ଏକତାର ପ୍ରତିମା ‘statue of unity’ ପ୍ରତି ଫରହାନ ଅଖତରଙ୍କ ମନ୍ତବ୍ୟ ମିଥ୍ୟା ପ୍ରମାଣ ହେଲା ।

ମିଡ଼ିଆ ଦ୍ଵାରା ପ୍ରଚାର ହୋଇଥିବା statue of unityର ଖର୍ଚ୍ଚ ବାବଦରେ ୟୁନାଇଟେଡ କିଙ୍ଗଡୋମ (UK) ପ୍ରମାଣ ଦେଇଛି ଯେ, ୩୩୦ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ବ୍ରିଟେନ ସରକାର ୧ବିଲିୟନ ଡଲାର ଦେଇଛି ଲୌହମାନବ ସର୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାଦିନରୁ ବିପକ୍ଷ ଦଳୀୟନେତାଙ୍କ ଠାରୁ ଆରମ୍ଭ କରି ଅନେକ ମିଡ଼ିଆମାନେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନ କରିଆସିଛନ୍ତି ଯେ, ଏହା ବଦଳରେ ଚାକିରି, ଖାଦ୍ୟ କିମ୍ବା ଅନ୍ୟ କିଛି କଲେ ଭଲହୁଆନ୍ତା; ସେହିମାନେ କିନ୍ତୁ ସ୍ମାରକ ପାଇଁ ଗାନ୍ଧୀଙ୍କ ପରିବାରଙ୍କୁ ଶହଶହ ଏକର ଜମି ଦେଲାବେଳେ ଚୁପ କାହିଁକି ରହିଥିଲେ ?

ଏବେ ପୁଣି ବଲୀଉଡ ଅଭିନେତା ଫରହାନ ଅଖତରଙ୍କ ମନ୍ତବ୍ୟ ଯାହା ମିଥ୍ୟା ପ୍ରମାଣ ହୋଇଛି, ସେ ନିଜ ଟୁଇଟରରେ କହିଥିଲେ, It’s a false equivalence. Both the Eiffel tower and Empire State Building were built by individuals using private funds. The statue has been built using public money. Here endeth the discussion. ଯାହାକୁ ହର୍ଷ ଗୋଏଙ୍କ ନାମ୍ନୀ ବ୍ୟକ୍ତି ଉତ୍ତର ଦେଇଥିଲେ, “ଭାରତୀୟ ମାନେ ପାରିସ ଗଲେ କୁହନ୍ତି, ଦେଖ ଏଫଫିଲ ଟାୱାର, ଆମେ କାହିଁକି ବନେଇବାନି? ନିଉୟର୍କ ଗଲେ କୁହନ୍ତି, ଦେଖ ଏମପାୟର ସ୍ଟେଟ ଅଫ ବିଲ୍ଡିଂ, ଆମେ କାହିଁକି ଏପରି ବନେଇବାନି? ଭାରତୀୟମାନେ ଯେବେ ପଟେଲଙ୍କ ମୂର୍ତ୍ତିଙ୍କୁ ଦେଖନ୍ତି, କୁହନ୍ତି ଏହା କଣ ସତରେ ଆବଶ୍ୟକ, ହସ୍ପିଟଲ କିମ୍ବା ସ୍କୁଲ କାହିଁକି ହେଲାନି?”

ଫରହାନ ଅଖତାର କହିବାନୁଯାୟୀ, ଏଫଫିଲ ଟାୱାର କିମ୍ବା ଏମପାୟର ସ୍ଟେଟ ବିଲ୍ଡିଂ ନିଜସ୍ୱ ଅର୍ଥରେ ହୋଇଛି, ଏବଂ ପଟେଲଙ୍କ ପ୍ରତିମା ଜନସାଧାରଣଙ୍କ ଅର୍ଥରେ  ଏହାକୁ ମିଥ୍ୟା ପ୍ରମାଣ କରି କହିଛନ୍ତି ଟ୍ରୁ ଇଣ୍ଡୋଲୋଜି ନାମ୍ନୀ ନିଜର ଟୁଇଟର ଉତ୍ତରରେ, “୧୮୮୯ରେ ଫ୍ରାନ୍ସ କ୍ରାନ୍ତିର ୧୦୦ବର୍ଷ ପୂର୍ତ୍ତି ଅବସରରେ, ତତ୍କାଳୀନ ମନ୍ତ୍ରୀ ଲୋକ୍କ୍ରୋୟ, ଇଞ୍ଜିନିୟର ଏଫଫିଲଙ୍କୁ ଏହି ଏଫଫିଲ ଟାୱାର ନିର୍ମାଣର ଦାୟିତ୍ଵ ଦେଇଥିଲେ, ଯେଉଁଥିରେ ଜନସାଧାରଣଙ୍କ ୧.୫ମିଲିୟନ ଫ୍ରାଙ୍କ ରାଶି ଖର୍ଚ୍ଚ ହୋଇଥିଲା।“ ଏଫଫିଲ ଏଥିପାଇଁ ୨୦ ବର୍ଷକାଳ ଟୁରିଷ୍ଟ ଭତ୍ତା ଏବଂ ନିକଟରେ ଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟମାନଙ୍କଠୁ ପାଉଣା ମଧ୍ୟ ପାଇଥିଲେ।

ଏଥିରୁ ପ୍ରମାଣିତ ଯେ, ଫ୍ରାନ୍ସ ସରକାରଙ୍କ ଏଫଫିଲ ଟାୱାର ଭଳି ଭରତ ସରକାରଙ୍କ ସର୍ଦାର ପଟେଲ ମୂର୍ତ୍ତି ମଧ୍ୟ ତିଆରି ହେଇଛି

Post a Comment

0 Comments