ବ୍ରହ୍ମପୁର (୨୨।୦୯): ଗଞ୍ଜାମ ଜିଲ୍ଲାର ବିଶିଷ୍ଟ କବିରାଜ ରବୀନ୍ଦ୍ରନାଥ
ମିଶ୍ର(୭୪)ଙ୍କ ଶନିବାର ମଧ୍ୟାହ୍ନରେ ଭୁବନେଶ୍ଵରସ୍ଥିତ ସମ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ନିମୋନିଆରେ ପୀଡ଼ିତ ଥିଲେ। ନଳବଣ୍ଟା ଗ୍ରାମ ନିବାସୀ କବିରାଜ ମିଶ୍ର ଦୀର୍ଘ ପଚାଶବର୍ଷ ଧରି ଆସିକା
ଅଞ୍ଚଳରେ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ତାଙ୍କଠାରୁ ଚିକିତ୍ସା ପରାମର୍ଶ ପାଇଁ ସୁଦୂର ସୁରତରୁ ମଧ୍ୟ ରୋଗୀମାନେ
ଛୁଟି ଆସୁଥିଲେ । ଋଷିମାଳ ଆୟୁର୍ବେଦ ଚିକିତ୍ସାଳୟର ସେ ପ୍ରତିଷ୍ଠାତା
ଥିଲେ ।
କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଘନଶ୍ୟାମ ମିଶ୍ର ଓ ପିତୃଦେବ ଜଗନ୍ନାଥ ମିଶ୍ରଙ୍କ
ପରେ ସେ ଆସିକା ତଥା ଗଞ୍ଜାମ ଜିଲ୍ଲାରେ ଆୟୁର୍ବେଦ ଚିକିତ୍ସାକୁ ଲୋକପ୍ରିୟ କରାଇପାରିଥିଲେ । ଗତ ମହାବାତ୍ୟା ସମୟରେ ପ୍ରେମ୍ ସଂସ୍ଥା(ବ୍ରହ୍ମପୁର)ର ସହାୟତାରେ ସେ
ବନ୍ୟା ପୀଡ଼ିତଙ୍କୁ ଚିକିତ୍ସାସେବା ଯୋଗାଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀଙ୍କ ସମେତ ପୁଅବୋହୁ, ଝିଅଜ୍ଵାଇଁ, ନାତିନାତୁଣୀଙ୍କ ସମେତ ଆତ୍ମୀୟସ୍ଵଜନମାନେ
ଉପସ୍ଥିତଥିଲେ । ତାଙ୍କ କନିଷ୍ଠଭ୍ରାତା ତଥା ପ୍ରେମ୍ ସଂସ୍ଥାର ଲୋକସମ୍ପର୍କ
ଅଧିକାରୀ ରତନ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଆସିକା ତଥା ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା
ଖେଳିଯାଇଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଜଣେ ବିଦ୍ଵାନ ଏବଂ ଖ୍ୟାତନାମା ଆୟୁର୍ବେଦ ଚିକିତ୍ସକଙ୍କୁ
ହରେଇଛି ।
0 Comments