କଲେଜ ଏଡମିଶନ ପାଇଁ ଅରିଜିନାଲ ସାର୍ଟିଫିକେଟ ଆବଶ୍ୟକ ନାହିଁ: ୟୁଜିସି (ୟୁନିଭର୍ସିଟି ଗ୍ରାଣ୍ଟ କମିଶନ)


ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଦେଶର ସମସ୍ତ ଉଚ୍ଚ ଶିକ୍ଷା ବିଭାଗ ଅନ୍ତର୍ଗତ କଲେଜ ଏବଂ ୟୁନିଭର୍ସିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେ ବର୍ତ୍ତମାନଠାରୁ କୌଣସି ବିଦ୍ୟାର୍ଥୀଙ୍କ ଅରିଜିନାଲ ସାର୍ଟିଫିକେଟ ବା ଶିକ୍ଷାଗତ ପ୍ରମାଣପତ୍ର ରଖିପାରିବେ ନାହିଁ କିମ୍ବା ଏଡମିଶନ ସମୟରେ  ଆବଶ୍ୟକ ନାହିଁ । ଏଭଳିକି ଯଦି କୌଣସି ଛାତ୍ରୀଛାତ୍ର କଲେଜରୁ ସ୍ଵଇଚ୍ଛାରେ ନିଜର ନାମାଙ୍କନ ପ୍ରତ୍ୟାବର୍ତ୍ତନ କରିଥାଏ, ତେବେ ତାହାର ସମସ୍ତ ଏଡମିଶନ ଫୀ (ନାମାଙ୍କନ ମୂଲ୍ୟରାଶି)କୁ ଫେରସ୍ତ କରିବେ । ଏହି ନିୟମକୁ ଉଲ୍ଲଂଘନ କରିବା କିମ୍ବା ନିମ୍ନ ଲିଖିତ ତଥ୍ୟଗୁଡ଼ିକୁ ଯଦି କଲେଜ କର୍ତ୍ତୃପକ୍ଷ ନିଜ ୱେବସାଇଟରେ ନଦର୍ଶାନ୍ତି ତେବେ ସେମାନଙ୍କୁ ପେନାଲ୍ଟି ଲାଗିବା ସହ ସେହି କଲେଜର Deemed Status କିମ୍ବା Affiliationରୁ ମଧ୍ୟ ବହିସ୍କୃତ କରାଯାଇପାରେ ।

ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ସମସ୍ତ ଉଚ୍ଚ ଶିକ୍ଷା କଲେଜ ଏବଂ ୟୁନିଭର୍ସିଟିମାନଙ୍କୁ ନିଜ ୱେବସାଇଟ ରେ ଏହି ସବୁ ତଥ୍ୟ ଦର୍ଶାଇବାକୁ ବାଧ୍ୟ କରିଛନ୍ତି : -

୧) ଶିକ୍ଷାନୁଷ୍ଠାନର ବିବରଣୀ
୨) Affiliation ବିଷୟରେ
୩) Accreditation ବିଷୟରେ
୪) ସ୍ଥାୟୀ ଏବଂ ଅସ୍ଥାୟୀ ସମ୍ପତ୍ତି
୫) ପ୍ରତୀଟି କୋର୍ସପାଇଁ ଥିବା ଶିଟ୍ ସଂଖ୍ୟା
୬) ପୁରା କୋର୍ସ ପାଇଁ ଥିବା ସଂପୂର୍ଣ୍ଣ ଫି
୭) ଏଡମିଶନ ପାଇଁ ଶେଷ ତାରିଖ
୮) ଶିକ୍ଷକମାନଙ୍କ ବିବରଣୀ
୯) କଲେଜ ସଂଗଠନର ସମସ୍ତ କର୍ତ୍ତୃପକ୍ଷଙ୍କ ବିବରଣୀ
୧୦) ସେମାନଙ୍କ ଜୀବିକା ବା ଆୟ ବିବରଣୀ
୧୧) ଆର୍ଥିକ ସ୍ଥିତି

ଏତଦ ବ୍ୟତୀତ ଶିକ୍ଷାନୁଷ୍ଠାନ ଅନ୍ୟାନ୍ୟ ତଥ୍ୟସବୁ ଯୋଗାଇବେ ଯାହାସବୁ ଏକ ବିଦ୍ୟାର୍ଥୀପାଇଁ ଆବଶ୍ୟକ ଅଟେ ଯେପରିକି, ପ୍ରୟୋଗଶାଳ, ପାଠାଗାର, ହଷ୍ଟେଲ ବ୍ୟବସ୍ଥା, ଯାତାୟାତର ବ୍ୟବସ୍ଥା, ଖାଦ୍ୟପାନ, ଆଦି

ଏହା ବିଷୟରେ ମାନବ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ପ୍ରକାଶ ଜାଭ୍ଡ଼େକର କହିଛନ୍ତି ଯେ, ଏଡମିଶନ ବେଳେ କୌଣସି ଛାତ୍ରର ଅରିଜିନାଲ ସାର୍ଟିଫିକେଟ, ମାର୍କଶୀଟ, ସ୍କୁଲ ଲିଭିଂ ସାର୍ଟିଫିକେଟ ଆଦିର ଆବଶ୍ୟକ ନାହିଁ ଏପରିକି ସେମାନେ କାହାର ଅରିଜିନାଲ ସାର୍ଟିଫିକେଟ ମଧ୍ୟ ରଖିପାରିବେ ନାହିଁ କେବଳ ସ୍ଵହସ୍ତାକ୍ଷର ଜେରକ୍ସ କପିହିଁ ଦେବେ । ଯଦି କୌଣସି ଛାତ୍ରଛାତ୍ରୀ ଏଡମିଶନର ୧୫ଦିନ ମଧ୍ୟରେ ସେହି କଲେଜରୁ ବାହାରିଯିବାକୁ ଚାହେଁ, ତେବେ ତାହାର ୧୦୦ପ୍ରତିଶତ ମୂଲ୍ୟରାଶି ଫେରସ୍ତ ଦିଆଯିବ । ଯେଉଁମାନେ ପ୍ରୋସେସିଂ ଫୀ ମାଧ୍ୟମରେ ଅଧିକ ଫି କାଟୁଥିଲେ, ସେମାନେ ୫%ରୁ କିମ୍ବା ଟଙ୍କା୫୦୦୦/-ରୁ ଅଧିକ ନେଇପାରିବେ ନାହିଁ

Post a Comment

0 Comments