ଦଶହରା ଉତ୍ସବ ପାଳନ ଏବଂ ରାବଣପୋଡ଼ି ବେଳେ
ଅମୃତସର ସହରର ଯୋଡ଼ା ଫାଟକ ପାଖରେ ଏକ ଦ୍ରୁତଗାମୀ ଟ୍ରେନ ଅଚାନକ ଭାବେ ଆସିଯିବା ଯୋଗୁଁ ସେଠାରେ ଥିବା
ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଲୋକ ତାହାର ଶିକାର ହୋଇଥିଲେ । ସେଠାରେ ମୋଟ ୬୧ ଜଣଙ୍କ ପ୍ରାଣହାନୀ
ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଅଧିକରୁ ଅଧିକ ଘାୟଲ ହୋଇଥିବାର ସୂଚନା ମିଳିଛି ।
ଜଳନ୍ଧର ଅମୃତସର ଡ଼ିଏମଇଉ (DMU) ଟ୍ରେନଟି ଜଲନ୍ଧରରୁ ଅମୃତସରରୁ ଫେରୁଥିଲା
। କିନ୍ତୁ ସେହି ସ୍ଥାନରେ ଟ୍ରେନର କୌଣସି ହର୍ନ ଶୁଭିନଥିଲା ଯାହା ମିଳିଥିବା ଭିଡିଓରୁ ଜଣା ପଢୁଛି
। ନିକଟସ୍ଥ ରେଳଷ୍ଟେସନର
ଷ୍ଟେସନମାଷ୍ଟରଙ୍କ କହିବା ଅନୁଯାୟୀ ସେହି ପଡ଼ିଆରେ ରାବଣପୋଡ଼ି କାର୍ଯ୍ୟକ୍ରମର ତାଙ୍କୁ ବି କୌଣସି
ନିର୍ଦ୍ଦେଶ କିମ୍ବା ଖବର ନଥିଲା, ଯାହାଦ୍ଵାରା ଏତେ ବଡ ଦୁର୍ଘଟଣା ହେବାର ସମ୍ଭାବନା
ନଥାନ୍ତା ।
ଦର୍ଶକଙ୍କ କହିବା ଅନୁସାରେ ସେଠାରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ଵ ଦର୍ଶକ ଥିଲେ।
ଏବଂ ରେଳଧାରଣ ନିକଟରେ ୩୦୦ରୁ ଉର୍ଦ୍ଧ୍ଵ । ରାବଣ ପୋଡ଼ିର ଠିକ ୨୦ ସେକେଣ୍ଡପରେ (ସନ୍ଧ୍ୟା ୬:୪୫)ହଠାତ
ଟ୍ରେନଟି ବିନା କୌଣସି ଆବାଜ କରି/ହର୍ଣ ମାରି ଖୁବ ଦ୍ରୁତଗତିରେ ମାଡ଼ିଆସିଥିଲା । ସେହିସମୟରେ ଲେବଲ କ୍ରସିଂ କିନ୍ତୁ
ବନ୍ଦଥିଲା । ଯାହା ଦର୍ଶକମାନେ ଜାଣିପାରିନଥିଲେ ।
ଆହତମାନଙ୍କୁ ନିକଟସ୍ଥ ଅମୃତସର ସିଟି ହସ୍ପିଟାଲ ଏବଂ ଗୁରୁ ନାନକ ହସ୍ପିଟାଲରେ
ଭର୍ତ୍ତି କରାଯାଇଛି । ଇଣ୍ଡୋ-ତିବ୍ବତ ବର୍ଡର ପୁଲିସ ଆସି ସହାୟତା ଏବଂ ଉଦ୍ଧାର କରିଥିଲେ
।
0 Comments