ମୁଖ୍ୟ ଅତିଥି ଭାବେ ପ୍ରଫେସର ଜେ. ଶେଷଗିରି ରାଓ ଯୋଗଦେଇ
ପୁସ୍ତକ ମେଳାରେ ସମସ୍ତ ପ୍ରକାଶ ପୁସ୍ତକ ମିଳିଥାଏ ଏବଂ ଏହି ପୁସ୍ତକ ମଣିଷ ସମାଜକୁ ସତମାର୍ଗ ଦେଇଥାଏ
ବୋଲି କହିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଦୀପ କୁମାର ଶତପଥି (ବିଶିଷ୍ଟ
କବି ଓ ନାଟ୍ୟକାର) ଯୋଗଦେଇ ବ୍ରହ୍ମପୁରରେ ଅନୁଷ୍ଠିତ ଏହି ମହାନଗର ପୁସ୍ତକମେଳା ଅତ୍ୟନ୍ତ ଉଚ୍ଚକୋଟୀର
ତଥା ଏହା ବ୍ରହ୍ମପୁରବାସୀଙ୍କ ବୌଦ୍ଧିକ ବିକାଶର ସହାୟ ହେଉଅଛି।
ପୁସ୍ତକମେଳା କମିଟିର ସାଙ୍ଗଠନିକ ସମ୍ପାଦକ ଶ୍ରୀ ବାଲ୍ମୀକି
ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଲଲିତ
ମଙ୍ଗରାଜ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ ଶ୍ରୀନିବାସ ପୃଷ୍ଟି (ବିଶିଷ୍ଟ ସମାଜସେବୀ
ଓ ରୋଟାରିୟାନ) ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ କବି ତଥା କମିଟି ସଭାପତି ସୁଶାନ୍ତ ଦାଶ ସ୍ଵାଗତ
ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ
ନରେଶ କୁମାର ବେହେରା, ବି ସତ୍ୟମ ଆଚାରୀ, ଦିପ୍ତିମିତା ମହାପାତ୍ର, ନିହାର ରଞ୍ଜନ ଦାଶ, ତ୍ରିନାଥ ନାୟକ, ସୁଧାଞ୍ଜଳି ମିଶ୍ର, ସୁଦାମ ପାଣିଗ୍ରାହୀ ପ୍ରମୁଖ ପରିଚାଳନା
କରିଥିବାବେଳେ, ଗୁରୁ କେଳୁଚରଣ କଳାତୀର୍ଥ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ
ପରିବେଷଣ କରିଥିଲେ।
0 Comments