ଉଜ୍ଜ୍ଵଳ ଭବିଷ୍ୟ ପାଇଁ ଆବଶ୍ୟକ
ଭଲ ଶିକ୍ଷା; ଆଉ ଭଲ ଶିକ୍ଷା ପାଇଁ ଦରକାର ଭଲ ଶିକ୍ଷକ ଏବଂ ଭଲ କଲେଜ । ହାଇସ୍କୁଲ
ବା’ ମାଟ୍ରିକ ପାସ କରିବା ପରେ ଏକ ବିଦ୍ୟାର୍ଥୀ ଏବଂ ତାଙ୍କ ପରିବାର
ପାଇଁ ଚିନ୍ତାର ବିଷୟ ହୋଇଥାଏ ଭଲ କଲେଜ କିପରି ଚୟନ କରିବେ ବା’ ବାଛିବେ
। ଯେଉଠି ତାଙ୍କର ପିଲା ବା’ ଜଣେ ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବ । ମୋ ମତରେ ଏହି
ନିଷ୍ପତ୍ତି ନେବାର କ୍ଷମତା ସମସ୍ତଙ୍କ ପାଖରେ ନଥାଏ । କିଛିଲୋକ ନିଜର ମନମୁତାବିକ ବା’
ସାଙ୍ଗସାଥିଙ୍କ ଉପଦେଶରେ ଯାଇ କଲେଜ ଚୟନ କରିଥାନ୍ତି। କିଛି ଲୋକ ଭଲଭାବେ ବୁଝିସୁଝି ନିଜର
ପିଲାଙ୍କ ମାନସିକ, ଶାରୀରିକ ଓ ନିଜର ଆର୍ଥିକ ପରିସ୍ଥିତିକୁ ଦେଖି କଲେଜରେ ପିଲାଙ୍କୁ ଏଡମିଶନ
କରାନ୍ତି । କିନ୍ତୁ, କିଛି ଲୋକ ଅଯଥାରେ ବାଟବଣା ବା ଚିନ୍ତାରେ ପଡ଼ିଯାନ୍ତି କଲେଜର
ମାର୍କେଟିଙ୍ଗ ଏଜେନ୍ଟଙ୍କ କଥାରେ ପଡ଼ି । ସେଥିପାଇଁ ମୋର କିଛି ଅଭିଜ୍ଞତା ଓ ଉପଦେଶ ଆପଣ
ମାନଙ୍କୁ ବାଣ୍ଟୁଛି ।
ପ୍ରକୃତରେ କହିବାକୁ ହେଲେ,
ଛାତ୍ରର ମୂଳଦୁଆ ସ୍କୁଲରୁ ହିଁ ଆରମ୍ଭ ହୋଇଥାଏ । ଜଣେ ବିଦ୍ୟାର୍ଥୀ ସ୍କୁଲରୁ ଯେଉଁ ଶୈଳୀରେ,
ଯେଭଳି ପରିବେଶରେ ପଢି ଆଗେଇ ଥାଏ, ଭବିଷ୍ୟତରେ ବି ସେଭଳି
ପରିବେଶ ଆଉ ଶିକ୍ଷାର ଅନୁସନ୍ଧାନ କରେ । ନଚେତ, ସେ କେବେ ବି ନିଜକୁ ନୂଆ
ପରିବେଶ, ସାଙ୍ଗସାଥିଙ୍କ ସହ ଯୋଡ଼ିପାରେନି । ଯାହାଦ୍ୱାରା ସେ ନିଜ ମନରେ
ଆଙ୍କିଥିବା ସ୍ଵପ୍ନଗୁଡ଼ିକୁ ଧରିବାରେ କିଛିଟା ଅସମର୍ଥ ହୋଇଯାଏ । ଏ ବିଷୟ ପ୍ରତି କୌଣସି ବାପାମା’ ବା’
ପରିବାରବର୍ଗ ଗୁରୁତ୍ଵ ଦିଅନ୍ତିନି । ସେମାନଙ୍କ ଧ୍ୟାନ ସର୍ବଦା କଲେଜ ବିଷୟରେ ଥାଏ । ସେଥିପାଇଁ
ଜାଣନ୍ତୁ ଏହି ପାଞ୍ଚଟି ମୂଳ ମନ୍ତ୍ର:-
୧) Stream ବା’ Specialization ଚୟନ କରିବା
ନିଜର stream ବା’ specialization ଚୟନ କରିବା ଏକ ଛାତ୍ରର ପ୍ରଥମ କର୍ତ୍ତବ୍ୟ ବା’
ଚିନ୍ତାର ବିଷୟ ହୋଇଥାଏ । ବିଦ୍ୟାର୍ଥୀମାନେ ନିଜର ପୂର୍ବ ମାର୍କ,
ସଫଳତା, ଦକ୍ଷତା ଏବଂ ରୁଚିକୁ ଧ୍ୟାନରେ ରଖି କଲେଜରେ ପଢିବା ପାଇଁ stream ବିଷୟରେ ଭଲଭାବେ ଚିନ୍ତା କରିବା ଆବଶ୍ୟକ। ଯାହାଦ୍ୱାରା ସେମାନେ ନିଜର ସ୍ଵପ୍ନ ବା ଜୀବନର
ଲକ୍ଷ୍ୟଦିଗରେ ଆଗେଇ ପାରିବେ।
ବାପାମା’ କିନ୍ତୁ
ଏହି ଦିଗରେ ନିଜ ପିଲାମାନଙ୍କୁ ସେମାନଙ୍କ ନିଷ୍ପତ୍ତି ଉପରେ ଛାଡ଼ିବା ଦରକାର । ବାଧ୍ୟବାଧକତାରେ
ଜଣେ ଅନ୍ୟର ଭ୍ୟବିଷ୍ୟତ ଗଢି ପାରେନା । ବରଂ
ସେମାନେ ନିଜ ପିଲାଙ୍କ ପୂର୍ବ ଅଭ୍ୟାସ, କୌଶଳ,
ଇଚ୍ଛା, ରୁଚି ଆଦିକୁ ଧ୍ୟାନରେ ରଖି,
ସେମାନଙ୍କ ସହ ଖୋଲାଖୋଲି କଥାବାର୍ତ୍ତା ହୋଇ ନିର୍ଣ୍ଣୟ ନେବା ଆବଶ୍ୟକ ।
୨) ଶିକ୍ଷାର ମାଧ୍ୟମ, ଇଂରାଜୀ ନା ଓଡ଼ିଆ
କଲେଜ
ଚୟନ ବେଳେ ଶିକ୍ଷାର ମାଧ୍ୟମ(ଭାଷା)ର ନିର୍ଣ୍ଣୟ ବି ଖୁବ ମହତ୍ଵ ରଖେ । ଜଣକୁ ସରକାରୀ ସ୍କୁଲ ବା
ଓଡ଼ିଆ ମିଡିୟମରୁ ହଠାତ ଇଂରାଜୀ ମିଡିୟମ ଚୟନ କରିବା ବୋଧେ କଷ୍ଟକର ହୋଇଥାଏ । କିନ୍ତୁ ଆଜିକାଲି
ଇନ୍ଟରମିଡିୟେଟ ବା’ ଯୁକ୍ତଦୁଇରେ ଇଂରାଜୀ ସାଧାରଣ ହୋଇଥାଏ । ଯାହାକି ଜଣେ ବିଦ୍ୟାର୍ଥୀ
ପାଇଁ ଉଚ୍ଚ ଶିକ୍ଷା ହାସଲ ପାଇଁ ଏବଂ ଭଲ ଚାକିରିଟେ ପାଇବାରେ ସହାୟକ ହୋଇଥାଏ। କିନ୍ତୁ, କିଛି
କ୍ଷେତ୍ରରେ ଯଦି ପିଲା ଇଂରାଜୀକୁ ଭୟ କରେ ବା’ ତା’ର
ଅନ୍ୟ କୌଣସି ଭାଷା ପ୍ରତି ଇଚ୍ଛାରହେ ବା’ ଅନ୍ୟଭାଷାରେ ବିଜ୍ଞ ଥାଏ, ତେବେ
ତା’ ପ୍ରତି ବାପାମା’ ଚିନ୍ତା କରି ଉଚିତ
ନିର୍ଣ୍ଣୟ ନେବା ଆବଶ୍ୟକ ।
୩) ସଂପୂର୍ଣ୍ଣ ଶିକ୍ଷା,
ଆଂଶିକ ଶିକ୍ଷା ଏବଂ ପତ୍ର-ବିନିମୟ ଶିକ୍ଷା (Full time, Part-time and Distance / Correspondence Education)
ଆମେ ଦେଖୁ ବିଭିନ୍ନ ଗରିବ ଘର ପିଲାମାନେ ଯେଉଁମାନେ ନିଜ ପାରିବାରିକ
ବୃତ୍ତିଯୋଗୁଁ କିମ୍ବା ଆର୍ଥିକ ଅନାଟନ ଯୋଗୁଁ ଉଚ୍ଚ ଶିକ୍ଷା ହାସଲ କରିବାରେ ଅସମର୍ଥ
ହୋଇଯାଉଛନ୍ତି । ଏଭଳି କି, କିଛି ବିଦ୍ୟାର୍ଥୀ ନିଜର ପାରିବାରିକ ବୃତ୍ତିସହ ପାଠପଢାକୁ ଏକା
ସଙ୍ଗେ ଜାରିରଖି ହାଇସ୍କୁଲ ତ’ ଉତ୍ତୀର୍ଣ୍ଣ ହେଉଯାଉଛନ୍ତି,
କିନ୍ତୁ ଉଚ୍ଚ ଶିକ୍ଷାରେ ବାଧାପ୍ରାପ୍ତ ହେଉଅଛି । ସେଭଳି ପିଲାମାନେ ଯେ କୌଣସି କଲେଜରେ ଆଂଶିକ
ଶିକ୍ଷା ବା ପାର୍ଟଟାଇମ, କିମ୍ବା ପତ୍ର-ବିନିମୟ ବା distance/correspondenceରେ କୋର୍ସ କରିପାରିବେ । ସଂପୂର୍ଣ୍ଣ ଶିକ୍ଷା ବା fulltime educationରେ ବି ସେମାନେ ଘରେବସି ବା’ ଦିନ/ସନ୍ଧ୍ୟା ବେଳେ,
କିମ୍ବା ଶନିବାର/ରବିବାର (weekend)ରେ କଲେଜ ଯାଇ ପଢିପାରିବେ ।
4) ଅର୍ଥ ବିନିମୟ
ସରଳ ଭାଷାରେ କହିବାକୁ ଗଲେ, କେତେ
ଦେଇ ପାରିବେ? ହଁ, ଆଜିକାଲି ଶିକ୍ଷା ଏକ
ପ୍ରକାର ବ୍ୟାପାର ହେଲାଣି । ଆପଣଙ୍କ ଆର୍ଥିକ ସାମର୍ଥ୍ୟ ଅନୁସାରେ ବି ନିଜ ପିଲାଙ୍କୁ ଭଲ
କଲେଜରେ ପଢେଇପାରିବେ । Stream
ବା’ specialization ଚୟନ କରିବାଭଳି ଅର୍ଥ ବିନିମୟଟା ବି ଏକ ଚିନ୍ତାର ବିଷୟ ହୋଇଥାଏ ପିଲାଙ୍କ ବାପାମା’ଙ୍କ
ପାଇଁ । କାରଣ, ଯଦି ପିଲା ମେଡିକାଲ,
ଇଞ୍ଜିନିୟରିଂ, ଆଇଟି, ଏଭିୟେଶନ ଭଳି
ଶିକ୍ଷାପ୍ରତି ରୁଚି ରଖେ, ତାକୁ ଦେଖି ବାପାମା’ଙ୍କ
ଚିନ୍ତା ବି ବଢିଯାଏ ଅର୍ଥ ଯୋଗାଡ଼ କରିବାରେ ।
5) ଶକ୍ତି ଓ ଦୁର୍ବଳତା
ପିଲାଙ୍କ ପାଇଁ ବାପାମା’ଙ୍କ
ଅର୍ଥ ଓ ତାଙ୍କରି ସେବା ଯେପରି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ,
ସେହିପରି ଜଣେ ବିଦ୍ୟାର୍ଥୀକୁ ନିଜର ଶକ୍ତି ଓ ଦୁର୍ବଳତା ବିଷୟରେ ଜାଣିବା ବି ନିହାତି ଆବଶ୍ୟକ ।
ନିଜ ଭିତରେ ଥିବା ସମସ୍ତ ଯୁକ୍ତାତ୍ମକ କଳା, ଚିନ୍ତାଧାରା ଓ
ସାମର୍ଥ୍ୟକୁ ଶକ୍ତି କୁହାଯାଏ, ଯାହା ଯେ କୌଣସି ବ୍ୟକ୍ତିକୁ ଆଗେଇବାରେ ସାହାଯ୍ୟ କରିଥାଏ । ଠିକ
ସେହିପରି, ପ୍ରତ୍ୟେକ ମନୁଷ୍ୟ ଭିତରେ କିଛି ଖରାପ ବା ନକାରାତ୍ମକ ଗୁଣ ବି ଥାଏ, ଯାହା
ପ୍ରଥମେ ନିଜେ ଜାଣିବା ଦରକାର । ନଚେତ, ଭବିଷ୍ୟତରେ ତାହା ନିଜକୁ
ଦୁର୍ବଳ କରିଥାଏ ।
ନିଜର ଧନାତ୍ମକ ବା’
ସକାରାତ୍ମକ ଚିନ୍ତାଗୁଡ଼ିକୁ ସଠିକ ଭାବେ ଉପଯୋଗ କରିବା ଏବଂ ନିଜ ଭିତରେ ଥିବା ଦୁର୍ବଳତାଗୁଡ଼ିକୁ
ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ ।
ପିତାମାତା କେବେବି ବ୍ୟସ୍ତତା
ଭିତରେ ରହି, ଯା’ ତା’
କଥାରେ ପଡ଼ି କଲେଜର ନିଷ୍ପତ୍ତି ନେବା ଅର୍ଥ ନିଜ ପିଲାଙ୍କ ଭବିଷ୍ୟତ ସହ ଖେଳିବା । ଯେକୌଣସି
କଲେଜର ସଠିକ ବିବରଣ ବିନା ସେଠାରେ ନିଜ ପିଲାଙ୍କୁ ଏଡମିଶନ କରାନ୍ତୁ ନାହିଁ । ଠିକସେ ଜାଣିବା
ଏବଂ ପରଖିବା ପାଇଁ ପ୍ରତ୍ୟେକ ବାପାମା’ ଓ ବିଦ୍ୟାର୍ଥୀମାନେ ମନେରଖନ୍ତୁ ଏହି ୧୦ଟି ଟିପ୍ପଣୀ:-
୧) ବ୍ରାଣ୍ଡ ନାମରେ କ’ଣ ଥାଏ
କ’ଣ ନଥାଏ?
କିଛି କଲେଜ ପ୍ରସିଦ୍ଧ ଲାଭ
କରିଥାଏ ନିଜର ରେଜଲ୍ଟ ବଳରେ, କିନ୍ତୁ ଭଲ ଶିକ୍ଷା ଦିଏ ବୋଲି କିଛି ଗାରେଣ୍ଟି ନାହିଁ । କାରଣ, ଭଲ
ରେଜଲ୍ଟର କାରଣ କିଛି ବି ହୋଇପାରେ, ଯେପରି କି ରାଜନୈତିକ ବା
ସାମାଜିକ ପ୍ରଭାବ । ପିଲା ରେଜଲ୍ଟ ତ’ ଆଣିଦେବେ କିନ୍ତୁ ତାଙ୍କୁ
ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ୟୁନିଭର୍ସିଟି ବା ବିଶ୍ଵବିଦ୍ୟାଳୟରେ ।
କିଛି ପ୍ରାଇଭେଟ ବା’
ବେସରକାରୀ କଲେଜ ନିଜର ପାଉଣା/ଶୁଳ୍କ ପାଇଁ ଏବଂ ସେଠାରେ ଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ
ପ୍ରସିଦ୍ଧ ହୋଇଥାଇପାରନ୍ତି, କିନ୍ତୁ ଶିକ୍ଷା ଭଲ ହୁଏ ବୋଲି ଗାରେଣ୍ଟି କ’ଣ? ତେଣୁ, ଚୟନ
କରିବା ପୂର୍ବରୁ ସେହି କଲେଜର ପୂର୍ବ ଏବଂ ବର୍ତ୍ତମାନ ପରିସ୍ଥିତି, ଉକ୍ତ
କଲେଜର ଶିକ୍ଷା ପ୍ରଣାଳୀ, ପୁରୁଣା ବିଦ୍ୟାର୍ଥୀଙ୍କ ଆନୁକ୍ରମିକ ବୃତାନ୍ତ ଆଦି ଜାଣିବା ଦରକାର
। ସେଥିପାଇଁ କୌଣସି ବ୍ରାଣ୍ଡ ନାମ ପଛରେ ପଡନ୍ତୁ ନାହିଁ ।
୨) ପରିବେଶ, ପାରିପାର୍ଶ୍ଵ ଏବଂ ସୁବିଧାସୁଯୋଗ
ଏକ ଛାତ୍ରର ଭଲ ଶିକ୍ଷା ପାଇଁ
ଆବଶ୍ୟକ ଭଲ ପରିବେଶ । କଲେଜ ଯଦି ପ୍ରଦୂଷିତ ପରିବେଶରେ କିମ୍ବା ସହରାଞ୍ଚଳରେ ଥାଏ ତେବେ
ସ୍ୱାସ୍ଥ୍ୟରେ ହାନି ଘଟିଥାଏ । କଲେଜର ପାରିପାର୍ଶ୍ଵ ଯଦି ସଠିକ ଥାଏ,
ଯେପରି ଟ୍ରାଫିକରୁ ଦୂରରେ, ଶିଳ୍ପାଞ୍ଚଳରୁ ଦୂରରେ ଥାଏ ତେବେ ତାହା ଉପଯୁକ୍ତ ବାତାବରଣ ହୋଇଥାଏ
। ଏହା ସହ, କଲେଜରେ ଉପଯୁକ୍ତ ଶ୍ରେଣୀଗୃହ,
ପରୀକ୍ଷାଗାର, ପାଠାଗାର ଆଦିର ସୁବିଧାସୁଯୋଗ ଥିବା ନିହାତି ଆବଶ୍ୟକ । ଆଜିକାଲି
କିଛି କଲେଜ ଅନଲାଇନ ବା’ ଇଣ୍ଟେର୍ନେଟ ମାଧ୍ୟମରେ ବି ନୂତନ ଆବିଷ୍କୃତ ଶିକ୍ଷା ସବୁର
ବ୍ୟବସ୍ତା କରିଛନ୍ତି । ଏ ସବୁ ପ୍ରତି ଗୋଟେ ପିଲାର ବାପାମା’
ନିହାତି ଅବଗତ ହେବା ଆବଶ୍ୟକ ।
୩) Student Counselling (ଛାତ୍ର ପରାମର୍ଶ)
ପ୍ରାୟତଃ
ସବୁ କଲେଜରେ ଏଡମିଶନ ପାଇଁ ଏନଟ୍ରାନ୍ସ ପରୀକ୍ଷା ହୁଏ। କିନ୍ତୁ ସେସବୁର କିଛି ମାୟନେ ରଖେନାହିଁ
। ପ୍ରାୟତଃ ଅତ୍ୟଧିକ କଲେଜ ନିଜର ସିଟ ସଂଖ୍ୟା ଏବଂ ଅର୍ଥ ଯୋଗାଡ଼ ପ୍ରତି ଧ୍ୟାନ ଦିଅନ୍ତି ।
ସାଧାରଣବର୍ଗର ପରିବାର ପାଇଁ
ନିଜ ପିଲାଙ୍କୁ ଏକ ପ୍ରାଇଭେଟ କଲେଜରେ ଏଡମିଶନ କରିବା ଭାରି ମୁସ୍କିଲ ହୋଇଥାଏ । ଅନ୍ୟପକ୍ଷରେ,
ସରକାରୀ କଲେଜରେ ସଠିକ counsellingର ଅଭାବ ଦେଖାଦେଇଥାଏ କିଛିଟା ସରକାରୀ ଓ ଶିକ୍ଷାର ନୀତିନିୟମ ଯୋଗୁଁ
।
୪) ଚାକିରି ସଂସ୍ଥାପନ ପରିଗଣନା
ବେସରକାରୀ କଲେଜ ଗୁଡ଼ିକରେ
ପ୍ରାୟତଃ ନିଜସ୍ଵ ପ୍ଲେସମେନ୍ଟ ସେଲ, ବା ଚାକିରି ସଂସ୍ଥାପନ
ବିଭାଗ ଥାଏ; ଯାହା ପ୍ରତ୍ୟେକ ବର୍ଷ କାମ୍ପସ ସିଲେକ୍ସନ ଦ୍ଵାରା ବିଦ୍ୟାର୍ଥୀଙ୍କୁ
ବିଭିନ୍ନ ବେସରକାରୀ କମ୍ପାନି ମାନଙ୍କରେ ଚାକିରି ଦେବାରେ ସାହାଯ୍ୟ କରିଥାନ୍ତି । ଏହା ଦ୍ଵାରା
ଜଣେ ପ୍ରତିଭାଶାଳୀ ବିଦ୍ୟାର୍ଥୀକୁ ଶୀଘ୍ର ଚାକିରି ମିଳିବାରେ ବା’ ନିଜର
ଭବିଷ୍ୟତ ପାଇଁ ଚିନ୍ତାକରି ଅଧିକ ସମୟ ଅତିବାହିତ କରିବାକୁ ପଡ଼େନି ।
ଆଉ କିଛି କଲେଜରେ କାମ୍ପସ ସିଲେକ୍ସନର ବ୍ୟବସ୍ଥା ତ ନଥାଏ କିନ୍ତୁ
କମ୍ପିଟିଟିଭ ଏବଂ ଏନଟ୍ରାନ୍ସ ପରୀକ୍ଷା ପାଇଁ ଅତିରିକ୍ତ କୋଚିଙ୍ଗ କ୍ଳାସର ବ୍ୟବସ୍ଥା
କରିଥାନ୍ତି । ଏଭଳି ପରିଗଣନା ଦ୍ଵାରା ଏକ କଲେଜର ପ୍ରକୃତ ଶିକ୍ଷା ବ୍ୟବସ୍ଥାକୁ ଜାଣିହୁଏ ।
୫) ବିଶେଷ ଶିକ୍ଷା ବ୍ୟବସ୍ଥା
କିଛି କଲେଜ ନିଜର ବିଶେଷ
ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରସିଦ୍ଧି ଲାଭ କରିଥାନ୍ତି । ଯେପରି କି, ଟେକ୍ନୋ-ସ୍କୁଲ,
ବି-ସ୍କୁଲ, ଆଇଟି-ଏନେବଲ ସ୍କୁଲ,
ଅନ୍ୟାନ୍ୟ ଯେଉଁଠି ସାଧାରଣ ଶିକ୍ଷା ବ୍ୟତୀତ କିଛି ବିଶେଷ ଶିକ୍ଷାପ୍ରତି ଗୁରୁତ୍ଵ ଦେଇଥାନ୍ତି ।
ଯେପରିକି, ଇନଫର୍ମେଶନ ଟେକନୋଲଜି,
ମେନେଜମେଣ୍ଟ, ଇକୋନୋମିକ୍ସ, ଇଞ୍ଜିନିୟରିଂ,
ମେଡିକାଲ ଇତ୍ୟାଦି । ଏଠାରେ ଅନ୍ୟ କଲେଜ
ଅପେକ୍ଷା ଟିଉସନ ଶୁଳ୍କ ଅଧିକା ଥାଏ; କିନ୍ତୁ ଉଚ୍ଚବର୍ଗର
ପିତାମାତା ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଏଠି ପଢାଇବାକୁ ପଛାନ୍ତିନାହିଁ ।
୬) ଏକ୍ସପେର୍ଟ/ଅଭିଜ୍ଞଙ୍କ ମତାମତ
ଆଜିକାଲିର ଯୁଗ ଇଣ୍ଟେର୍ନେଟର
ଯୁଗ। ଇଣ୍ଟେର୍ନେଟ ମାଧ୍ୟମରେ ଆମେ ଯେକୌଣସି ବିଷୟ ଗୁଗଲ କରି ବା ଅନଲାଇନ ସର୍ଚ କରି
ଜାଣିପାରିବା । ଯଦି କୌଣସି କଲେଜ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣ ଗୁଗଲ ଭଳି
ଅନ୍ୟାନ୍ୟ ସର୍ଚସାଇଟ ଯେପରି yahoo
answers, www.alleducationschools.com,
www.onlineducation.net, www.studyvillage.comରେ ଖୋଜି ତଥ୍ୟ ବାହାର କରିପାରିବେ । କିମ୍ବା ବିଭିନ୍ନ ସୋସିଆଲ
ସାଇଟରେ କଲେଜ ବିଷୟରେ କିମ୍ବା ଶିକ୍ଷା ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ ।
7) ବିଭିନ୍ନ କଲେଜ ପୁସ୍ତିକା (brochure) ଉପରେ ଆଖିପକାନ୍ତୁ
ଭିନ୍ନ ଭିନ୍ନ କଲେଜର brochure (ପୁସ୍ତିକା) ସଂଗ୍ରହ କରନ୍ତୁ ଏବଂ ସେଥିରେ ଥିବା testimonials (ପ୍ରଶଂସାପତ୍ର ଗୁଡ଼ିକୁ) ପଢନ୍ତୁ । ପୂର୍ବ ଛାତ୍ରଛାତ୍ରୀଙ୍କ ରାଙ୍କ ଏବଂ ସେମାନଙ୍କ
ବର୍ତ୍ତମାନ ସ୍ଥିତି ବିଷୟରେ ଜାଣନ୍ତୁ । Brochureରେ କଲେଜର ସଂପୂର୍ଣ୍ଣ
ତଥ୍ୟ ମିଳିଯାଇପାରେ, ଯେପରି କଲେଜର ବିବରଣୀ,
କଲେଜର ମେନେଜମେଣ୍ଟ ବା’ ପରିଚାଳନା କମିଟି, faculty ବା’
ଅଧ୍ୟାପକଙ୍କ ବିଷୟରେ ଏବଂ ଅନ୍ୟାନ୍ୟ ଆଧାରକୁ ପଢି ଏକ କଲେଜର ଶିକ୍ଷାବ୍ୟବସ୍ଥାକୁ ପରଖି ପାରିବେ
।
8) ଅଧ୍ୟାପକଙ୍କ ସହ ଯୋଗାଯୋଗ
ଯଦି brochure ବା’ ପୁସ୍ତିକାରେ ସଂପୂର୍ଣ୍ଣ ବିବରଣୀ ମିଳୁନି, ତେବେ
ସେହି କଲେଜର ପଢାଉଥିବା ଅଧ୍ୟାପକ ବା’ lecturerଙ୍କ ସହ ସିଧାସଳଖ
ଯୋଗାଯୋଗ କରି ନିଜର specialization
ବିଷୟରେ କିମ୍ବା ସେହି
କଲେଜର ଶିକ୍ଷା ବ୍ୟବସ୍ତା ବିଷୟରେ ଜାଣିପାରିବେ ।
9) ପୂର୍ବଛାତ୍ରଙ୍କ ସହ ଯୋଗାଯୋଗ
ପୂର୍ବ ଛାତ୍ରଛାତ୍ରୀଙ୍କ
ପରାମର୍ଶରେ ବି ଆପଣ କଲେଜର ଶିକ୍ଷା ଓ ସୁବିଧା-ଅସୁବିଧା ବିଷୟରେ ଅବଗତ
ହୋଇପାରିବେ । ଜଣେ ପୂର୍ବ ଏବଂ ବିଜ୍ଞ ଛାତ୍ର/ଛାତ୍ରୀ ସେହି କଲେଜ ବିଷୟରେ ସଂପୂର୍ଣ୍ଣ ବିବରଣୀ
ଦେଇପାରିବେ । ଏବଂ ମାତାପିତା ଯେ କୌଣସି କୋଚିଂ ସେଣ୍ଟରରୁ ସେମାନଙ୍କ ଠିକଣା ନେଇ ଯୋଗାଯୋଗ
କରିପାରିବେ ।
0 Comments