ଏହି ମହାନଗର ପୁସ୍ତକମେଳାରେ ଓଡ଼ିଶା ତଥା ଓଡ଼ିଶାବାହାରୁ ବହୁ ପ୍ରକାଶକ, ପୁସ୍ତକ ବିକ୍ରେତା
ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ଏନବିଟି, ଓଡ଼ିଶା
ସାହିତ୍ୟ ଏକାଡ଼େମୀ, ବିଦ୍ୟାପୁରୀ, ଫ୍ରେନ୍ଡ୍ସ,, ଅଗ୍ରଦୂତ, କଟକ ଲ ଏଜେନ୍ସି, ନବନୀତ
ମୁମ୍ବାଇ, ସଦାଶିବ ବୂକ ୱୋର୍ଲ୍ଡ ସହ ବହୁ ପ୍ରକାଶକ ମାନେ ଯୋଗ ଦେବେ ବୋଲି
ସମ୍ମତି ପ୍ରଦାନ କରିଛନ୍ତି ବୋଲି କମିଟି ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବି ସୁବାସ ମହାରଣା ସୂଚନା
ଦେଇଛନ୍ତି।
ମହାନଗର ପୁସ୍ତକ ମେଳାରେ ବିଶିଷ୍ଟ କବି ତଥା ସାଂସଦ ପ୍ରସନ୍ନ ପାଟଶାଣି, ଉପ ଜିଲ୍ଲାପାଳ
ଶ୍ରୀଯୁକ୍ତ ଦୀଗନ୍ତ ରାଉତରାୟ, କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ
ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତ ଏବଂ ସାହିତ୍ୟିକ
ହୁସେନ ରବି ଗାନ୍ଧୀ, ସଦାନନ୍ଦ ତ୍ରିପାଠୀ, ଶ୍ରୀ
ସନତାନ ପଣ୍ଡା, ଡ: କୂମ୍ବପାଣି ସାମନ୍ତ, ଉପ ଜିଲ୍ଲାପାଳ
ସୁବ୍ରତ କୁମାର ବେହେରା ଭଲ ଅନେକ ସୁନାମ ଯୋଗ୍ୟ ଅତିଥି ଯୋଗ ଦେବେ।
ଏହି ଅବସରରେ ପୁସ୍ତକମେଳା ସର୍ବୋଚ୍ଚ ସମ୍ମାନ ଡ: କମ୍ବୁପାଣି ସାମନ୍ତ, ପୁସ୍ତକମେଳା
ଶିକ୍ଷା ସେବା ସମ୍ମାନ, ଉମାଧବ ମହାନ୍ତି, ଗଳ୍ପ
ସମ୍ମାନ ସଦାନନ୍ଦ ତ୍ରିପାଠୀ, କବିତା ସମ୍ମାନ ପ୍ରମୋଦ ପ୍ରଧାନ, ଉପନ୍ୟାସରେ ସ୍ଵର୍ଣ୍ଣପ୍ରଭା ପାଢୀ, ଶିଶୁ ସାହିତ୍ୟରେ ଯଜ୍ଞଦତ୍ତ
ସାମନ୍ତରାଏ ସହ ଅନେକ ପ୍ରତିଭାଧାରୀଙ୍କୁ ବିଭିନ୍ନ ଦିବସରେ ସମ୍ବର୍ଦ୍ଧିତ କରାଯିବ। ଏଥିସହ ପ୍ରତ୍ୟେକ
ସନ୍ଧ୍ୟାରେ ନୃତ୍ୟ, ସଙ୍ଗୀତ, ସାହିତ୍ୟ ଆଲୋଚନା କବିତା ପଥ ଉତ୍ସବ ଭଳି
ଅନେକ କାର୍ଯ୍ୟକ୍ରମ ରଖାଯାଇଛି। ଏହି ପୁସ୍ତକ ମେଳାରେ ସମସ୍ତ ଜନସାଧାରଣଙ୍କୁ ଯୋଗଦାନ ନିମନ୍ତେ
କମିଟି ପକ୍ଷରୁ ନିବେଦନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ବାଲ୍ମୀକି ମହାପାତ୍ର, ନିହାର ରଞ୍ଜନ
ଦାଶ, କପିଳ ମହାନ୍ତି, ଦିପ୍ତିମିତା ମହାପାତ୍ର
ମଞ୍ଚାସୀନ ଥିବାବେଳେ ନରେଶ କୁମାର ବେହେରା, ଦିପ୍ତିଲେଖା ମିଶ୍ର, ଗିରିଜା ଶତପଥି, ସୁଧାଞ୍ଜଳି ମିଶ୍ର, ବନ୍ଦନା ମହାପାତ୍ର, ଶିବ ପ୍ରସାଦ ହୋତା ପ୍ରମୁଖ ପରିଚାଳନା କରିଥିଲେ।
0 Comments