ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ଲେଖିକା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା
ପାଢୀଙ୍କୁ ‘ପୁସ୍ତକମେଳା ଉପନ୍ୟାସ ସମ୍ମାନ ୨୦୧୮’ରେ ସମ୍ମାନିତ
କରାଗଲା। ମୁଖ୍ୟବକ୍ତା ଭାବେ ଶ୍ରୀ ରଜନୀକାନ୍ତ ମହାପାତ୍ର ଏବଂ ଶ୍ରୀ ମଳୟ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ କନିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସଭାପତିତ୍ଵ ଶ୍ରୀ ସୁଶାନ୍ତ ଦାଶ କରିଥିବାବେଳେ, ସଂପାଦକୀୟ ପାଠ କରିଥିଲେ ଶ୍ରୀ ଅଜିତ ସାବତ । ସଭା ଉପସଂହାର ପାଠ କରିଥିଲେ ଶ୍ରୀ ବି ସତ୍ୟମ ଆଚାରୀ ମହୋଦୟ।
ଉକ୍ତ ପୁସ୍ତକମେଳାରେ ୮୦ଖଣ୍ଡ ଷ୍ଟାଲରେ ଦେଶର ବିଭିନ୍ନ କୋଣଅନୁକୋଣରୁ ପୁସ୍ତକ ବିକ୍ରେତାମାନେ ଆସିଛନ୍ତି ।
0 Comments