି ଏହା ହିଁ କହିଛନ୍ତି। ସେହି ହଜିଲା ସ୍ମୃତିକୁ ଖୋଜିବା ତଥା ନିଜ ପ୍ରେମକୁ ସାଉଁଟିବା
କଥା ବି କବି କହିଛନ୍ତି । କବିଙ୍କ ଭାଷାରେ –
“କେଉଁ ବନେ ହଜିଗଲ
ତୁମେ ସ୍ମୃତିର ଶାମୁକା
ସେ ସ୍ମୃତିରେ ଜଳିବାକୁ
ରହିଛି ମୁଁ ଏକ ଏକା।“
କବି ଭାଗିରଥିଙ୍କ ‘ଏକା ଏକା ହୃଦୟ’ ପ୍ରଥମ କବିତା ବହି ଭଳି ମାନେ ହୁଏନି। ତାଙ୍କରି କବିତାରେ ଦଖଲ ଅଛି। ଶବ୍ଦ ଓ ଭାବ ମଧ୍ୟ
ସମପରିମାଣରେ ଉତ୍କୃଷ୍ଟ। କବିତା ସୃଷ୍ଟି ଦିଗରେ ସେ ଯଦି ଆଉ ଟିକେ ଯତ୍ନବାନ ହୋଇପାରିବେ ତେବେ କବି
ଭାଗିରଥୀ ଆମ କାବ୍ୟ ସାହିତ୍ଯ ସକାଶେ ଏକ ସଫଳ ବିନ୍ଧାଣି ହୋଇପାରିବେ, ଏହା
ମୋର ମତାମତ।
କବି
ପରିଚୟ:
କବି ଭାଗିରଥୀ ବେହେରା ୧୯୭୮ ମସିହା
ମେ ମାସ ୧୨ ତାରିଖରେ ମାତା √ ରୁକ୍ମିଣୀ ଦେବୀ ଏବଂ ପିତା √
କପିଳ ବେହେରାଙ୍କ ଔରସରୁ ଗଞ୍ଜାମ ଜିଲ୍ଲାର ସଂସ୍କୃତି ସମ୍ପନ୍ନ ଗ୍ରାମ ଲଙ୍ଗଳେଶ୍ଵରଠାରେ ଜନ୍ମଗ୍ରହଣ
କରିଥିଲେ। ସେ ଅନେକ ଦିନରୁ ସାହିତ୍ୟ ରଚନା କରି ଆସୁଛନ୍ତି । ପୂର୍ବରୁ ସିଏ ‘ନୀଡ’ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ। ଅନେକ କବିତା, ପ୍ରବନ୍ଧ, ଉପନ୍ୟାସ ସେ ଲେଖିଛନ୍ତି। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କରି ସାହିତ୍ୟ ପ୍ରକାଶିତ ।
ଏକ ଶିକ୍ଷାବିତ ଭାବରେ ତାଙ୍କର ବିଶେଷଖ୍ୟାତି ରହିଛି । ଅଧୁନା ସେ ମାଉଣ୍ଟ ଲିଟେରା, ଜୀ ସ୍କୁଲ, ଗୋବିନ୍ଦପୁର, ବ୍ରହ୍ମପୁରଠାରେ
ଅଧ୍ୟକ୍ଷ ଭାବେ ଅବସ୍ଥାପିତ।
ପ୍ରକାଶକ: ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମପୁର (ଗଞ୍ଜାମ)
ମୂଲ୍ୟ: ଷାଠିଏ ଟଙ୍କା ମାତ୍ର
0 Comments