ମହାନଗର ପୁସ୍ତକ ମେଳା (ନଭେମ୍ବର ୧୬-୨୫) ୨୦୧୮ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।


ବ୍ରହ୍ମପୁର ୦୫।୧୧ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ୨୦୧୮ (ନଭେମ୍ବର ୧୬ରୁ ୨୫) ପାଇଁ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ବାପୁଜୀ ନଗର(ବ୍ରହ୍ମପୁର)ସ୍ଥିତ ବ୍ରହ୍ମପୁର ସାହିତ୍ୟ ପରିଷଦ ଭବନରେ ସଭାପତି ଶ୍ରୀ ସୁଶାନ୍ତ ଦାଶଙ୍କ ନେତୃତ୍ଵରେ ଆନୁଷ୍ଠାନିକ ଭାବେ ହୋଇଅଛି

ଏହି ବୈଠକରେ ଏସ୍. ଏସ୍. ଭି. ଟି. ହଲ୍ ପଡ଼ିଆ (ରାମଲିଙ୍ଗମ ମନ୍ଦିର ପଛପଟେ)ଠାରେ ଦଶଦିନ ବ୍ୟାପୀ ହେବାକୁ ଥିବା ବ୍ରହ୍ମପୁର ମହାନଗର ପୁସ୍ତକ ମେଳାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ, ଦାୟିତ୍ଵବୋଧ, ଉଦ୍ଘାଟନ, ପରିଚାଳନା ଇତ୍ୟାଦି ବିଷୟରେ ଆଲୋକପାତ କରାଯାଇଥିଲା । 
ଉକ୍ତ ପ୍ରସ୍ତୁତି ବୈଠକରେ ଉପସଭାପତି ଶ୍ରୀ ସତ୍ୟମ ଆଚାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ସଭ୍ୟବୃନ୍ଦ ବାଲ୍ମୀକି ମହାପାତ୍ର, ନିହାର ରଞ୍ଜନ ଦାଶ, ସୁଦାମ ପାଣିଗ୍ରାହୀ, ନରେଶ କୁମାର ବେହେରା, ସୁଧାଞ୍ଜଳି ମିଶ୍ର ଏବଂ ସପ୍ତମୀତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ  

Post a Comment

0 Comments