ଆବାସିକ ବିଦ୍ୟାଳୟ ବା’ Residential
ସ୍କୁଲ
କ’ଣ? ଆବାସିକ ବିଦ୍ୟାଳୟରେ
ପଢିବାରେ ଏକ ଛାତ୍ରର ପିତାମାତାଙ୍କ ଭୂମିକା କ’ଣ ଆସନ୍ତୁ ଜାଣିବା ଏହି ପ୍ରବନ୍ଧ
ମାଧ୍ୟମରେ ।
ଆବାସିକ ବିଦ୍ୟାଳୟ
୧) ଏକ ଦୃଷ୍ଟିକୋଣ:-
ଆବାସିକ
ବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଏକ ଛାତ୍ରକୁ ନିଜର ପାରିବାରିକ ଜଞ୍ଜାଳରୁ ମୁକ୍ତକରି, ଚିନ୍ତାମୁକ୍ତ ପରିବେଶରେ ରଖି, ଗୁଣାତ୍ମକ ଶିକ୍ଷା ଲାଭ
କରାଇବା। ଯାହାଦ୍ୱାରା ସେହି ଛାତ୍ର ନିଜର ଅନ୍ତର୍ଜ୍ଞାନ ବା’ ଚେତନାକୁ ବୁଝିବାରେ
ସମର୍ଥ ହୁଏ ଏବଂ ଏକ ଅନୁକୂଳ ପରିବେଶରେ ରହି ନିଜର ଶିକ୍ଷା ହାସଲ କରିପାରେ । ଆବାସିକ ବିଦ୍ୟାଳୟ
ପ୍ରକୃତରେ ଏକ ଛାତ୍ରର ଦୃଷ୍ଟିକୋଣକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ତାହାର ଭବିଷ୍ୟତ ପାଇଁ ଏକ
ସୁଦୃଢ ରାସ୍ତାର ଆଲୋକପାତ କରିଥାଏ, ଅନୁଶାସନ ଏବଂ ପ୍ରତିଷ୍ଠା ମାଧ୍ୟମରେ; ଯାହାକୁ ଆମ ଭାରତ ଦେଶରେ ପ୍ରକୃତ ‘ଶିକ୍ଷା’ର ସଜ୍ଞା ଦେଇଥାଏ।
୨) ପୃଷ୍ଠଭୂମୀ:-
ଆବାସିକ ବିଦ୍ୟାଳୟ ଭାରତୀୟ ଶିକ୍ଷା
ବ୍ୟବସ୍ଥାର ଏକ ପୁରାତନ ମାଧ୍ୟମ ବା’ ପ୍ରଣାଳୀ, ଯାହାକୁ ଆମେ ଗୁରୁକୁଳ ବୋଲି ଜାଣୁ । ଗୁରୁକୁଳ ଶିକ୍ଷା ଅନ୍ୟ ସାଧାରଣ ଶିକ୍ଷାଠାରୁ
ସଂପୂର୍ଣ୍ଣ ରୂପେ ଭିନ୍ନ । ବର୍ତ୍ତମାନ ଯୁଗରେ ଏହାର ମୂଲ୍ୟ ଆହୁରି ଅଧିକ ବଢିଯାଇଛି । କାରଣ, ପ୍ରତ୍ୟେକ ଘରେ
ପାରିବାରିକ କଳହ, ପିତାମାତାଙ୍କ ପାଖରେ ସମୟର ଅଭାବ, ପଢିବା ପାଇଁ ଉପଯୁକ୍ତ ବାତାବରଣର ଅଭାବ, ଇତ୍ୟାଦିଦ୍ଵାରା ଗୁରୁକୁଳ
ବା ଆବାସିକ ବିଦ୍ୟାଳୟାଭିମୁଖ ହେଉଛନ୍ତି ପିତାମାତାମାନେ । ଏହାଦ୍ଵାରା ଏଠାରେ ଏକ ଛାତ୍ର
ପାଠପଢା ପ୍ରତି ସଂପୂର୍ଣ୍ଣ ରୁଚି ବା ସଲଗ୍ନତା ରହିବା ସହ, ଏକନିଷ୍ଠା ଏବଂ
ଅନୁଶାସନରେ ବାନ୍ଧିହୋଇ ବିଦ୍ୟାର୍ଜନ କରିବାରେ ସଫଳ ହୋଇଥାଏ ।
୩) ଭୂମିକା:-
ଏଠାରେ ପରିଚାଳନା କମିଟି ଏବଂ ଶିକ୍ଷକଙ୍କ
ଭୂମିକା ଖୁବ ମହତ୍ଵପୂର୍ଣ୍ଣ ହୋଇଥାଏ, ଯାହାଦ୍ୱାରା ସେମାନେ ପ୍ରତ୍ୟେକ ଛାତ୍ରର ରହିବା, ଖାଇବା ଏବ ପଢିବାର
ଦାୟିତ୍ଵ ଖୁବ ଯତ୍ନର ସହ ନେଇଥାନ୍ତି । ଅନ୍ୟ ବିଦ୍ୟାଳୟ ଅପେକ୍ଷା ଏଠାକାର ସମୟସାରଣୀ ବି ଭିନ୍ନ
ହୋଇଥାଏ, ଯେପରିକି ଅତିରିକ୍ତ ଶ୍ରେଣୀ ଦ୍ଵାରା ପିଲାଙ୍କୁ ତାଙ୍କର ଡାଉଟ କ୍ଲିୟର କରିବା, ସାୟଂକାଳୀନ ଶ୍ରେଣୀ
ଦ୍ଵାରା କମଜୋର ବିଦ୍ୟାର୍ଥୀଙ୍କୁ ଦମଦାର ବନେଇବା, ଇତ୍ୟାଦି ।
୪) ଶିକ୍ଷା ପ୍ରଣାଳୀ ଏବଂ ପରିଚାଳନା:-
ଆବାସିକ ବିଦ୍ୟାଳୟ ମାନେ ଅତ୍ୟଧିକ
ଆଧୂନିକୀକରଣ ବା’ ମଡର୍ନ ଢାଞ୍ଚାରେ ନ ଯାଇ ଆମ ନିଜସ୍ଵ ସଂସ୍କୃତିକୁ ବଜାଇ ରଖି ପ୍ରକୃତ ଉଦ୍ଧେଶ୍ୟ ଏବଂ
ଦୃଷ୍ଟିକୋଣପ୍ରତି ଗୁରୁତ୍ଵ ଦେବା ଆବଶ୍ୟକ । ପ୍ରତ୍ୟେକ ଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଏକ
ତାଳମେଳ ରହୁଥିବା ନିହାତି ଆବଶ୍ୟକ, ଯାହାଦ୍ୱାରା ସେମାନେ ଯେ କୌଣସି ବିଷୟରେ, ଯେ କୌଣସି ସମୟରେ ବି ପଚାରି
ବୁଝିପାରୁଥିବେ । ଏହାଛଡ଼ା ପରିଚାଳନା କମିଟିର ଗୁରୁଦାୟିତ୍ଵ ଯେ, ସେମାନେ ଛାତ୍ରଙ୍କୁ
ଅତିରିକ୍ତ ସ୍ଵାଧୀନ ବା’ ସମ୍ମତି ନଦେଇ ଅନୁଶାସନରେ ବାନ୍ଧିରଖନ୍ତୁ । ଅନୁଶାସନ ସ୍ଵାଧୀନତାକୁ ରକ୍ଷାକରେ । ଅନୁଶାସନହିନ
ସ୍ଵାଧୀନତା ଯେପରି, ସୁରକ୍ଷାବିହୀନ ଏକ ଦେଶ । ଏହା ସହ, ଆବାସିକ ବିଦ୍ୟାଳୟର ଶିକ୍ଷା ପ୍ରଣାଳୀ
ନିହାତି ବୈଦିକ ବିଜ୍ଞାନ ଭଳି ହେବା ଆବଶ୍ୟକ; ଫଳପ୍ରଦ ଏବଂ ଗଠନାତ୍ମକ ।
୫) ଭବିଷ୍ୟତ:-
ଆବାସିକ ବିଦ୍ୟାଳୟର ପୃଷ୍ଠଭୂମୀ ଆଜିକାଲି
ଖୁବ ଜୋରସୋରରେ ବଢିବାରେ ଲାଗିଛି । ଏହାଦ୍ଵାରା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁଅବସର ମିଳିପାରିଛି
। ଏହାର ଭବିଷ୍ୟତ କିନ୍ତୁ ନିର୍ଦ୍ଧାରିତ କରେ ଏଠିକାର ଶିକ୍ଷା ଏବଂ ପରିଚାଳନା ପ୍ରଣାଳୀ ଦ୍ଵାରା
।
ପିତାମାତାଙ୍କ ଭୂମିକା
ଗୁରୁଜୀ ଶ୍ରୀ ଶ୍ରୀ ରବୀଶଙ୍କର କହନ୍ତି, ‘ପ୍ରତ୍ୟେକ ପିତାମାତାଙ୍କ
ଏଭଳି ସନ୍ତାନ ହେବ ଆବଶ୍ୟକ, ଯେଉଁଠିବି ସେ ଯାଏ ତାହାର ବ୍ୟକ୍ତିତ୍ଵ ଚମକି ଉଠୁଥାଏ; ଯାହା ସର୍ବଦା ପ୍ରସଂଶିତ
ହୁଏ। ଏଭଳି ରମଣୀୟ ବ୍ୟକ୍ତିତ୍ଵର ଉଦ୍ଦେଶ୍ୟ ହିଁ ହେଉଛି ଶିକ୍ଷା’ ।
୧) ନିର୍ଣ୍ଣୟ ପ୍ରକ୍ରିୟା:-
ଆବାସିକ
ବିଦ୍ୟାଳୟରେ ଏଡମିଶନ କରିବାର ଶେଷ ନିଷ୍ପତ୍ତି ନିଶ୍ଚୟ ଭାବେ କଠିନ ହୋଇଥାଏ ନିଜର ପିତାମାତାଙ୍କ
ପାଇଁ । କାରଣ, ଏହା ପୂର୍ବରୁ ସେମାନଙ୍କୁ ନିଜ ଛୁଆର ମାନସିକ, ଶାରୀରିକ ଅବସ୍ଥା, ଆଦିକୁ ବୁଝିବାକୁ ପଡ଼ିଥାଏ।
ସେହି ପିଲା ମାନସିକ ସ୍ତରରେ ଇଚ୍ଛୁକ କି ନୁହଁ? ବାହାରେ ରହିବାରେ ତା’ର କିଛି ଅସୁବିଧା ହୁଏ କି? ଇତ୍ୟାଦି ପ୍ରଶ୍ନ ଆସେ
ଯେତେବେଳେ ଗୋଟେ ପିଲାକୁ ହଠାତ ଘରଛାଡ଼ି ବାହାରକୁ ଯିବାପାଇଁ ନିଷ୍ପତ୍ତି ନିଆଯାଏ ।
ଏହା ଏକ
ଦୃଢ ପଦକ୍ଷେପ ହୋଇଥାଏ, ଅନ୍ୟତ୍ର ଦେଖାଯାଏ ପିଲାଟି ଘରେ ରହି ଭଲ ପଢୁଥିବା ବେଳେ ବାହାରେ ବା’ ଆବାସିକ ବିଦ୍ୟାଳୟରେ
ଏଡମିଶନ କଲାପରେ ପାଠପଢାରେ କମଜୋର ହେଇଯାଏ । ଏହାର କାରଣ କ’ଣ ବା’ ହୋଇପାରେ? ସେଠାରେ ଏତେସବୁ ସୁବିଧା
ଥାଇ ମଧ୍ୟ ଯଦି ପିଲାର ପାଠପଢାପ୍ରତି ରୁଚି କମି କମି ଯାଏ, ଏଥିରୁ ବହୁତ କିଛି
ଅନୁମାନ କରାଯାଇପାରେ। ଯେପରିକି, ଖାଦ୍ୟପେୟର ଅସୁବିଧା, ପ୍ରତିକୂଳ ପରିବେଶ, ଭିନ୍ନ ସମୟସାରଣୀ, ଇତ୍ୟାଦି । ତେଣୁ ଦେଖିବାକୁ ମିଳିଛି, ପ୍ରାୟ ୧୫-୨୦ ପ୍ରତିଶତ ପିଲା ହଷ୍ଟେଲ
କିମ୍ବା ଆବାସିକ ବିଦ୍ୟାଳୟରୁ ଫେରି ଆସନ୍ତି ଏଭଳି କିଛି କିଛି କାରଣ ଯୋଗୁଁ। ଏହି କ୍ଷେତ୍ରରେ
ସଠିକ ନିର୍ଣ୍ଣୟ ନେବା ଯଦିଓ ପିତାମାତାଙ୍କୁ କାଠିକର ପାଠ ହୋଇଥାଏ, କିନ୍ତୁ ଅନ୍ତିମ ନିର୍ଣ୍ଣୟଟି ସେହି ପିଲା
ଉପରେ ଛାଡ଼ିଦେବା ଆବଶ୍ୟକ ।
୨) ପିତାମାତାଙ୍କ ଭୂମିକା:-
1.
ପିତାମାତାଙ୍କ ଭୂମିକା ହେଲା ନିଜ ପିଲାଙ୍କୁ ଖୁସିରେ ରଖିବା, ଗାଇଡ କରିବା, ଦୁରଦୃଷ୍ଟି ଦେଖେଇବା, ସମସ୍ତଙ୍କ ସହ ବନ୍ଧୁତା
କିପରି ସ୍ଥାପନ କରିବା, ମିଷ୍ଠଭାଷୀ କିପରି ହେବା ଆଦି ।
2.
ପିତାମାତା କଦାପି ନିଜ ଛୁଆଙ୍କୁ ହିଂସୃକ ସିନେମା, ଭିଡ଼ିଓ ଦେଖିବା କିମ୍ବା
ଭିଡିଓ ଗେମ ଆଦି ଖେଳିବାକୁ ଦିଅନ୍ତୁ ନାହିଁ । ବରଂ ଫାଙ୍କା ସମୟରେ ବା’ ଛୁଟିଦିନରେ ପିଲାର ରୁଚି
ଅନୁସାରେ କିଛି ଆକ୍ଟିଭିଟି ବା’ ଟାସ୍କ ଦିଅନ୍ତୁ ।
3.
ପ୍ରତ୍ୟେକ ପିତାମାତା ନିଜ ଛୁଆର ସାପ୍ତାହିକ, ମାସିକ ପ୍ରୋଗ୍ରେସ
ରିପୋର୍ଟକୁ ଠିକସେ ଯାଞ୍ଚ କରି ସେମାନଙ୍କ ଶ୍ରେଣୀ ଶିକ୍ଷକଙ୍କ ସହ ବ୍ୟକ୍ତିଗତ ଭାବେ ପଚରାଉଚୁରା
କରିବା ଆବଶ୍ୟକ। ଯାହାଦ୍ୱାରା ସେମାନେ ନିଜ ଛୁଆର କମଜୋରକୁ ସଠିକ ଭାବେ ଜାଣି ସୁଧାରୀପାରିବେ ।
୩) କେନ୍ଦ୍ରବିନ୍ଦୁ:-
ପିତାମାତାଙ୍କ
ମୁଖ୍ୟ କେନ୍ଦ୍ରବିନ୍ଦୁ ସେମାନଙ୍କ ପିଲାମାନେ ହୋଇଥାନ୍ତି । କିନ୍ତୁ, ସେମାନକୁ ଠିକ ସଂସ୍କାର, ଭଲ ବ୍ୟବହାର, ଅଭ୍ୟାସ ଆଦି ଶିଖାଇବା ବି
ପିତାମାତାଙ୍କ ମୁଖ୍ୟ କର୍ମ । ବଡଙ୍କୁ କିପରି ଭଦ୍ରତାର ସହ ବ୍ୟବହାର କରିବା, ଛୋଟଙ୍କୁ କିପରି ସ୍ନେହ
ଦେବା, ନିଜର ଦାୟିତ୍ଵ ନିଜେ କିପରି ବହନ କରିବା, ଖାଇବା, ରହିବା, ଚାଲିବାର ଆଦି ଶୈଳୀ, ଶିଷ୍ଟାଚାର, ଭରଣପୋଷଣ, ଆଦି ଶିକ୍ଷାର
କେନ୍ଦ୍ରବିନ୍ଦୁ ନିଜେ ପିତାମାତା ହୋଇଥାନ୍ତି । ଯାହାକି ସାଧାରଣ ଶିକ୍ଷାଠୁ ଖୁବ ଉର୍ଦ୍ଧ୍ଵରେ।
0 Comments