ଅନ୍ଵେଷା ମ୍ୟୁଜିକ୍ ପ୍ରସ୍ତୁତ କରିଥିବା ଓଡ଼ିଆ
ଆଲବମ୍ ‘ଆସ ଆମେ ସ୍କୁଲ ଯିବା’ ମହାନଗର
ପୁସ୍ତକମେଳା ବ୍ରହ୍ମପୁର ଠାରେ ନଭେମ୍ବର ୧୯ତାରିଖ ଦିନ ଉନ୍ମୋଚିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ
ଡକ୍ଟର ସନାତନ ପଣ୍ଡାଙ୍କ କରକମଳରେ ଏହି ଆଲବମ୍ ଟି ଉନ୍ମୋଚିତ କରାଯାଇଛି ।
ମହାନଗର ପୁସ୍ତକମେଳା ବ୍ରହ୍ମପୁରର ଚତୁର୍ଥ
ସନ୍ଧ୍ୟାରେ ଆୟୋଜିତ “ଶିକ୍ଷା ଓ ତାର ସାମାଜିକ ପ୍ରଭାବ” କାର୍ଯ୍ୟକ୍ରମରେ ଡକ୍ଟର ସନାତନ ପଣ୍ଡାଙ୍କ
ସହ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡ଼ା ରାଜେନ୍ଦ୍ର କୁମାର ବେହେରା
, ବୁଦ୍ଧିଜୀବୀ ତଥା ଶିକ୍ଷାବିତ ଶ୍ରୀ ନିରଞ୍ଜନ ତ୍ରିପାଠୀ, ଆଇନଜୀବି ଓ ଶିକ୍ଷାବିତ ଶ୍ରୀ ନାରାୟଣ ପଣ୍ଡା, ସାହିତ୍ୟିକ ଓ
ସାହିତ୍ୟ ସଂଗଠକ ଶ୍ରୀ ସୋମନାଥ ସାହୁ, ପୁସ୍ତକମେଳା ସଭାପତି ଶ୍ରୀ ସୁଶାନ୍ତ
ଦାଶ, ଅଜିତ କୁମାର ସାବତ, ନରେଶ କୁମାର ବେହେରା
ପ୍ରମୁଖ ଉପସ୍ଥିତ ରହି ଏହି ଓଡ଼ିଆ ଆଲବମ୍ ‘ଆସ ଆମେ ସ୍କୁଲ ଯିବା’କୁ ଉନ୍ମୋଚନ କରିଥିଲେ।
- ଏହାର ଗୀତ ଓ ସଙ୍ଗୀତ ସଂଯୋଜନା କରିଛନ୍ତି
ଶ୍ରୀ ଅଜିତ କୁମାର ସେଠୀ।
- ସଙ୍ଗୀତ ପରିଚାଳନା କରିଛନ୍ତି ବୁଲୁ ମିଶ୍ର।
- କଣ୍ଠ ଦେଇଛନ୍ତି ସୌରଭ, ମାନସୀ, ଉଡିତ୍, ଅଜିତ, ଚୁନି ଏବଂ ସୋନାଲୀ ।
- ସହଯୋଗ କରିଛନ୍ତି ଚନ୍ଦ୍ର ଶେଖର ପ୍ରଧାନ, ରବୀନ୍ଦ୍ର ଗୌଡ, ରବି ଦାସ, ଅନନ୍ତ, ରବି ରାଓ ଏବଂ ଶିବ ରଣା।
- ଏହାକୁ ପ୍ରଯୋଜନା କରିଛନ୍ତି ଶ୍ରୀମତୀ
ଭାଗ୍ୟବତୀ ବେହେରା ।
ଏହାର ଉନ୍ମୋଚନ ଉତ୍ସବରେ ନୃତ୍ୟ ପରିବେଷଣ
କରିଥିଲେ କଣମଣା (ଗଞ୍ଜାମ ଜିଲ୍ଲା)ଗ୍ରାମ ହାଇସ୍କୁଲର କିଛି ଛାତ୍ରଛାତ୍ରୀ ।
0 Comments