ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଭତ୍ତା ଆବେଦନ ପ୍ରଣାଳୀ ।


ଓଡ଼ିଶା କଳା ଓ ସଂସ୍କୃତିରେ ଭରପୁର ଓଡ଼ିଶାର ଇତିହାସ ଏହାର କଳା ଓ ସଂସ୍କୃତିର ବିକାଶର ସାକ୍ଷୀ ହୋଇଆସିଅଛି ଓଡ଼ିଶା ନିଜର ସ୍ଵତନ୍ତ୍ର ଲୋକ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଗୀତ, ଲଲିତକଳା, ଚିତ୍ରକଳା, ସାହିତ୍ୟଆଦି ପାଇଁ ସାରା ପୃଥିବୀରେ ପ୍ରସିଦ୍ଧଓଡ଼ିଶାର କଳା ଏବଂ ସଂସ୍କୃତିର ସମୃଦ୍ଧ, ପ୍ରଦର୍ଶିତ, ଏବଂ ସଂରକ୍ଷିତ କରିବା ଦିଗରେ ଗରିବ ବୃଦ୍ଧ କଳାକାରମାନଙ୍କୁ ନିଜର ଜୀବନ ନିର୍ବାହ ଏବଂ ସମର୍ଥନ ପାଇଁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନାମକ ଏକ ନୂତନ ପଦକ୍ଷେପ ନେଇଆସିଛନ୍ତି ଏହି ନୂତନ ଯୋଜନା ନିମନ୍ତେ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ୨୫ ମଇ ୨୦୧୮ରେ ଏକ ନିୟମ ବନାଇଛନ୍ତି  

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଚୟନ କମିଟିବୃନ୍ଦ: 

ଏହାର ଚୟନପ୍ରକ୍ରିୟା ଜିଲ୍ଲା ସ୍ତରୀୟ ହେବ ଯେଉଁଥିରେ, ନିମ୍ନୋକ୍ତ ଅଧିକାରୀ ମାନେ ନିଷ୍ପତ୍ତି ନେବେ
୧) ଏଡ଼ିଏମ (ଅତିରିକ୍ତ ଜିଲ୍ଲାପାଳ) ଭାଇସ ଚେୟାରମ୍ୟାନ
୨) ଜିଲ୍ଲା ସୂଚନା ଓ ଲୋକ ଯୋଗାଣ ଅଧିକାରୀ ସଦସ୍ୟ
୩) ଜିଲ୍ଲା ସଂସ୍କୃତି ଅଧିକାରୀ ସଦସ୍ୟ
୪) ଉକ୍ତ ବ୍ଲକର ବିଡ଼ିଓ (ବ୍ଲକ ନିର୍ବାହୀ ଅଧିକାରୀ) କିମ୍ବା ଗୋଷ୍ଠୀ ଅଧିକାରୀ

କଳାକାର ସହାୟତା ଯୋଜନାର ବିଜ୍ଞାପନର ୨ମାସ ଭିତରେ ଉକ୍ତ ଜିଲ୍ଲାର ସଂସ୍କୃତି ଅଧିକାରୀ ଆବେଦନକାରୀଙ୍କ ଦରଖାସ୍ତ ଜିଲ୍ଲାପାଳଙ୍କୁ ଦେବେ
ଚୟନକମିଟି ସମସ୍ତ ଆବେଦନପତ୍ରଗୁଡ଼ିକୁ ନିରେଖିଲା ପରେ ଜିଲ୍ଲାପାଳ ତାହାକୁ ନିର୍ଦ୍ଦେଶକ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ପଠେଇବେ ।

ଯୋଗ୍ୟ ମାନଦଣ୍ଡ:

) ଆବେଦନ ପାଇଁ ପୁରୁଷ କଳାକାରଙ୍କ ବୟସ  ୫୦ରୁ ଉର୍ଦ୍ଧ୍ଵ ଏବଂ ମହିଳା କଳାକାରଙ୍କ ବୟସ ୪୦ର ଉର୍ଦ୍ଧ୍ଵ ହେବ ଆବଶ୍ୟକ ।
୨) ଗ୍ରାମୀଣ କଳାକାରଙ୍କ ବାର୍ଷିକ ଆୟ ୫୦,୦୦୦ରୁ କମ ଏବଂ ସହରୀ କଳାକାରଙ୍କ ବାର୍ଷିକ ଆୟ ୬୦,୦୦୦ ରୁ କମ ହେବା ଆବଶ୍ୟକ ।
୩) ଆବେଦନକାରୀ ଅନ୍ୟ କୌଣସି ସରକାରୀ ଯୋଜନାରୁ ଅର୍ଥ ପ୍ରାପ୍ତି କରୁନଥିବା ଦରକାର ।
ସହାୟତା ରାଶି: ମାସିକ ୧୨୦୦ ଟଙ୍କା (ଏହା ସରକାରଙ୍କ ନିର୍ଦେଶାନୁସାରେ ପରିବର୍ତ୍ତିତ)।
ପ୍ରତିବର୍ଷ ଏପ୍ରିଲ ମାସରେ ଭତ୍ତାଧାରୀଙ୍କୁ ନିଜର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ହେବ ।
- ମନୋରଞ୍ଜନ ପାଣିଗ୍ରାହୀ (କମିଶନର-ଏବଂ-ସେକ୍ରେଟାରୀ) ଙ୍କ ନିର୍ଦ୍ଦେଶରେ

Post a Comment

0 Comments