ଫେସବୁକର ଗୁପ୍ତ ରହସ୍ୟ

ଏପ୍ରିଲ ୧୧, ୨୦୧୮ ୱାଶିଂଟନରେ ହୋଇଥିବା ଏକ ଜେରାରେ ଫେସବୁକର ମାଲିକ ମାର୍କ ଜୁକର ବର୍ଗ ନିଜେ ସମ୍ମତ ହେଲେ ଯେ, ଫେସବୁକ ପ୍ରତ୍ୟେକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ବା ଚୋରି କରିବାରେ ସମର୍ଥ । ସେ ତାଙ୍କର ଦ୍ଵିତୀୟ ଦିନର ପରିସାକ୍ଷ୍ୟ (testimony)ରେ କଂଗ୍ରେସ ମହିଳା ପ୍ରତିନିଧି କ୍ୟାଥି କଷ୍ଟୋରଙ୍କ ପ୍ରଶ୍ନ ଆପଣ ବ୍ୟକ୍ତିଗତ ତଥ୍ୟ ସଞ୍ଚୟ କରିବାକୁ ଯାଇ ନିଜର ବ୍ୟାପାରକୁ ପରିବର୍ତ୍ତନ କରିବାକୁ ଚହୁଁଛନ୍ତି କି?’ରେ ଉତ୍ତରରେ କଣ୍ଠରୋଧ ହୋଇ ଜବାବ ଦେଇଥିଲେ, ‘ଆମେ ବହୁ ଚେଷ୍ଟା କରିଛୁ, କିନ୍ତୁ ମୁଁ ତାହାପ୍ରତି ସଠିକ ବିବରଣୀ ଦେଇ ପାରିବି ନାହିଁ


ଅନ୍ୟଜଣେ ପ୍ରତିନିଧି ଫ୍ରାଙ୍କ ପାଲ୍ଲୋନଙ୍କ ପ୍ରଶ୍ନ ଥିଲା, ‘ଣ ଆପଣ ସମସ୍ତ ଉପୟୋଗକର୍ତ୍ତାଙ୍କ ଡାଟା ସଂଗ୍ରହ ଏବଂ ବ୍ୟବହାରକୁ ସିମିତ୍ତ କରିବା ପାଇଁ ପ୍ରତିବଦ୍ଧତା ହେବେ କି?’ ଏହାର ଜବାବରେ ଜୁକର ବର୍ଗ କରିଥିଲେ, ‘ଏହା ଏକ ଜଟିଳ ପ୍ରଶ୍ନ, ଯାହାର ଉତ୍ତର ଏକ ଶବ୍ଦରେ ଦେବା ଅସମ୍ଭବ ଅଟେ

ପୁଣି ଜଣେ ପ୍ରତିନିଧି, ବବି ରଶଙ୍କ ପ୍ରଶ୍ନ, ‘ଫେସବୁକ ପଦ୍ଧତି ଏବଂ ଆମେରିକୀୟ ରାଜନୀତିକ ପରିଆହ ଯେ. ଏଡଗର ହୂୱରଙ୍କ ପଦ୍ଧତି ମଧ୍ୟରେ ପାର୍ଥକ୍ୟ କ?’ରେ ଜବାବ ଦେଇଥିଲେ, ‘ଫେସବୁକରେ ଆପଣଙ୍କ ପାଖେ ନିଜ ତଥ୍ୟ ଉପରେ ନିୟନ୍ତ୍ରିତ ଅଛି । ଆପଣ ଯାହା ଚାହିଁବେ, ତାହା ଶେୟାର କରିପାରିବେ । ଆପଣ ଯେବେ ଚାହିଁବେ ତାକୁ ବାହାର କରିପାରିବେ । ନିଜ ତଥ୍ୟ ଉପରେ ନିଜର ସଂପୂର୍ଣ୍ଣ ଅଧିକାର ଅଛି, ଆପଣ ଯେବେ ଚାହିଁବେ ରଖିପାରିବେ, ଯେବେ ଚାହିଁବେ ବାହାର କରିପାରିବେ। ଆପଣ ନିଜ ଇଚ୍ଛାରେ ଫେସବୁକରୁ ବାହାରି ବି ଯାଇପାରିବେ । ଏପରି କିଛି ବି ସଂଗଠନ ନାହିଁ ଯାହା ଆପଣଙ୍କ ବିନା ଅନୁମତିରେ ଡାଟା ସଂଗ୍ରହ କରିପାରିବେ

ଡେଭିଡ ମେକିନଲେଙ୍କ ପ୍ରଶ୍ନ ଥିଲା, ‘କଣ ଫେସବୁକକୁ ଅନଲାଇନ ଫର୍ମାସୀ ଦ୍ଵାରା ଅକ୍ସିକୋଡୋକନ, ପେର୍କୋସେଟ, ଭିକୋଡିନ ଭଳି ଔଷଧ ଗୁଡ଼ିକୁ ବିନା ପ୍ରେସକ୍ରିପସନରେ ବିକିବାରେ ସାହାଯ୍ୟ କରୁଛି କି?’ ଜୁକର ବର୍ଗଙ୍କ ଉତ୍ତର ଥିଲା, ‘ମୁଁ ଯାହା ଭାବେ, ଏହା ଆମର ନୀତି ନିୟମରୁ ବାହାରେ । ମେକଲିନଙ୍କ ପ୍ରଶ୍ନ ଜାରିଥିଲା, ‘FDA ଅନୁସାରେ ୩୫,୦୦୦ ଅନଲାଇନ ଫର୍ମାସୀ ଚାଲୁରହିଛି । ସେମାନେ ଭାବୁଛନ୍ତି, ସେଥିରୁ ୯୬% ଅବୈଧ ରୂପେ ପରିଚାଳିତ ହେଉଅଛି । ବର୍ତ୍ତମାନ ଆମେରିକା ସବୁଠାରୁ ବଡ ମହାମାରୀ ମଧ୍ୟରେ ଗତି କରୁଛି, ଯାହା ଅନୁଭବ ରହିଛି । କିନ୍ତୁ, ନିୟମ ଉଲ୍ଲଂଘନ କରି ଏବେ ଆପଣଙ୍କ ସେବାର ବ୍ୟବହାର କରାଯାଉଅଛି ଏବଂ ବିନା କୌଣସି ପ୍ରେସକ୍ରିପସନରେ ଲୋକଙ୍କୁ ଅତ୍ୟଧିକ ନିଶା ଔଷଧ କିଣିବାରେ ସହାୟ ହେଉଛି । ଏ ସବୁକୁ ଦେଖିଲେ, ଏହା ପ୍ରତୀତ ହେଉଛି ଫେସବୁକ ପ୍ରକୃତରେ ଏକ ଅବୈଧ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରୁଅଛି । ଆପଣ ଲୋକଙ୍କୁ କ୍ଷତି ପହଞ୍ଚାଉଛନ୍ତି । ପ୍ରତ୍ୟୁତ୍ତରରେ ଜୁକର ବର୍ଗ କହିଥିଲେ, ‘ଫେସବୁକରେ ୧୦ କୋଟିରୁ ଉର୍ଦ୍ଧ୍ଵ ଡାଟା ପ୍ରତିଦିନ ଶେୟାର ହେଉଛି, ଆମର କୋଡ଼ିଏ ହଜାର କର୍ମଚାରୀଙ୍କ ପକ୍ଷେ ଏ ସବୁକୁ ନିୟନ୍ତ୍ରିତ କରିବା ବା ସମୀକ୍ଷା କରିବା ଅସମ୍ଭବ ଅଟେ । ବର୍ତମାନ ଆମ୍ଭକୁ ଅଧିକ ଏଆଇ AI tools ତିଆରି କରିବାକୁ ହେବ ଯାହାଦ୍ଵାରା ସେ ସବୁକୁ ସକ୍ରିୟ ଭାବେ ଛାଣି ହେବ

କଂଗ୍ରେସ ମହିଳା ପ୍ରତିନିଧି କ୍ୟାଥି କଷ୍ଟୋରଙ୍କ ପ୍ରଶ୍ନଥିଲା, ‘ଫେସବୁକରୁ ଲଗ୍ ଆଉଟ କରିଲାପରେ ବି ଆପଣ ସେହି ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ଏକତ୍ରିତ କରିପାରୁଛନ୍ତି, ଏପରିକି ଯାହାର ଫେସବୁକ ଏକାଉଣ୍ଟ ବି ନାହିଁ, ଏହା କଣ ସତ୍ୟ ନୁହେଁ? ଆପଣ ପୂର୍ବରୁ ହିଁ ସ୍ଵୀକାର କରିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଏବଂ ବ୍ୟବସାୟୀକ ଉଦ୍ଦେଶ୍ୟରେ ଏପରି କରୁଛନ୍ତି । ଜଣେ ଯଦି କେଉଁ ୱେବସାଇଟରେ ଫେସବୁକ ଲାଇକ କିମ୍ବା ଶେୟାର ବଟନରେ କ୍ଲିକ କରୁଛି, ତେବେ ବି ତାହାର ତଥ୍ୟ ଆପଣଙ୍କ ପାଖରେ ରହି ପାରୁଛି?’ ମାର୍କ ଜୁକର ବର୍ଗଙ୍କ ଉତ୍ତର ଥିଲା, ‘କଂଗ୍ରେସମହିଳା, ଏହା ସତ୍ୟ ଅଟେ


ଏ ସବୁକୁ ପର୍ଯ୍ୟବେକ୍ଷଣ କଲେ, ଏହାର ନିଷ୍କର୍ଷ ଏହା ହୋଇପାରେ ଯେ, ଫେସବୁକରେ କୌଣସି ପ୍ରକାରର ଡାଟା ବା ତଥ୍ୟ ସୁରକ୍ଷିତ ନୁହେଁ । ଏପରିକି, ଆପଣ ଯଦି କୌଣସି ଫେସବୁକ ଲିଂକରେ ବି କ୍ଲିକ କରୁଛନ୍ତି, ସେ ଆପଣଙ୍କ ପରିଚୟ ନେଇପାରୁଅଛି । ଆପଣଙ୍କ ଏକାଉଣ୍ଟର ତଥ୍ୟ ଫେସବୁକ ଆପଣଙ୍କ ପରିବାରଙ୍କ ଏକାଉଣ୍ଟରୁ ସହଜରେ ନେଇପାରୁଅଛି । ତେବେ ଡେରି କାହିଁକି, ତୁରନ୍ତ ସେ ସବୁକୁ ନିଜ ଏକାଉଣ୍ଟରୁ ବାହାର କରନ୍ତୁ, ଯାହା ଆପଣଙ୍କୁ ଅସୁରକ୍ଷିତ ଲାଗୁଛି, ଯେପରି ମୋବାଇଲ ନମ୍ବର, ଗାଡି ନମ୍ବର, ଘର ନମ୍ବର, ଜନ୍ମ ତାରିଖ, ଜନ୍ମ ସ୍ଥାନ, ଶିକ୍ଷାଗତ ଯୋଗ୍ୟତା, ନିଜର ପୂର୍ବ ଇତିହାସ, ବିବାହ ଇତିହାସ, ପରିବାର ବର୍ଗଙ୍କ ସମ୍ପର୍କ, ବ୍ୟକ୍ତିଗତ ଫୋଟୋ, ଭିଡିଓ ଇତ୍ୟାଦି । 

Post a Comment

0 Comments