
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷାବର୍ଷ
(୨୦୧୯-୨୦) ପାଇଁ ନବମ ଶ୍ରେଣୀରେ ରିକ୍ତସ୍ଥାନ ପୂରଣ ପାଇଁ ନବୋଦୟ ବିଦ୍ୟାଳୟ ସମିତି ଅନଲାଇନ ଦରଖାସ୍ତ
ଆହ୍ଵାନ କରୁଛି । ଅନଲାଇନ ଆବେଦନର ଆରମ୍ଭ ତାରିଖ ୧୫-୧୦-୨୦୧୮। ଏଥିପାଇଁ ଆବେଦନ ପତ୍ର ନବୋଦୟ ବିଦ୍ୟାଳୟ ସମିତି
ୱେବସାଇଟ www.navodaya.gov.in ମାଧ୍ୟମରେ ନିଃଶୁଳ୍କ ପ୍ରାପ୍ତ କରିପାରିବେ ।
ଅନଲାଇନ ପ୍ରକ୍ରିୟା ଆରମ୍ଭ: ୧୫-୧୦-୨୦୧୮
ଅନଲାଇନ ଆବେଦନର ଅନ୍ତିମ ତାରିଖ: ୩୦-୧୧-୨୦୧୮
ଚୟନ ପରୀକ୍ଷା ତିଥି: ୦୨-୦୨-୨୦୧୯
ଯେଉଁ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଅବସ୍ଥିତ
ସେହି ଜିଲ୍ଲାର ପ୍ରାର୍ଥୀମାନେ ୨0୧୮-୧୯ ଶିକ୍ଷା ବର୍ଷରେ ସରକାରୀ/ସରକାରୀ ସ୍ଵୀକୃତ ପ୍ରାପ୍ତ ବିଦ୍ୟାଳୟରେ
ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବେ, କେବଳ ସେହିମାନେହିଁ ସେହି
ଜିଲ୍ଲାର ନବୋଦୟ ବିଦ୍ୟାଳୟ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ଇଚ୍ଛୁକ ପ୍ରାର୍ଥୀ ୦୧-୦୫-୨୦୦୩ରୁ ୩୦-୦୪-୨୦୦୭ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ (ଉଭୟ ତାରିଖ
ଅନ୍ତର୍ଭୁକ୍ତ) । ଏହା ଅନୁସୂଚିତ ଜାତି/ଜନଜାତି ବର୍ଗ ସମେତ ଅନ୍ୟ ସମସ୍ତ ବର୍ଗର
ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।
ଜବାହାର ନବୋଦୟ ବିଦ୍ୟାଳୟରେ ଖାଲି ପଡିଥିବା ସ୍ଥାନ, ପରୀକ୍ଷା ପ୍ରଣାଳୀ ଏବଂ ବିସ୍ତ୍ରୁତ ବିବରଣୀ ପାଇଁ NVS ୱେବସାଇଟ www.navodaya.gov.inରେ ଅବଲୋକନ କରନ୍ତୁ କିମ୍ବା ସମ୍ପୃକ୍ତ ଜିଲ୍ଲାରେ ଅବସ୍ଥିତ
ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବି ଯୋଗାଯୋଗ କରିପାରିବେ ।
- ନବୋଦୟ ବିଦ୍ୟାଳୟ ସମିତି ଦ୍ଵାରା ପ୍ରସାରିତ
0 Comments