ଦୁବାଇରୁ ନର୍ମଦା ପାଣି ବଦଳରେ ତେଲ ଆଣିବେ ମୋଦୀ ।


ଜାପାନ ଟେକନୋଲଜିରେ ତିଆରି ହୋଇଥିବା ବୁଲେଟଟ୍ରେନ ୨୦୨୨ସୁଦ୍ଧା ଚାଲିବାକୁ ପ୍ରସ୍ତୁତ ହେଉଥିବା ବେଳେ, ବର୍ତ୍ତମାନ ମୁମ୍ବାଇରୁ ଦୁବାଇ ସମୁଦ୍ରଭିତରେ ରେଳଯୋଗାଯୋଗର ପ୍ରସ୍ତୁତି ଚାଲିଛି। ଦୁବାଇର ଖାଲିଜ ଟାଇମସର ରିପୋର୍ଟ ଅନୁସାରେ ଇଉଏଇ (UAE) ଖୁବ ଶୀଘ୍ର ଫୂଜାଇରାହ, ଦୁବାଇ ଏବଂ ମୁମ୍ବାଇ ମଧ୍ୟରେ ରେଳଯୋଗାଯୋଗ ପାଇଁ ଏକ ପ୍ରସ୍ତୁତି ଭାରତ ସରକାରଙ୍କୁ ଦେଇଛି । ଏହା ଦ୍ଵାରା ଯାତାୟାତ, ପରିବହନ ସହ ପାଇପଲାଇନ ଦ୍ଵାରା ତେଲବି ଅତି ସହଜରେ ଆମଦାନୀ କରିହେବ

ଏହାର ମୁଖ୍ୟ ଉଦ୍ଦେଶ୍ୟ ନର୍ମଦାରୁ ପାଣି ବଦଳରେ ଦୁବାଇରୁ ତେଲ ଆଣିବା । ଏହା ଦ୍ଵାରା ଜିସିସି ପାର୍ଟନର (ଗଲ୍ଫ କୋପେରସନ କାଉନସିଲ)ରେ ମଧ୍ୟ ଆମଦାନୀ ରପ୍ତାନିରେ ଉନ୍ନତି ହେବ । ଭାରତ ସରକାର ଏହା ପ୍ରତି ସବୁଜ ସଂକେତ ଦେଖାଇଛନ୍ତି

ପୂର୍ବରୁ ଇରାନ ସହ ଚାଉଳ ରପ୍ତାନି ବଦଳରେ ତେଲର ଆମଦାନୀର ଚୁକ୍ତିବି କରିସାରିଛନ୍ତି ନରେନ୍ଦ୍ର ମୋଦୀ ।

Post a Comment

0 Comments