ବିଜେଡ଼ିରୁ ବହିସ୍କୃତ ବରିଷ୍ଠ ନେତା ଦାମୋଦର
ରାଉତ ଆଜି (ବୁଧବାର, ୧୩। ୦୩। ୨୦୧୮)ରେ ନିଜସ୍ଵ ଏକ ଦଳ ଗଠନ ପାଇଁ ସ୍ଵୀକାର କରିଛନ୍ତି । ଏହି ଦଳର ବିଶେଷତ୍ଵ ଏହା ଯେ ବିଜୁ ଜନତା ଦଳରୁ ବହିସ୍କୃତ ହୋଇଥିବା ତଥା ବିଜୁ ପଟ୍ଟନାୟକଙ୍କ
ପୁରୁଣା ବନ୍ଧୁ ବୈଜୟନ୍ତୀ ପଣ୍ଡା, ବିଜଯ ମହାପାତ୍ର, ଦିଲ୍ଲୀପ ରାୟ, ପ୍ରଫୁଲ୍ଲ ଘଡେଇ, ଆଦି
ଏବଂ ଦଳୀୟ କର୍ମୀ ମାନେ ମିଳିତ ଭାବେ ଏକ ଦଳକୁ ଗଢିବାକୁ ଯାଉଛନ୍ତି। ବିଜୁ କ୍ରାନ୍ତି ଦଳ କିମ୍ବା ତୃଣମୁଳ
ବିଜୁ ଜନତା ଦଳ କିମ୍ବା ଏପରି କିଛି ନାମ ବିଜୁବାବୁଙ୍କୁ ନେଇ ଏହି ମାସ (ଅକ୍ଟୋବର) ଶେଷ ସୁଦ୍ଧା
ଗଠନ ହେବାର ସମ୍ଭାବନା ଅଛି ।
ଦାମ ନିଜକୁ ସେନାପତି ଭାବେ ରାଜା ନବୀନଙ୍କୁ ସିଧାସଳଖ ଆକ୍ରମଣ କରିଥିବା
ବେଳେ, ବିଜେଡ଼ିର
ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଏହାକୁ ଖଣ୍ଡନ କରି
କହିଛନ୍ତି ଯେ, ଦାମଙ୍କ ବାକ୍ୟ ପିଲାଳିଆ ଭଳି; ଏଥିରେ ବିଜେଡ଼ିକୁ ଟିକିଏ ବି ଆଞ୍ଚ ଆସିବ ନାହିଁ।
0 Comments