ସଲମାନ, ଶାହରୁଖଙ୍କ ହକିପ୍ରେମ । କିଏ କେତେ ନେଇଛନ୍ତି ସବୁ ଜଣା ।

କଟକ, ୨୯।୧୧: ହକି ୱାର୍ଲ୍ଡ କପ ଯେତିକି ଜୋରସୋରରେ ଉଦ୍ଘାଟନ ହେଲା; ଟିକେଟ ବ୍ଲାକମେଲ୍ ଠୁ ନେଇ ସଲମାନ, ଶାହରୁଖ ଖାନଙ୍କ କୋଟିକୋଟି ଟଙ୍କାନିଆ ପ୍ରେମ ବି ସେତେ ଜୋରସୋରରେ ପ୍ରସାରିତ ହୋଇଛି କଳିଙ୍ଗ ସ୍ଟେଡିୟମରେ ମାଧୁରୀ ଦୀକ୍ଷିତ, ଏ ଆର ରହମାନ, ଶାହରୁଖ ଖାନ, ଶୟମାକ ଦାୱାରଙ୍କ ଉଦ୍ଘାଟନ ଉତ୍ସବ ପରେ ପରେ ଗତକାଲି ବାରବାଟୀରେ ହୋଇଥିବା ପ୍ରଥମ ଦିନ ମ୍ୟାଚ ଏବଂ ସାଂସ୍କୃତିକ ସନ୍ଧ୍ୟାରେ ସଲମାନ ଖାନଙ୍କ ଉପସ୍ଥିତିରେ ଖୁବ ଭିଡ ଜମିଥିଲା ହେଲେ ଏହି ଉପସ୍ଥିତି ପାଇଁ ସେ କେତେ ଟଙ୍କା ନେଇଛନ୍ତି ତାହା ଜଣା ପଡିଛି

ମିଳିଥିବା ତଥ୍ୟ ଅନୁଯାୟୀ, ହକି ଇଣ୍ଡିଆ ଏକାଉନ୍ଟରୁ ଏକ କୋଟି ଅଣାନବେ ଲକ୍ଷ ଟଙ୍କା ସଲମାନ ଖାନଙ୍କ ବିଜୟାବ୍ୟାଙ୍କ ଏକାଉଣ୍ଟରେ ଜମା କରାଯାଇଛି । ଯାହା ୨୭।୧୧।୨୦୧୮ରେ ଭର୍ତ୍ତି କରାଯିବାର ନିମ୍ନ ପ୍ରଦତ୍ତ ଫୋଟୋ ଚିତ୍ରରୁ ଜଣାପଡୁଛି । ଟଙ୍କା ପାଇବାପରେ ସେ ୨୮ତାରିଖରେ ବାରବାଟୀ ଆସିଥିଲେ ।

ସେହିପରି ଶାହରୁଖ ଖାନ ଏକ କୋଟି ସତୁରୀ ଲକ୍ଷ ଟଙ୍କା ପାଇଥିବାର ଗଣମାଧ୍ୟମରେ ସୂଚିତ ଏବଂ ପ୍ରକାଶିତ ।
ଏଥିରୁ ଜଣାପଢୁଛି, ବଲୀଉଡ ସିନେ ତାରକାଙ୍କ ହକିପ୍ରେମ କେତେ ଆଉ ତାସହ କଳାରେ ବିକ୍ରିହେଉଥିବା ଟିକଟ ବି କେଉଁ ଉଦ୍ଦେଶ୍ୟରେ?

Post a Comment

0 Comments