ବଣମଲ୍ଲୀର ମହକ – ପ୍ରବନ୍ଧ ଏବଂ ଗଳ୍ପ ପ୍ରତିଯୋଗିତା ଘୋଷଣା

ବଣମଲ୍ଲୀର ମହକ ସାହିତ୍ଯ ଅନୁଷ୍ଠାନ ସମସ୍ତ ଲେଖକ/ଲେଖିକାମାନଙ୍କୁ ଉତ୍କଳ ଦିବସ ୨୦୧୮ ଉପଲକ୍ଷେ ହେବାକୁ ଯାଉଥିବା ପ୍ରବନ୍ଧ ଏବଂ ଗଳ୍ପ ପ୍ରତିଯୋଗିତା ପାଇଁ ସ୍ଵରଚିତ, ଅପ୍ରକାଶିତ ଲେଖା ଆହ୍ଵାନ କରୁଛି । ଏହି ପ୍ରତିଯୋଗିତା ପାଇଁ ଲେଖକମାନେ ନିମ୍ନ ଅବଗତ ନିୟମାବଳୀ ଅନୁସାରେ ନିଜର ଲେଖା ଉପସ୍ଥାପନ ଓ ନିର୍ଦ୍ଧାରିତ ସମୟ ଓ ଠିକଣାରେ ଲେଖା ପଠାଇବାକୁ ଅନୁରୋଧ।






ନିୟମାବଳୀ:
୧। ପ୍ରବନ୍ଧ ବିଷୟବସ୍ତୁ - ଉତ୍କଳ ଦିବସ / ଉତ୍କଳ ପ୍ରସଙ୍ଗ / ଆମ ଭାଷା ଆମ ସାହିତ୍ଯ
-      ଶବ୍ଦ ସଂଖ୍ୟା – ୫୦୦ ରୁ ୧୦୦୦ (ଏକ ରୁ ଦୁଇ ପୃଷ୍ଠା)
-      ଲେଖା ନିଜସ୍ଵ ଏବଂ ଅପ୍ରକାଶିତ ହୋଇଥିବା ଜରୁରୀ

୨। ଗଳ୍ପ ବିଷୟବସ୍ତୁ – ସ୍ମୃତି (ନିଜସ୍ଵ ପିଲାଦିନର ଅନୁଭୂତି କିମ୍ବା ସ୍ମୃତି)
-      ଶବ୍ଦ ସଂଖ୍ୟା – ୫୦୦ ଶବ୍ଦ / ଏକ ପୃଷ୍ଠା ଭିତରେ
-      ଲେଖା ନିଜସ୍ଵ ଏବଂ ପିଲାଦିନର ଅନୁଭୂତି ହୋଇଥିବା ଜରୁରୀ

୩। ଲେଖା ଜାତି, ଧର୍ମ ଏବଂ ସମ୍ପ୍ରଦାୟ ବିରୁଦ୍ଧରେ ନଥିବା କିମ୍ବା ଅନୈତିକ ଚିନ୍ତା/ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁନଥିବା ଆବଶ୍ୟକ ।
୪। ପ୍ରତିଟି ଲେଖା ଆମ ଇ-ପତ୍ରିକା/ୱେବସାଇଟ http://www.banamalli.org ରେ ପ୍ରକାଶିତ ହେବ ।
୫। ଲେଖାଗୁଡ଼ିକୁ ଆମ ସମ୍ପାଦକମଣ୍ଡଳୀ ଚୟନ କରିବା ସହ ଅନଲାଇନ ଭୋଟିଂ ଏବଂ କମେଣ୍ଟରୁ ମଧ୍ୟ ସମୀକ୍ଷା କରାଯିବ।
୬। ଲେଖା ସୁନ୍ଦର ଭାବେ ଡ଼ିଟିପି କିମ୍ବା ହସ୍ତଲିଖିତ ହୋଇଥିବା ଆବଶ୍ୟକ ।
୭। ଲେଖା ସହ ନିଜର ଏକ ରଙ୍ଗୀନ ପାସଫୋଟୋ, ସଂପୂର୍ଣ୍ଣ ଠିକଣା (ଫୋନ ନମ୍ବର ସହ) ପଠାଇବାକୁ ଅନୁରୋଧ।
୮। ଇମେଲ ରେ ଲେଖା ପଠାଇବା ଠିକଣା :
-      emagazinebanamalli@gmail.com, naresh.yltp@gmail.com,
୯। ଅନଲାଇନରେ ପୋଷ୍ଟ କରିବା ପାଇଁ କ୍ଲିକ କରନ୍ତୁ - http://www.banamalli.org/wp-admin/post-new.php
୧୦। ଡାକରେ ଲେଖାପଠାଇବା ପାଇଁ ଯୋଗାଯୋଗ କରନ୍ତୁ :
-      ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡ଼ି, ଖୋର୍ଦ୍ଧା, ଓଡ଼ିଶା (୯୪୩୭୧୮୩୯୩୭)
-      ନରେଶ କୁମାର ବେହେରା, ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ଗୋଇଲୁଣ୍ଡି, ବ୍ରହ୍ମପୁର, ୭୬୦୦୦୪ (୭୮୦୯୮୭୨୪୮୩)
-      ସିଦ୍ଧେଶ୍ଵର ତ୍ରିପାଠୀ, କୁଣ୍ଡିଳୋ, ଖୋର୍ଦ୍ଧା, ଓଡ଼ିଶା (୮୦୧୮୬୪୬୭୦୪)
-      ଗୋପାଳ ଚନ୍ଦ୍ର ସାଓ, ବିକେସିପୁର କଲୋନୀ, ଦେଉଳି, ଚାନ୍ଦୁଆ, ମୟୂରଭଞ୍ଜ, ଓଡ଼ିଶା (୯୯୩୭୦୪୬୯୯୮)

୧୧। ଲେଖା ଗ୍ରହଣର ଶେଷ ତାରିଖ – ୨୫ ମାର୍ଚ ୨୦୧୮ (ସମୟ ୨୩:୫୯)
୧୨। ପ୍ରତ୍ଯେକ ବିଭାଗରୁ ତିନୋଟି ଶ୍ରେଷ୍ଠ ଲେଖା ଚୟନ କରାଯିବ ।

(ବି.ଦ୍ର.: ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଲେଖକ/ଲେଖିକାଙ୍କୁ ବଣମଲ୍ଲୀର ମହକ ତରଫରୁ ପୁରସ୍କାର ରୂପରେ କୌଣସି ରାଶି/ପାରିଶ୍ରମିକ ଘୋଷଣା କରୁନାହିଁ । ପୁରସ୍କାର ରୂପରେ ଆମ୍ଭ ଅନୁଷ୍ଠାନ ଉକ୍ତ ଲେଖକ/ଲେଖିକାଙ୍କୁ ଏକ ମାନପତ୍ର ସହ ତାଙ୍କର ସାହିତ୍ୟିକ ଜୀବନୀର ଏକ ସ୍ଵତନ୍ତ୍ର ସାକ୍ଷାତକାର ଆମ ଇ-ପତ୍ରିକା/ୱେବସାଇଟ http://www.banamalli.org ରେ ପ୍ରକାଶିତ କରିବାକୁ ପ୍ରୟାସ କରିବୁ ।)

ନିବେଦକ
ନରେଶ କୁମାର ବେହେରା
ସମ୍ପାଦକ, ବଣମଲ୍ଲୀର ମହକ

ଯୋଗାଯୋଗ– ୭୮୦୯୮୭୨୪୮୩

Post a Comment

0 Comments