‘ ଏକତାର ପ୍ରତୀକ’ ଷ୍ଟେଚୁ ଅଫ ୟୁନିଟୀ ବିଷୟରେ ଜାଣିବା କିଛି ଗୋଚର ତଥ୍ୟ


ଲୌହ ମାନବ ଶ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଉନ୍ମୋଚିତ ହୋଇଥିବା ପଟେଲଙ୍କ ମୂର୍ତ୍ତି ଷ୍ଟେଚୁ ଅଫ ୟୁନିଟୀ ଯାହା ବିଶ୍ଵର ସବୁଠୁ ଉଚ୍ଚତମ ମୂର୍ତ୍ତିଭାବେ ବର୍ତ୍ତମାନ ପରିଚିତ ଆସନ୍ତୁ ଜାଣିବା ଏହି ମୂର୍ତ୍ତି ବିଷୟରେ କିଛି ଗୋପନୀୟ ତଥ୍ୟ

ଷ୍ଟେଚୁ ଅଫ ୟୁନିଟୀ -
୧) ଚାଇନାର ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ମୂର୍ତ୍ତି(୧୫୩ମିଟର) ଠାରୁ ଉଚ୍ଚତମ ଏବଂ ବିଶ୍ଵପ୍ରଖ୍ୟାତ ଷ୍ଟେଚୁ ଅଫ ଲିବର୍ଟି(୯୩ ମିଟର)ର ଦୁଇଗୁଣ ଊଚ୍ଚା
୨) ପୃଥିବୀର ଉଚ୍ଚତମ ଏବଂ ଶୀଘ୍ର ନିର୍ମିତ୍ତ ପ୍ରତିମୂର୍ତ୍ତି, ଯାହା ମାତ୍ର ୩୩ ମାସରେ ନିର୍ମାଣ ହୋଇଛି
୩) ୧୮୨ ମିଟର ଉଚ୍ଚା ଏବଂ ଏଥିରେ ୨୫ହଜାର ଟନ୍ ଲୁହା ଏବଂ ୯୦ହଜାର ଟନ୍ ସିମେଣ୍ଟ ବ୍ୟବହୃତ ହୋଇଛି
) ମୂଳଦୁଆରୁ ଏହା ୨୪୦ ମିଟର ଉଚ୍ଚା, ଯାହାର ନିର୍ମାଣ ୯୧ ବର୍ଷୀୟ ପ୍ରସିଦ୍ଧ କାରିଗର ରାମ ବାଞ୍ଜି ସୁତାର, ଏଲଆଣ୍ଡଟି କମ୍ପାନୀର ୩୪୦୦ କର୍ମୀ ଏବଂ ୨୫୦ ଇଞ୍ଜିନିୟରଙ୍କ ଦ୍ଵାରା ହୋଇପାରିଛି
୫) ଡିସେମ୍ବର ୧୯, ୨୦୧୫ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ୩୩ ମାସରେ ସଂପୂର୍ଣ୍ଣ ହୋଇଥିଲା
୬) ୬.୫ ରିକ୍ଟର ସ୍କେଲ ଭୂମିକମ୍ପ (୧୦କିମି ଗଭୀର ଏବଂ ୧୨ କିମି ବ୍ୟାସାର୍ଦ୍ଧ)ରୁ ମଧ୍ୟ ବର୍ତ୍ତୀବାର କ୍ଷମତା ରଖିଛି
୭) ନିର୍ମାଣରେ ୨,୩୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି
୮) ଅନ୍ୟତମ ଆକର୍ଷଣ ହେଉଛି ୧୭କିମି ବ୍ୟାପି ଫୁଲର ପାହାଡ଼ (valley of flowers) ଏବଂ ପଟେଲଙ୍କ ସ୍ମୃତିରେ ହୋଇଥିବା ସଂଗ୍ରହାଳୟ
ଟିକେଟ ବୁକିଂ କରିବା ପାଇଁ : https://soutickets.in/ ଲଗିନ କରନ୍ତୁ

Post a Comment

0 Comments