କବିସମ୍ରାଟ ସାହିତ୍ୟ ସଂସଦ, ଭଞ୍ଜନଗର ଉଦଘାଟିତ

ଭଞ୍ଜନଗର (14/10/2018):  ଭଞ୍ଜନଗର ନିକଟସ୍ଥ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଡଃ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଆବାହକତ୍ଵରେ ଏକ ନୂତନ ସାହିତ୍ୟସଂସଦ କବି ସମ୍ରାଟ ସାହିତ୍ୟ ସଂସଦ ଗଠନ ହୋଇ ଉଦଘାଟିତ ହୋଇଯାଇଛି ଏଥିରେ ଭଞ୍ଜନଗର ଅଞ୍ଚଳର ବହୁ ଜଣାଶୁଣା ସାହିତ୍ୟିକ ତଥା ବିଦ୍ଵାନ ଓ ସଂସ୍କୃତିପ୍ରେମୀ ଯୋଗଦେଇ ମତାମତ ପ୍ରଦାନ କରିଥିଲେ

ଭଞ୍ଜମାଟିର ନବପ୍ରତିଭାମାନଙ୍କୁ ଆତ୍ମପ୍ରକାଶ କରାଇବା ଉଦ୍ଦେଶ୍ୟ ଏ ଅବସରରେ ଅନୁଷ୍ଠାନକୁ ସଦସ୍ୟମାନଙ୍କର ସର୍ବସମ୍ମତ ନିଷ୍ପତ୍ତି ପ୍ରକାରେ ଆନୁଷ୍ଠାନିକ ରୂପ ଦିଆଗଲା ଏଥିରେ ସର୍ବଶ୍ରୀ ଡଃ ସୁରେଶ ଚନ୍ଦ୍ର ପଣ୍ଡା ସଭାପତି, ଚିନ୍ମୟ ବେବାର୍ତ୍ତା ସହ-ସମ୍ପାଦକ, ପ୍ରଭାତ କୁମାର ଆଚାର୍ଯ୍ୟ କୋଷାଧକ୍ଷ, କୁମାର କାର୍ତ୍ତିକେଶ୍ଵର ପ୍ରଧାନ ପ୍ରଚାର ପ୍ରସାର ସମ୍ପାଦକ, ତ୍ରିନାଥ ବେହେରା ବାର୍ତ୍ତା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି ସଂସଦକୁ ମାର୍ଗଦର୍ଶକ କରିବା ନିମନ୍ତେ ଉପଦେଷ୍ଟା ଭାବେ ପଣ୍ଡିତ ମନୁନନ୍ଦ ପଟି, ସମାଜସେବୀ ବଳରାମ ସ୍ଵାଇଁ, ପ୍ରାଧ୍ୟାପିକା ଡଃ ଉଷା ପାଢୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ଏଥିରେ ଅନ୍ୟମାନଙ୍କ ରବୀନ୍ଦ୍ର ଆଚାର୍ଯ୍ୟ, ଡଃ ଗୁରୁମୁର୍ତ୍ତି ନାୟକ, ରଞ୍ଜୁଳତା ବେହେରା, ପ୍ରଭାତୀ ମଞ୍ଜରି ଦେବୀ, ଡଃ ପ୍ରଭାକର ମହାପାତ୍ର ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲା ବେଳେ ପରିଶେଷରେ ପ୍ରଭାତ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।  ସମାଜସେବୀ କୁଞ୍ଜବିହାରୀ ନାୟକ ଓ ସାହିତ୍ୟିକ ମୋତିଲାଲ ପଟି ଯୋଗ ଦେଇଥିଲେ

Post a Comment

0 Comments