ବିଶିଷ୍ଟ ଅତିଥି ଭାବେ ଗାଳ୍ପିକ ଶ୍ରୀଯୁକ୍ତ ସଦାନନ୍ଦ ତ୍ରିପାଠୀ
ଯୋଗଦେଇ ଗଞ୍ଜାମମାଟି ଓଡ଼ିଆ ସାହିତ୍ୟର ଏକ ପବିତ୍ର ମାଟି ଏବଂ ଏହି ମାଟିର ଅନେକ କବି, ସାହିତ୍ୟିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ବୋଲି ନିଜର ବକ୍ତବ୍ୟରେ ସେ ଦର୍ଶାଇଥିଲେ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଗନ୍ତ ରାଉତରାୟ ସମ୍ମାନିତ ଅତିଥିଭାବେ
ଯୋଗଦେଇ ଏହିଭଳି କାର୍ଯ୍ୟକୁ ସ୍ଵାଗତ ଯୋଗ୍ୟ ବୋଲି କହିବା ସହ ପୁସ୍ତକମେଳା ଆୟୋଜକମାନଙ୍କୁ ସାଧୁବାଦ
ଜଣାଇଥିଲେ ।
ବିଶିଷ୍ଟ କବି ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନ ସମ୍ମାନିତ ଅତିଥିଭାବେ
ଯୋଗଦେଇ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ପଢାଯାଇଥିବା କବିତା ଗୁଡିକ ଉଚ୍ଚକୋଟିର ବୋଲି ଦର୍ଶାଇଥିଲେ
। ଏହି ଅବସରରେ ପୁସ୍ତକମେଳା ସର୍ବୋଚ୍ଚ ସମ୍ମାନ ଡ. କମ୍ବୁପାଣି
ସାମନ୍ତଙ୍କୁ, ପୁସ୍ତକମେଳା ଗଳ୍ପ ସମ୍ମାନ ଶ୍ରୀଯୁକ୍ତ ସଦାନନ୍ଦ ତ୍ରିପାଠୀଙ୍କୁ, କବିତା ସମ୍ମାନ ପ୍ରମୋଦ ପ୍ରଧାନଙ୍କୁ, ଶିଶୁ ସାହିତ୍ୟ ସମ୍ମାନ
ଯଜ୍ଞଦତ୍ତ ସାମନ୍ତରାୟଙ୍କୁ ଏବଂ ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ ଡ. ଲକ୍ଷ୍ମୀନାରାୟଣ ଦାଶଙ୍କୁ
ପ୍ରଦାନ କରାଯାଇଥିଲା।
ବିଶିଷ୍ଟ କବି ତଥା କବି ସୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଶରତ ଦାସ, କବି ଲକ୍ଷ୍ମୀ ନାରାୟଣ ଦାଶ କବିତା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିପ୍ତିମିତା ମହାପାତ୍ର, କପିଲଚନ୍ଦ୍ର ମହାନ୍ତି, ସତ୍ୟମ ଆଚାରୀ, ବାଲ୍ମୀକି ମହାପାତ୍ର, ନରେଶ କୁମାର ବେହେରା, ସୁଧାଞ୍ଜଳି ମିଶ୍ର, ଗିରିଜା ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ । ଏହି ପୁସ୍ତକମେଳା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କମିଟି ସଭାପତି କବି ସୁଶାନ୍ତ ଦାଶ ସୂଚନା ଦେଇଥିଲେ । କବି ଅଜିତ କୁମାର ସାବତ ଧନ୍ୟବାଦ ପ୍ରଦାନ କରଥିଲେ।
0 Comments