ବ୍ରହ୍ମପୁର ୩୧। ୧୦: ଛତ୍ରପୁରର ଯୁବକବି ଓ ଲେଖକ ଶ୍ରୀ ନରେଶ କୁମାର ବେହେରାଙ୍କୁ କ୍ଷୁଦ୍ରଗଳ୍ପ
‘ପାଣି ସଂସ୍କାର’ ଏବଂ ‘ଭଙ୍ଗା ଇଂଦ୍ରଧନୁ ଓ ଆମ୍ବଗଛ’ ପାଇଁ ଷ୍ଟୋରିମିରର ତରଫରୁ ‘ଷ୍ଟୋରିମିରର ସାରସ୍ଵତ ସମ୍ମାନ ୨୦୧୮’ରେ ସମ୍ମାନିତ କରାଯାଇଛି।
ଭୁବନେଶ୍ଵର ଜୟଦେବ ଭବନଠାରେ ଆୟୋଜିତ ‘ଷ୍ଟୋରିମିରର
ଓଡ଼ିଆ ଚତୁର୍ଥ ପର୍ଯ୍ୟାୟ ପୁସ୍ତକ ଉନ୍ମୋଚନ ଓ ପ୍ରତିଭା ସମ୍ମାନ ଉତ୍ସବ’ରେ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନକରି ସମ୍ବର୍ଦ୍ଧିତ କରଯାଇଥିଲା
।
ଉକ୍ତ ଉତ୍ସବର ଆୟୋଜକ ଥିଲେ ଶ୍ରୀଯୁକ୍ତ ବିଭୂଦତ୍ତ ରାଉତ, ଶ୍ରୀମତୀ ପଲ୍ଲବିନି ଆଚାର୍ଯ୍ୟ ଏବଂ ଶ୍ରୀମତୀ ରଶ୍ମିରେଖା ତ୍ରିପାଠୀ।
ଏହି କୃତିତ୍ଵ ପାଇଁ ଶ୍ରୀ ବେହେରାଙ୍କୁ
ଗଞ୍ଜାମ ଏବଂ ଓଡ଼ିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ଲେଖକ, କବି ଏବଂ ସାହିତ୍ୟପ୍ରେମୀ ଶୁଭେଛା ଜ୍ଞାପନ କରିଛନ୍ତି ।
ଶ୍ରୀ ନରେଶ କୁମାର ବେହେରାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପଢନ୍ତୁ ତାଙ୍କରି
ସାହିତ୍ୟିକ ଜୀବନୀ:
0 Comments