ପୂଜାରେ ତରଙ୍ଗର ଡବଲ୍ ଧମାଲ୍ : ପ୍ରେମ କୁମାର ଏବଂ ଶ୍ରୀମାନ ସୁରଦାସ


ଏହି ପୂଜାରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ନେଇ ଆସିଛି ଦୁଇ ଦୁଇଟି ଓଡ଼ିଆ ସିନେମା ଅନୁଭବ ଓ ତମନ୍ନାଙ୍କ ଯୋଡ଼ିରେ ପ୍ରେମ କୁମାର ଏବଂ ବାବୁସାନ, ଭୂମିକାଙ୍କ ଯୋଡ଼ିରେ ଶ୍ରୀମାନ ସୁରଦାସ


ତମନ୍ନାଙ୍କ ଅନୁଭବଙ୍କ ସହ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ସେ ଖୁବ ଉତ୍ସାହିତ ଅଛନ୍ତି । ତମନ୍ନା ଏହି ଫିଲ୍ମରେ ଏକ ଗୀତରେ ନିଜର ସ୍ଵର ବି ଦେଇଛନ୍ତି । ପ୍ରେମ କୁମାରର ପ୍ରିମିୟମ ଶୋ କଟକର ବୃନ୍ଦାବନ ଟକିଜରେ ମୁକ୍ତିଲାଭ କରିଥିଲା ଯେଉଁଠି ଦୁହେଁ ଅନୁଭବ ଏବଂ ତମନ୍ନା ଉପସ୍ଥିତ ରହି ଦର୍ଶକଙ୍କୁ ଉତ୍ସାହିତ କରିଥିବାର ଜଣାପଡିଛି

ସେହି ସମୟରେ କଟକର ଜୟଶ୍ରୀ ଟକିଜରେ ଦେଖିବାକୁ ମିଳିଥିଲା ବାବୁସାନ ଏବଂ ଭୂମିକାଙ୍କୁ ତାଙ୍କ ଫିଲ୍ମ ଶ୍ରୀମାନ ସୁରଦାସର ପ୍ରିମିୟର ଶୋରେ । ବାବୁସାନ ସେଥିରେ ଜଣେ ଅନ୍ଧ ଭୂମିକାରେ ଦେଖିବାକୁ ମିଳିବଫିଲ୍ମଟି ଖୁବ ରୋମାଣ୍ଟିକ ଏବଂ ହାସ୍ୟାତ୍ମକ ହୋଇଥିବା ଦର୍ଶକ କହିଛନ୍ତି

Post a Comment

0 Comments