ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ୨୦୧୮ ଉପଲକ୍ଷେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଆୟୋଜିତ ।

ବ୍ରହ୍ମପୁର ସାହିତ୍ୟ ସଂସଦ ଏବଂ ଗଞ୍ଜାମ ଜିଲା ପୁସ୍ତକ ମେଳା କମିଟି ତରଫରୁ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଆଜି (୧୧/୧୧/୨୦୧୮) ବ୍ରହ୍ମପୁର ସ୍ଥିତ କେ. ସି. ପବ୍ଲିକ ସ୍କୁଲଠାରେ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ପ୍ରବନ୍ଧ, ସାଧାରଣ ଜ୍ଞାନ, ବତ୍କୃତା ପ୍ରତିଯୋଗିତାରେ ଭାଗନେଇଥିଲେ।
ଆଗାମୀ ଦିନରେ ହେବାକୁ ଥିବା ମହାନଗର ପୁସ୍ତକ ମେଳା (ନଭେମ୍ବର ୧୬ରୁ ୨୫ ୨୦୧୮)ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। 

ଉକ୍ତ କାର୍ଯ୍ୟକ୍ରମରେ ନୀଳକଣ୍ଠ ସାହୁ, ସତ୍ୟମ ଆଚାରୀ, ବନ୍ଦନା ମହାପାତ୍ର, ବାଲ୍ମୀକି ମହାପାତ୍ର, ନିହାର ରଞ୍ଜନ ଦାଶ, ସୁଧାଞ୍ଜଳି ମିଶ୍ର, ସପ୍ତମୀତା ଦାଶ, ନରେଶ କୁମାର ବେହେରା, ଅନିଲ ମହାନ୍ତି, ଅଜିତ ସାବତ, ଡ଼ ଲକ୍ଷ୍ମୀନାରାୟଣ ଦାଶ, ସାଗରିକା ଦାଶ, ଦିପ୍ତିମିତା ମହାପାତ୍ର, ଦିପ୍ତିଲେଖା ମିଶ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନେ ନିଜର ବହୁମୂଲ୍ୟ ସମୟ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ଶ୍ରୀ ସୁଶାନ୍ତ ଦାଶ ।
 

Post a Comment

0 Comments