ଆୟୁର୍ବେଦର ଶାସ୍ତ୍ରାନୁସାରେ ମହୁ ଏକ
ଖାଦ୍ୟ ନୁହେଁ, ଏହା ଏକ ଔଷଧୀୟ ପଦାର୍ଥ ଅଟେ । ଜଣେ ବିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ
ଉପଯୁକ୍ତ ପରାମର୍ଶରେ ହିଁ ଏହାକୁ ସେବନ କରିବା ଉଚିତ । ଯାହା ସେହି ବ୍ୟକ୍ତିର ପଞ୍ଚତତ୍ତ୍ଵ
(ପୃଥିବୀ, ଜଳ, ବାୟୁ,
ଅଗ୍ନି ଏବଂ ଆକାଶ)ର ଶରୀର ପ୍ରତି ପ୍ରଭାବକୁ ନେଇ ନିଶ୍ଚିନ୍ତ କରାଯାଏ ।
ମହୁ ଏକ ପ୍ରଭାବୀ ଉତ୍ପ୍ରେରକ ଭଳି ମଧ୍ୟ
କାର୍ଯ୍ୟ କରିଥାଏ ଯାହା ଅନ୍ୟ ଆୟୁର୍ବେଦିକ ଔଷଧଗୁଡିକୁ ଲାଭାନ୍ଵିତ କରିଥାଏ,
ଯେପରି ଜଣ୍ଡିସ ପାଇଁ କଦଳୀ, ଜଳା ପୋଡ଼ା କିମ୍ବା ଘା’ ପାଇଁ
ନିମ୍ବ ପେସ୍ଟ, ଅନିଦ୍ରା ପାଇଁ ଲେମ୍ବୁରସ ଆଦି । ଆସନ୍ତୁ ଜାଣିବା,
ଆୟୁର୍ବେଦାନୁସାରେ ମହୁର ଅନେକ ଉପକାରିତା ଏବଂ ଘରୋଇ ଉପଚାର ।
୧) ଶ୍ଵାସ ରୋଗ (Respiratory Ailments):
ମହୁକୁ
ହଳଦୀରେ ମିଶାଇ ବିଭିନ୍ନ ପ୍ରକାର ଶ୍ଵାସରୋଗକୁ ଚିକିତ୍ସା କରାଯାଏ । ଯେପରିକି ଛାତି, ଗଳା
ଏବଂ ନାକ ଜମାଟ ବାନ୍ଧିବା ଆଦି । ଯଦି ଆପଣ ନଳୀଘା (Sinus)ରେ ପୀଡ଼ିତ ଅଛନ୍ତି, ତେବେ ମହୁକୁ ଗରମ ପାଣିରେ ମିଶାଇ ତାର’
ବାମ୍ଫ ନେଲେ ଆରମ ପାଇପାରିବେ । Sinusର ଅନ୍ୟାନ୍ୟ
ଲକ୍ଷଣମାନ ହେଲା, ଜ୍ଵର, ମୁଣ୍ଡବିନ୍ଧା,
ଗଳାରେ ସଂକ୍ରମଣ, କାଶ, ଗନ୍ଧ ବାରି ନପାରିବା, ଆଦି
।
୨) ଘା ସଫା (ଡ୍ରେସିଂ):
ବଟା ନିମ୍ବ (ପେସ୍ଟ), ହଳଦୀ
ପାଉଡ଼ର, ଏବଂ ଟିକେ ଶୁଦ୍ଧ ଘିଅରେ,
ମହୁକୁ ମିଶାଇ କଟା ଘା’ରେ ଲଗାଇବା ଦ୍ଵାରା ଆରୋଗ୍ୟଲାଭ ହୋଇଥାଏ । ଏହାଦ୍ଵାରା sting (ସର୍ପଦଂଶନ) ରୁ ବି ଜୀବନ ରକ୍ଷା ମିଳିଥାଏ ।
୩) Arteriosclerosis (ଧମନୀକାଠିନ୍ୟ):
ଶିରାପ୍ରଶିରାରେ କୋଲେସ୍ଟେରଲ ଜମିବା
ଦ୍ଵାରା ରକ୍ତ ପ୍ରବାହରେ ବାଧା ଆସିଥାଏ; ଯାହାଦ୍ୱାରା ଅତ୍ୟଧିକ
ପୀଡା ହୋଇଥାଏ । ଏହାର କୌଣସି ପୂର୍ବ ଲକ୍ଷଣ ନଥାଏ । ଏହା ମୁଖ୍ୟତଃ ଧୂମ୍ରପାନ,
ଗଣ୍ଠିବାତ, ମଧୁମେହ, ମୋଟାପଣ ଭଳି ରୋଗ ଏବଂ
ଅଭ୍ୟାସରୁ ହୋଇଥାଏ ।
ଲେମ୍ବୁ ରସରେ ମହୁ ମିଶାଇ ସେବନ କରିବା
ଦ୍ଵାରା ଧମନୀକାଠିନ୍ୟ ବା’ ଶିରାପ୍ରଶିରା ରୋଗରୁ ମୁକ୍ତି ମିଳିଥାଏ, ଏହା
ଆୟୁର୍ବେଦର ଏକ ପ୍ରସିଦ୍ଧ ଉପଚାର ଅଟେ ।
୪) ଓଜନ ହ୍ରାସ (weight loss):
ପ୍ରତ୍ୟେହ ଏକ ଚାମଚ ମହୁ ସେବନ କରିବା
ଦ୍ଵାରା ଓଜନ ହ୍ରାସରେ ସହାୟ ହୋଇଥାଏ । NCBI (ରାଷ୍ଟ୍ରୀୟ ଜୈବ
ପ୍ରୋଦ୍ଦ୍ୟୋଗିକ ସୂଚନା କେନ୍ଦ୍ର)ର ୨୦୧୩ରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ, ମହୁ
ହୃଦରୋଗୀ ଏବଂ ହୃଦରୋଗରୁ ମୁକ୍ତ ପାଇଁ ଏକ ଅମୂଲ୍ୟ ଉପାଦାନ,
ମୁଖ୍ୟତଃ ମୋଟା ଲୋକଙ୍କ ପାଇଁ ଏହାର ସେବନ ପ୍ରଯୁଜ୍ୟ।
୫) ବାତ (Gout):
ବାତ ଦ୍ଵାରା ଗଣ୍ଠିରେ ପୀଡା ହେବା, ଲାଲ
ପଡ଼ିଯିବା, ଗଣ୍ଠି ନରମ ହେବା ଆଦି ସାଧାରଣ ଲକ୍ଷଣ । ଗଣ୍ଠି ଗୁଡିକରେ ଅତିରିକ୍ତ
ୟୁରିକ ଏସିଡ ଜମାଟ ବାନ୍ଧିବା ଦ୍ଵାରା ଏଭଳି ହୋଇଥାଏ । ବେଳେବେଳେ ଅସମ୍ଭାଳ ପୀଡା ରାତିରେ
ଶୋଇଲାବେଳେ ହୋଇଥାଏ । ଏଥିପାଇଁ, ରୋଗୀକୁ ଖାଦ୍ୟ ଏବଂ
ବ୍ୟାୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ ।
ବାତ ଜନିତ ରୋଗ ପାଇଁ ମହୁର ବ୍ୟବହାର ଏକ
ଲୋକପ୍ରିୟ ଘରୋଇ ଉପଚାର ଅଟେ । ଏହାର ସେବନ ଏବଂ ଲେପନ ଦ୍ଵାରା ବାତ ଏବଂ ଗଣ୍ଠିବାତ ଭଳି ରୋଗରୁ
ଲାଘବ ମିଳିଥାଏ ।
୬) Hypoglycaemia ବା’ ନିମ୍ନ ରକ୍ତ ଶର୍କରା (low blood sugar):
ମଧୁମେହ
ଚିକିତ୍ସା କିମ୍ବା ଅନ୍ୟ ପରିସ୍ଥିତିରେ Hypoglycaemia ହେବାର
ସମ୍ଭାବନା ଥାଏ । ଭ୍ରମ, ହୃଦ ସ୍ପନ୍ଦନ, ଅସ୍ଥିର,
ଚିନ୍ତା ଆଦି ଏହାର ଲକ୍ଷଣ ହୋଇଥାଏ । ଅଧିକ ଶର୍କରା ଯୁକ୍ତ ଖାଦ୍ୟପେୟ,
ଯେପରି କମଳା ରସ ନିୟମିତ ପିଇଲେ ରୋଗୀ ଉପକୃତ ହୋଇଥାଏ ।
ମୁଖ ଦ୍ଵାରରେ ଅଳ୍ପ ମହୁ ଚଟେଇବା ଦ୍ଵାରା
ଉକ୍ତ ବ୍ୟକ୍ତିକୁ ଆବଶ୍ୟକ ଶର୍କରା ମିଳିଥାଏ, ଏହା ତୁରନ୍ତ ଫଳପ୍ରଦ
ହୋଇଥାଏ । ଏହାଦ୍ଵାରା ଆବଶ୍ୟକୀୟ ଔଷଧ ପ୍ରାପ୍ତ ହୋଇନଥାଏ,
କିନ୍ତୁ ପ୍ରଭାବିତ ବ୍ୟକ୍ତିକୁ ତୁରନ୍ତ ଲାଘବ ମିଳିଥାଏ ।
୭) ଅନିଦ୍ରା (Insomnia):
Insomnia ବା’ ଅନିଦ୍ରାର ମୂଳ କାରଣ କମ ନିଦ୍ରା,
ଚିନ୍ତାଗ୍ରସ୍ତ, ଦୁଃଖ, ଅନିୟମିତ ବା’ କମ
ବ୍ୟାୟମ, ପୁରୁଣା ରୋଗ କିମ୍ବା କିଛି ଔଷଧୀୟ ଗୁଣ ଯୋଗୁଁ ବି ହୋଇପାରେ ।
ଆୟୁର୍ବେଦରେ, ଟିକେ
ଲେମ୍ବୁରସରେ ମହୁ ମିଶାଇ କପାଳରେ ଲେପନ କରିବାଦ୍ଵାରା ଅନିଦ୍ରାରୁ ମୁକ୍ତି ମିଳିବା, ଏକ
ପୁରାତନ ଚିକିତ୍ସାଶୈଳୀ । ଯଦି ଆପଣ ଶୋଇବା
ଅବସ୍ଥାରେ ତକିଆକୁ ପିମ୍ପୁଡ଼ି ଲାଗିବାର ଭୟଥାଏ, ତାହାହେଲେ କ୍ଷୀରରେ ମହୁ ମିଶାଇ ପିଇ ଶୋଇପାରିବେ ।
୮) ଲିପୋମା (Lipoma):
ଏହା
ଏକ ପ୍ରକାରର ମାଂସ ପିଣ୍ଡୁଳା ବା’ ଗୁଳା ଯାହା ପ୍ରାୟତଃ
ବାହାର ଚମଡା ଏବଂ ଭିତର ମାଂସପେଶୀ ମଧ୍ୟରେ ହୋଇଥାଏ। ଏହା ପ୍ରାୟତଃ ବେକ,
କାନ୍ଧ, ପିଠି, ପେଟ, ବାହୁ, ଏବଂ
ଜଙ୍ଘରେ ହୋଇଥାଏ । ଏହାକୁ ଦବେଇବା ଦ୍ଵାରା ସେ ଗୁଳାଟି ଅନ୍ୟସ୍ଥାନକୁ ଘୁଞ୍ଚିଯାଏ । ଏହା
ଦ୍ଵାରା କର୍କଟ ରୋଗର ସମ୍ଭାବନା ବହୁତ କମଥାଏ। ମହୁ ଲେପନରେ ଏହାକୁ କମ କିମ୍ବା ସଂପୂର୍ଣ୍ଣରୂପେ
ଠିକ ବି କରାଯାଇହୁଏ ।
୯) କାମଳ ରୋଗ (Jaundice):
କାମଳ
ରୋଗ ବା’ jaundice ମୁଖ୍ୟତଃ ପିତ୍ତ ନଳିକାରେ ବାଧା ଯୋଗୁଁ, ଲିଭର
ରୋଗ ଯୋଗୁଁ, କିମ୍ବା ଅତ୍ୟଧିକ ଲାଲ୍ ରକ୍ତ କୋଷିକା (RBC)
ଭାଙ୍ଗିବା ଯୋଗୁଁ ହୋଇଥାଏ । ଚର୍ମ ହଳଦିଆ ହେବା, ଆଖି
ଧଳା ହେବା, ପରିଶ୍ରା ହଳଦିଆ ସହ ଜଳାପୋଡ଼ା ହେବା, ଆଦି
ଏହାର ଲକ୍ଷଣ ହୋଇଥାଏ ।
କଦଳୀ,
ଅମୃତଭଣ୍ଡା ପତ୍ରର ବଟା, ଅଦା ଚା’ ଆଦି jaundiceର ସହଜ ଘରୋଇ ଉପଚାର । କିନ୍ତୁ, ଏ ସବୁ ଯଦି ମହୁ ସହ ସେବନ କରିବେ
ତେବେ ଅଧିକ ଲାଭବାନ ହେବେ । ଅନ୍ୟାନ୍ୟ ଆୟୁର୍ବେଦିକ ମେଡିସିନ ସହ ବି ଏହା ଖାଇବା ଜରୁରୀ ଅଟେ ।
0 Comments