ଅଶି ଏବଂ ନବେ ଦଶକର ସୁପରହିଟ ଗାୟକ ମହମ୍ମଦ ଅଜିଜଙ୍କ ଆଜି ଦେହାନ୍ତ ହୋଇଛି
। ୬୪ ବର୍ଷୀୟ ମହମ୍ମଦ
ଅଜିଜଙ୍କ ଜନ୍ମ ପଶ୍ଚିମବଙ୍ଗ ଅଶୋକନଗରରେ ୨ ଜୁଲାଇ ୧୯୫୪ରେ ହୋଇଥିଲା । ସେ ନିଜର ଅନେକ ହିନ୍ଦୀ, ବଙ୍ଗଳା ଏବଂ ଓଡ଼ିଆ ଗୀତ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ।
ଅଜିଜଙ୍କ ସେକ୍ରେଟାରୀଙ୍କ କହିବାନୁସାରେ ଗତକାଲି (ସୋମବାର) ତାଙ୍କର କୋଲକାତାରେ
ପ୍ରୋଗ୍ରାମ ଥିଲା । ପ୍ରୋଗ୍ରାମ ସାରି ଆଜି ମୁମ୍ବାଇ ଫେରିବା ପରେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ଟ୍ଯାକ୍ସିରେ ବସିବା
ପରେ ତାଙ୍କୁ ସିଧା ନାନାବତୀ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ
ହୃଦଘାତ ଯୋଗୁଁ ମୃତ୍ୟୁ ଘୋଷିତ କରିଥିଲେ ।
ମହମ୍ମଦ ଅଜିଜ (ଶଏଦ ମହମ୍ମଦ ଅଜିଜ-ଉନ-ନବୀ)
ନିଜର ସଙ୍ଗୀତ ଜୀବନୀ ବଙ୍ଗାଳୀ ଚଳଚିତ୍ର ‘ଜ୍ୟୋତି’ରୁ ଆରମ୍ଭ କରିଥିଲେ । ୧୯୮୪ରେ ସେ ମୁମ୍ବାଇ ଆସି ବହୁତ
ପରିଶ୍ରମ କରିଥିଲେ । ପ୍ରଥମ ହିନ୍ଦୀଗୀତ ଭାବେ ‘ଅମ୍ବର (୧୯୮୪)’ ଚଳଚିତ୍ରରେ
ସୁଯୋଗ ପାଇଥିଲେ କିନ୍ତୁ, ଅନୁ ମଲ୍ଲିକଙ୍କ ଦ୍ଵାରା ଅମିତାଭ ବଚ୍ଚନଙ୍କ
ଅଭିନୀତ ‘ମର୍ଦ ଟଙ୍ଗେୱାଲା...’ ଗୀତରେ ଗାଇବାକୁ
ସୁଯୋଗ ପାଇ ରେକର୍ଡ କରିଥିଲେ ।
ସେ ବହୁ ପ୍ରତିକ୍ଷିତ ସଙ୍ଗୀତ ନିର୍ଦ୍ଦେଶକ ଯେପରି କଲ୍ୟାଣ-ଆନନ୍ଦ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଆର ଡ଼ି ବର୍ମନ, ନୌଶାଦ, ବାପ୍ପୀ ଲାହିରୀ, ରାଜେଶ ରୋଶନ, ରାମଲକ୍ଷ୍ମଣ, ନଦିମ
ଶ୍ରବଣ, ଅନୁ
ମଲ୍ଲିକ, ଯତୀନ ଲଲିତ, ଆଦିଙ୍କ ସହ କାମ କରିଥିଲେ
।
ବାସ୍ତବରେ ସେ ଓଡ଼ିଆକୁ ବହୁତ ଭଲ ପାଉଥିଲେ, ଏବଂ ୧୯୮୫ ମସିହାରୁ
ଓଡ଼ିଆରେ ବହୁ ଆଲବମ, ଭଜନ ଏବଂ ସିନେମାରେ ଗୀତ ଗାଇଥିଲେ । ସେ ୨୦ ହଜାରରୁ ଅଧିକ
ଭିନ୍ନଭିନ୍ନ ଭାଷାରେ ଗୀତ ଗାଇ, ଦୁଇଥର ରାଷ୍ଟ୍ରୀୟ ସ୍ତରରେ ହିନ୍ଦୀ ପାର୍ଶ୍ଵଗାୟକ ଭାବେ ସମ୍ମାନିତ ହୋଇଥିଲେ
।
0 Comments