ବ୍ରହ୍ମପୁର, ୧୯।୧୧: ସ୍ଥାନୀୟ ଏସଏସଭିଟି ଗ୍ରାଉଣ୍ଡଠାରେ ଅନୁଷ୍ଠିତ ମହାନଗର ପୁସ୍ତକମେଳାର ୪ର୍ଥ ରଜନୀରେ
“ଶିକ୍ଷା ଓ ତାର ସାମାଜିକ ପ୍ରଭାବ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ସନାତନ
ପଣ୍ଡା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ନିଜ ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀଯୁକ୍ତ ପଣ୍ଡା କହିଥିଲେ
, ଉଚିତ ଶିକ୍ଷା ହିଁ ମଣିଷକୁ ସଠିକ ଦିଗଦର୍ଶନ ଦେଇଥାଏ। ତେଣୁ ମଣିଷ ଜୀବନକାଳରେ ଶିକ୍ଷା ନିହାତି ଆବଶ୍ୟକ ବୋଲି ସେ
ଦର୍ଶାଇ ଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ନିରଞ୍ଜନ
ତ୍ରିପାଠୀ ଯୋଗଦେଇ ପୁସ୍ତକମେଳା ମଣିଷ ସମାଜକୁ ପୁସ୍ତକ ମାଧ୍ୟମରେ ଶିକ୍ଷା ପ୍ରଦାନ କରିଥାଏ ତେଣୁ
ପୁସ୍ତକମେଳା ସର୍ବକାଳିନ ଅପରିହାର୍ଜ୍ୟ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ଦର୍ଶାଇଥିଲେ । ବରିଷ୍ଠ ଆଇନଜୀବି ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ନାରାୟଣ ପଣ୍ଡା
ଯୋଗଦେଇ ବ୍ରହ୍ମପୁରରେ ଏହିଭଳି ପୁସ୍ତକମେଳା ବ୍ରହ୍ମପୁରବାସୀକୁ ସମସ୍ତ ପୁସ୍ତକ ଯୋଗାଇ ପାରୁଛି ବୋଲି
କହିଥିଲେ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ ଚକ୍ଷୁବିଶେଷଜ୍ଞ
ଡ଼ା ରାଜେନ୍ଦ୍ର କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସାହିତ୍ୟିକ ଶ୍ରୀଯୁକ୍ତ
ସୋମନାଥ ସାହୁ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ ।
ଜୀବନବ୍ୟାପୀ ଶିକ୍ଷା ସେବା ପ୍ରଦାନ କରି ଆସୁଥିବା ନୀଳକଣ୍ଠ
ନଗର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାଧବ ମହାନ୍ତିଙ୍କୁ ପୁସ୍ତକ ମେଳା ଶିକ୍ଷା
ସେବା ସମ୍ମାନ ପ୍ରଦାନ କରଯାଇଥିଲା।
ବିଶିଷ୍ଟ କବି ତଥା କମିଟି ସଭାପତି ଶ୍ରୀ ସୁଶାନ୍ତ ଦାଶଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଲ୍ମୀକି ମହାପାତ୍ର, ନରେଶ କୁମାର ବେହେରା, ସୁଧାଞ୍ଜଳି ମିଶ୍ର, ଦିପ୍ତିମିତା ମହାପାତ୍ର, ବି. ସତ୍ୟମ ଆଚାରୀ, କପିଲ ଚନ୍ଦ୍ର ମହାନ୍ତି ପ୍ରମୁଖ ।
‘ନୁପୁର’ ସଂସ୍କୃତିକ ଅନୁଷ୍ଠାନ ବ୍ରହ୍ମପୁର ଦ୍ଵାରା
ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣମଣାର ଛାତ୍ରଛାତ୍ରୀଙ୍କ ଦ୍ଵାରା
ଶିକ୍ଷା ଭିତ୍ତିକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ଅଜିତ କୁମାର ସେଠୀଙ୍କ ଗୀତ ଓ ସଙ୍ଗୀତ ସଂଯୋଜନା ଏବଂ ଭାଗ୍ୟବତୀ ବେହେରାଙ୍କ ପ୍ରଯୋଜନାରେ
ଶିକ୍ଷା ଉପରେ ଆଧାରିତ ଅଡିଓ ସିଡି ଆଲବମ “ଆସ ଆମେ ସ୍କୁଲ ଯିବା”କୁ ଉନ୍ମୋଚନ ହୋଇଥିଲା ।
0 Comments