ପଟିଦିଅଁ ବିଧି ପରମ୍ପରା ପାଳନ ହେଉ ନ ଥିବା ପୃଥୀବିର ସମସ୍ତ ଜଗନ୍ନାଥ ମନ୍ଦିର କମିଟିକୁ ବିନମ୍ର ନିବେଦନ

ଆମେ ସମସ୍ତେ ଜାଣୁ ଯେ ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ରେ ବହୁବିଧ ବିଧି ଓ ନୀତି ପାଳନ କରାଯାଏ। ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତି ଓ ପରମ୍ପରା ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ଅସମ୍ଭବ। ତେବେ ଶ୍ରୀମନ୍ଦିର ର ପ୍ରଚଳିତ ମୁଖ୍ୟ କେତୋଟି ରୀତିନୀତି ମଧ୍ୟରୁ ଅନନ୍ୟ ପରମ୍ପରା ହେଲା *ପଟିଦିଅଁ ଅଙ୍କନ ଓ ପୂଜନ* ।

ଆସନ୍ତୂ ଜାଣିବା 'ପଟିଦିଅଁ' କଣ?


ଶାସ୍ତ୍ରରେ ଲିଖିତ - ବ୍ରହ୍ମାଙ୍କ ଆଶିର୍ବାଦରେ ଅଧାଗଢା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସ୍ନାନ ପୂର୍ଣ୍ଣିମା ରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ପୂର୍ଣ୍ଣାଙ୍ଗ ଚିତ୍ର ରୂପରେ ଯଥା *ବଳଭଦ୍ର- ଅନନ୍ତ ନାରାୟଣ, ସୁଭଦ୍ରା- ଭୁବନେଶ୍ବରୀ ଓ ଜଗନ୍ନାଥ- ଅନନ୍ତ ବାସୁଦେବ* ପୂଜା ପାଇବେ।
ଏହି ଦିଅଁଙ୍କ ଚିତ୍ର ସବୁ ଚିତ୍ରକରମାନଙ୍କ ଦ୍ବାରା ମୋଟା କନା ପଟି ଉପରେ ଅଙ୍କା ଯାଇ ଶ୍ରୀମନ୍ଦିର ର ଅଣସର ଘର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଏ ବୋଲି *ପଟିଦିଅଁ* ବୋଲାଯାଏ।

ଏହି ଚିତ୍ରାଙ୍କନ ଓ ପୂଜନ ପରମ୍ପରାରେ ଉତ୍କଳିୟ ଚିତ୍ରକଳାର ଆଦିମତା ଓ ଆବଶ୍ୟକତାର ଗୁରୁତ୍ୱ ବହନ କରିଥିବା ବେଳେ ଉତ୍କଳିୟ ଚିତ୍ରକରର ସାମାଜିକ ଭୂମିକାକୁ ସମ୍ମାନ ଜଣାଯାଇ ଥାଏ।
ଏହି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ନିଆରା ପରମ୍ପରାକୁ ପୃଥିବୀର ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ପାଇଁ ଅନୁରୋଧ କରି ୨୦୧୫ ନବକଳେବର ବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିଳ୍ପୀ କେଶୁଦାସଙ୍କ ଆହ୍ବାନ କ୍ରମେ ବାଲେଶ୍ବରର ବହୁ ଚିତ୍ରକରଙ୍କୁ ସାମିଲ କରି ବାମପଦାସ୍ଥ ନୋସି ବିଜିନେସ ପାର୍କ ପରିସରରେ ଥିବା ଉତ୍କଳା ଶିଳ୍ପଗ୍ରାମରେ ବାଲେଶ୍ବରର ୭ଟି  ଜଗନ୍ନାଥ ମନ୍ଦିର ଯଥା ନୀଳଗିରି, ସାଶଙ୍ଗ, ମୋତିଗଞ୍ଜ, ଦୁବଲାଗଡି, ଜୟଦେବ କସବା, ବାଲିଆ ଓ ଇସକୋନ ଜଗନ୍ନାଥ ମନ୍ଦିର ମାନଙ୍କରେ ପଟିଦିଅଁ ଅଙ୍କନ ଓ ପୂଜନ ପାଳନ ହୋଇଆସୁଛି।
ଏଣୁ  ଦେଶ ବିଦେଶରେ ଥିବା  ସମସ୍ତ ଜଗନ୍ନାଥ ମନ୍ଦିର କମିଟିକୁ ବିନମ୍ର ଅନୁରୋଧ କରେ କି ଆପଣଙ୍କ ମନ୍ଦିରରେ ସ୍ଥାନୀୟ ଚିତ୍ରକର ସହାୟତାରେ ପଟିଦିଅଁ ଅଙ୍କନ ଓ ପୂଜନ ପରମ୍ପରା ପ୍ରଚଳିତ କରି ଉତ୍କଳିୟ ଚିତ୍ରକଳା ଓ ଚିତ୍ରକରକୁ ଯଥୋଚିତ ସମ୍ମାନ ଜଣାଇବା ସହ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରାକୁ ଲୋକାଭିମୁଖୀ କରନ୍ତୁ ।

*ପଞ୍ଜୀକା ଅନୁଯାୟୀ ଚଳିତ ବର୍ଷ ପଟିଦିଅଁ ଅଙ୍କନ ପାଇଁ ଏପ୍ରିଲ ୧୮ରେ ଚିତ୍ରକରକୁ ସ୍ବୀକୃତି ପ୍ରଦାନ ଓ ଜୁନ  ୨୨  ରୁ ୨୮ ପର୍ଯ୍ୟନ୍ତ ୭ ଦିନ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ*


ବାଲେଶ୍ବରର ନୋସିରେ୪ର୍ଥ ପଟିଦିଅଁ ଅଙ୍କନ ଉତ୍ସବ- ୨୦୧୮


(କଳା ଠାକୁର ଓ କଳାକାର ମିଳନର ନିଆରା ଉତ୍ସବ)
ଅକ୍ଷୟ ତୃତୀୟା ଏପ୍ରିଲ ୧୮ ରେ ଚିତ୍ରକରଙ୍କୁ ସ୍ବୀକୃତି
ଜୁନ ମାସ ତା ୨୨ ରୁ ୨୮ ରିଖ ପର୍ଯ୍ୟନ୍ତ*
୭ଦିନ ବ୍ୟାପି
ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ପାରମ୍ପରିକ ପଟିଦିଅଁ ଅଙ୍କନ ସହ
👉 ଯୁବ ଚିତ୍ରଶିଳ୍ପୀଙ୍କର ଉତ୍କଳିୟ ପଟ୍ଟଚିତ୍ର କର୍ମଶାଳା,
👉 ସ୍କୁଲ ଛାତ୍ରଛାତ୍ରୀଙ୍କର ପଟ୍ଟଚିତ୍ର ପ୍ରଶିକ୍ଷଣ,
👉 ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀଙ୍କ ପ୍ରଦର୍ଶନୀ

👉 ପ୍ରତି ଅପରାହ୍ନରେ ଅଭିଜ୍ଞ ବ୍ୟକ୍ତାଙ୍କର ପଟିଦିଅଁ ଓ ପଟ୍ଟଚିତ୍ର ସମ୍ବନ୍ଧୀୟ ଆଲୋଚନା ଚକ୍ର
👉 ପ୍ରତି ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ
 
ବାଲେଶ୍ବରୀ କଳା କେନ୍ଦ୍ର ଓ ନୋସି କଲଚ୍ୟୁରାଲ ଏକାଡେମୀ ର ମିଳିତ ଆନୁକୂଲ୍ୟରେ  ନୋସି ଉତ୍କଳା, ନୋସି ବିଜିନେସ ପାର୍କ, ବାମପଦା, ବାଲେଶ୍ବର ରେ

Post a Comment

0 Comments