ମୋବାଇଲ ଫୋନ ଦ୍ଵାରା କିଛି ଅକଳ୍ପନୀୟ ଉପକାରିତା

           
ଆଣ୍ଡ୍ରୋଇଡ ହେଉ ବା ଅନ୍ୟ କିଛି ମୋବାଇଲ ଫୋନ, ସେଥିରେ ଥାଏ କିଛି ଏପରି ଗୁପ୍ତ ରହସ୍ୟ ଯାହା ବହୁତ କମ ବ୍ୟବହାରକାରୀ ଜାଣିଥିବେ । ମୋବାଇଲ ଫୋନ ଦ୍ଵାରା ଆପଣ କଲ୍, ମେସେଜ ଏବଂ ଇଣ୍ଟେର୍ନେଟ ବ୍ୟତୀତ କିଛି ଅନ୍ୟ ଉପକାରିତାର ବି ଲାଭ ଉଠାଇପାରିବେ । ଆସନ୍ତୁ ଜାଣିବା, ସେଭଳି କିଛି ଆଶ୍ଚର୍ଯ୍ୟଜଣକ, ଅକଳ୍ପନୀୟ ଫିଚର୍ସ ଯାହା ଆପଣଙ୍କ ଜୀବନ ବି ବଞ୍ଚାଇ ଦେଇପାରେ ।

            ୧) ଏମେର୍ଜେନ୍ସି ନମ୍ବର:

            ସାରା ପୃଥିବୀରେ ଯେକୌଣସି ମୋବାଇଲ ହେଉନା କାହିଁକି, ଯେକୌଣସି ନେଟୱର୍କ ହେଉନା କାହିଁକି ଏମେର୍ଜେନ୍ସି ନମ୍ବରଟି ହେଲା ୧୧୨ । ଯଦି ଆପଣ କେଉଁ ଅଜଣା ସ୍ଥାନରେ କିମ୍ବା ନେଟୱର୍କବିହୀନ ସ୍ଥାନରେ ଅଛନ୍ତି, କଭରେଜ ନାହିଁ, ତେବେ ଡରିବାର ନାହିଁ । ନିଜର ମୋବାଇଲରୁ ଡାୟଲ କରନ୍ତୁ ୧୧୨ ଏବଂ ସେ ଅଞ୍ଚଳରେ ଥିବା ଯେ କୌଣସି ଅନ୍ୟ ନେଟୱର୍କରୁ ଆପଣ ସେବା ପାଇପାରିବେ । ୧୧୨ ନମ୍ବରଟି ନିଜ ମୋବାଇଲ ଲକ ଥିଲେ ବି ଆପଣ ଡାୟଲ କରିପାରିବେ ।

            ୨) କାର୍ ଚାବି ବି ଖୋଲିପାରିବେ:

            ଯଦି ଆପଣ କାର୍ ଚାବି ରିମୋଟରେ ଖୋଲେ, ତେବେ ଆପଣଙ୍କ ପାଇଁ ଏହି ସୂତ୍ରଟି କାମରେ ଲାଗିପାରିବ । ମନେକର ଆପଣଙ୍କ କାର୍ ଚାବି ହଜିଗଲା, ଏବଂ ଆଉ ଏକ ସ୍ପେୟାର ଚାବିଟି ଘରେ ରଖିଛନ୍ତି ।  ତେବେ ଘରକୁ ଫୋନ କରି, ଘର ଲୋକଙ୍କୁ ସେହି ଚାବିଟି ଫୋନ ପାଖରେ ରଖି ଅନ କରିବା ପାଇଁ କହିବେ, ଆଉ ଆପଣ କାର୍ ଠୁ ପ୍ରାୟଃ ଏକ ଫୁଟ ଦୂରତାରେ ରହି ମୋବାଇଲ ଫୋନ ଜରିଆରେ ନିଜ କାରର ଡୋର ଲକ ଖୋଲିପାରିବେ ।

            ୩) ବ୍ୟାଟେରୀ ଶକ୍ତି ବଢେଇପାରିବେ:

            ମନେକର ଆପଣଙ୍କ ମୋବାଇଲର ବ୍ୟାଟେରୀ ସରି ଆସିଲାଣି ଏବଂ ଆପଣଙ୍କ ପାଖରେ ଚାର୍ଜର ନାହିଁ; ତେବେ *୩୩୭୦# ପ୍ରେସ କରନ୍ତୁ । ଆପଣଙ୍କ ମୋବାଇଲ ରିସ୍ଟାର୍ଟ ହୋଇ ୫୦% ଚାର୍ଜ ଦେଖେଇବ ।  ଏବଂ ଏହା ସେ ପର୍ଯ୍ୟନ୍ତ ରହିବ ଯେଉଁପର୍ଯ୍ୟନ୍ତ ଆପଣ ମୋବାଇଲକୁ ଚାର୍ଜର ଦ୍ଵାରା କନେକ୍ଟ କରିନାହାନ୍ତି ।

            ୪) ହଜିଯାଇଥିବା ଫୋନକୁ ଡିଜାବଲ (ଆକାମ୍ୟ) କିପରି କରିବେ?

            ନିଜର ମୋବାଇଲରୁ #୦୬# ଡାୟଲ କରନ୍ତୁ, ଆପଣ ନିଜ ଫୋନର ୧୫ ଅଙ୍କ ବିଶିଷ୍ଟ ସିରିୟଲ ନମ୍ବରଟି ଦେଖିପାରିବେ । ଏହି ନମ୍ବରଟିକୁ ନିଜ ଘରେ କିମ୍ବା ଅଫିସରେ ଜାଗ୍ରତ କରି ରଖିଥାନ୍ତୁ । ଯେତେବେଳେ ବି ଆପଣଙ୍କ ମୋବାଇଲ ଚୋରି ହେଇଯାଏ, ଆପଣ ସର୍ଭିସ ପ୍ରୋଭାଇଡ଼ରକୁ ଫୋନକରି ନିଜର ୧୫ ଅଙ୍କ ବିଶିଷ୍ଟ ସିରିୟଲ ନମ୍ବରଟି ଦେଇ ମୋବାଇଲକୁ ଡିଜାବଲ ବା ଆକାମ୍ୟ କରିପାରିବେ । ଚୋରିକରିଥିବା ବ୍ୟକ୍ତି ଯେ କୌଣସି ସିମକାର୍ଡ଼ ସେଥିରେ ପକେଇଲେ ବି ତାହା ବ୍ୟବ୍ୟହାର କରିପାରିବ ନାହିଁ ।
            ଡୁଆଲ ସିମକାର୍ଡ଼ ଫୋନରେ ଦୁଇଟି ୧୫ ଅଙ୍କ ବିଶିଷ୍ଟ ସିରିୟଲ ନମ୍ବରଥାଏ ।  ସେହିସ୍ଥାନରେ ଆପଣ ଦୁଇଟିଯାକ ନମ୍ବର ଦେବାକୁ ଭୁଲିବେ ନାହିଁ ।

            ୫) ଏଟିଏମ (ATM)ରେ ଚୋରିରୁ ରକ୍ଷା ପାଇପାରିବେ:


            ଯଦି ଆପଣଙ୍କୁ କେହି ଡକାୟତ ଏଟିଏମ (ATM) କାଉଣ୍ଟର ଭିତରେ ଟଙ୍କା ବାହାର କରିବା ପାଇଁ ଧମକ ଦିଏ, ସେଥିରେ ଆପଣ ଜମା ବ୍ୟସ୍ତ ହେବେନାହିଁ । ଆପଣ ନିଜ ଏଟିଏମ ପିନ୍ ଟିକୁ ଓଲଟା ଦେବେ । ମନେକର ଆପଣଙ୍କ ଏଟିଏମ କାର୍ଡ଼ର ପିନ୍ ୧୨୩୪, ଆପଣ ସେହି ସ୍ଥାନରେ ୪୩୨୧ ପ୍ରେସ କରିବେ । ଏହା ଦ୍ଵାରା ବି ଟଙ୍କା ବାହାରି ପାରିବ, କିନ୍ତୁ ସେଥିରେ ସେହି ଡକାୟତର ଅଜାଣତରେ ନିକଟସ୍ଥ ପୁଲିସ ଥାନାକୁ ମେସେଜ ଚାଲିଯିବ ଯେ ଏହି ଏଟିଏମରେ ଡକାୟତି ହେଉଛି । ନିଜକୁ ବୁଦ୍ଧିବଳରେ ସୁଦୃଢ କରିପାରିଲେ, ପୁଲିସ ଆସି ଡକାୟତିକୁ ରୋକି ପାରିବେ । 

Post a Comment

0 Comments