ସଲମାନ ଭାରତର ସବୁଠୁ ଧନୀ ସେଲିବ୍ରିଟି । ଶାହରୁଖ ଶ୍ରେଷ୍ଠ୧୦ରୁ ବାଦ । ଫୋର୍ବସ ରିପୋର୍ଟ ।

ବଲୀଉଡ ସୁପରଷ୍ଟାର ସଲମାନ ଖାନ ଭାରତର ସବୁଠୁ ଧନୀ ସେଲେବ୍ରିଟି ଭାବେ କ୍ରମାଗତ ୩ୟ ଥର ମାନ୍ୟତା ଅର୍ଜନ କରିଛନ୍ତି ୨୦୧୭-୧୮ରେ ଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ୫୨ବର୍ଷୀୟ ସଲମାନଙ୍କ ବାର୍ଷିକ ଆୟ ୨୫୩.୨୫କୋଟି ହୋଇଥିବା ବେଳେ କ୍ରିକେଟର ବିରାଟ କୋହଲୀ ୨୨୮.୦୯କୋଟି ଅର୍ଜନ କରି ଦ୍ଵିତୀୟ ସ୍ଥାନରେ ଅଛନ୍ତି ସେହିପରି ଅକ୍ଷୟ କୁମାର ୧୮୫କୋଟି ଆୟରେ ତୃତୀୟ ସ୍ଥାନରେ ଅଛନ୍ତି

ଶାହରୁଖ ଖାନଙ୍କ ଆୟ ଏହିବର୍ଷ ୩୩ପ୍ରତିଶତ କମିଥିବାରୁ ୧୩ତମ ସ୍ଥାନରେ ଅଛନ୍ତି

ନବବିବାହିତା ଦୀପିକା ପାଦୁକୋନେ ପଦ୍ମାବତ ଭଳି ଫିଲ୍ମ କରି ୧୧୨.୮ କୋଟି ଅର୍ଜନ କରି ପ୍ରଥମ ମହିଳା ଭାବେ ଚତୁର୍ଥ ସ୍ଥାନରେ ଅଛନ୍ତି । ସେହିପରି ମହେନ୍ଦ୍ର ସିଁ ଧୋନୀ ୧୦୧.୭୭ କୋଟି ଆୟରେ ପଞ୍ଚମ ସ୍ଥାନରେ ଥିବା ବେଳେ, ଆମିର ଖାନ ଷଷ୍ଠ (୯୭.୫୦), ଅମିତାଭ ବଚ୍ଚନ ସପ୍ତମ (୯୬.୧୭), ରନବୀର ସିଂହ ଅଷ୍ଟମ (୮୪.୭), ସଚିନ ତେନ୍ଦୁଲକର ନବମ (୮୦ କୋଟି) ଏବଂ ଅଜୟ ଦେବଗନ ଦଶମ ସ୍ଥାନ (୭୪.୫୦)ରେ ଅଛନ୍ତି ।

Post a Comment

0 Comments