ଓଡ଼ିଶା ସରକାରଙ୍କ ଭାଷାପ୍ରତି ଅବହେଳା


ଓଡ଼ିଶାର ସ୍ଵାଧୀନତାରେ ଓଡ଼ିଆ ଭାଷାର ଭୂମିକା କେତେଦୂର ସାଫଲ୍ୟ ତାହା ସମସ୍ତେ ଜାଣନ୍ତି ନଚେତ ଏକ ଭାଷାଭିତ୍ତିକ ରାଜ୍ୟଭାବେ ଏବଂ ପ୍ରଥମ ସ୍ଵାଧୀନ ରାଷ୍ଟ୍ର ଭାବେ ଓଡ଼ିଶା ସାରା ବିଶ୍ଵରେ କିପରି ମୁଣ୍ଡ ଟେକି ପାରିଥିଲା! ଓଡ଼ିଆ ଭାଷାର ବ୍ୟବହାର ସମସ୍ତ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ କୌଣସି ଜାତି ସ୍ଵାଭିମାନର ସହ ବଞ୍ଚିବାକୁ ହେଲେ ତାର ମାତୃଭାଷା ପ୍ରତି ସମ୍ମାନ ରହିବା ନିହାତି ଆବଶ୍ୟକକିନ୍ତୁ ଆଜିର ଓଡ଼ିଶା ସରକାରଙ୍କ ଭାଷାପ୍ରୀତି କେତେ ଉଚ୍ଚତ୍ତର ତାହା ସରକାରୀ ସ୍ତରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ ପୋଷ୍ଟର ଏବଂ ବିଜ୍ଞାପନରୁ ଦେଖି ବାରି ହେଇଯାଉଛି

ଓଡିଶାରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇବା ସହ ଭାଷା ଆଇନ ଓ ଭାଷା ଆଇନ ଖିଲାପକାରୀଙ୍କୁ ଦଣ୍ଡ ବ୍ୟବସ୍ଥା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି ରାଜ୍ୟ ସରକାର କହିଥିଲେ । କିନ୍ତୁ ଏଭଳି କ୍ଷେତ୍ରରେ ଯେଉଁଠି ସରକାର ନିଜେ ପ୍ରତୀଟି କ୍ଷେତ୍ରରେ ଇଂରାଜୀ ଭାଷାକୁ ପ୍ରାଥମିକତା ଦେଇ, ଓଡ଼ିଆ ଭାଷାର ଅପବ୍ୟବହାର କରୁଅଛି ସେହି କ୍ଷେତ୍ରରେ କଣ ବା କରାଯିବ ଏହା ଚିନ୍ତାର ବିଷୟ, ନିଶ୍ଚୟ।

Post a Comment

0 Comments