ନୂଆଦିଲ୍ଲୀ, ୨୫। ୦୧: ଭାରତ ସରକାରଙ୍କ ସର୍ବୋଚ୍ଚ ପୁରସ୍କାର ପଦ୍ମ
ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ୨୦୧୯ ପାଇଁ ବ୍ୟକ୍ତିବିଶେଷଙ୍କ
ନାମ ପ୍ରକାଶ ପାଇଛି । ଏଥିରେ
ଲୋକପ୍ରିୟ ବ୍ୟକ୍ତିମାନେ ହେଲେ ଅଭିନେତା ମୋହନଲାଲ, କୁଳଦୀପ ନାୟାର, ସୁନୀଲ ଚେତ୍ରୀ, ଅଭିନେତା
କାଦାର ଖାନ, ମନୋଜ ବାଜପାୟୀ, ପ୍ରଭୁ ଦେବା, କ୍ରିକେଟର ଗୌତମ ଗମ୍ଭୀର ଆଦି ଅଛନ୍ତି।
ମୋଟ ଚାରୋଟି ପଦ୍ମ ବିଭୂଷଣ ପୁରସ୍କୃତ ହେବାକୁ ଥିବା ବେଳେ, ଚଉଦଟି
ପଦ୍ମ ଭୂଷଣ ଏବଂ ୯୫ଟି ପଦ୍ମଶ୍ରୀ ଉପାଧି ପାଇଁ ନାମ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ବିଶିଷ୍ଟ ସମାଜସେବୀ ଦୈତାରୀ ନାଇକ, କୃଷି ବିଶେଷଜ୍ଞ କମଳା ପୂଜାରୀ, ଏବଂ ସମାଜସେବୀ ଡି ପ୍ରକାଶ
ରାଓଙ୍କ ନାମ ଉଲ୍ଲେଖିତ ଅଛି ।
୭୦ ବର୍ଷୀୟ ଶ୍ରୀ ଦୈତାରୀ ନାଇକଙ୍କୁ ଓଡ଼ିଶାର ଦଶରଥ ମାଞ୍ଝି କୁହାଯାଏ
। ମାଉଣ୍ଟେନ ମେନ ଦାଶରଥି ମାଞ୍ଝିଙ୍କ ପରି କେଉଁଝରର ଦୈତାରୀ ନାଇକ ଏକ କିଲୋମିଟର ବ୍ୟାପୀ ଦୀର୍ଘ
ଏକ କେନାଲ ସ୍ଵୟଂ ନିଜେ ତିଆରି କରି ପ୍ରସିଦ୍ଧ ହୋଇଥିଲେ।
ସେହିପରି କୋରାପୁଟର ଆଦିବାସୀ କୃଷି ବିଶେଷଜ୍ଞ ଶ୍ରୀମତୀ କମଳା ପୂଜାରୀ
ନିଜର ଜୈବିକ କୃଷି ଏବଂ ଶହେରୁ ଅଧିକ ରକମର ଶସ୍ୟ ସଂଗ୍ରହ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ।
ଆଉ, କଟକ ସହରର ଡି ପ୍ରକାଶ ରାଓଙ୍କୁ ତ ସମସ୍ତେ ଜାଣନ୍ତି
। ସହରର ବସ୍ତିପିଲାଙ୍କ ମସିହା ବା ଭଗବାନ ବୋଲାଉଥିବା ଶ୍ରୀ ରାଓ ଜଣେ ଚାହାବିକାଳି ହୋଇମଧ୍ୟ ‘ଆଶା ଓ ଆଶ୍ଵାସନା’ ନାମରେ ଏକ ସ୍କୁଲ କରିଛନ୍ତି । ସେଥିରେ ବର୍ତ୍ତମାନ ୭୫ରୁ ଅଧିକ ପିଲା ପଢୁଥିବାର ଜଣାଯାଏ। ଗରିବୀ ଯୋଗୁଁ ୧୧ଶ୍ରେଣୀରେ ପାଠ ଛାଡିଥିବା ଶ୍ରୀ ରାଓ ଚାହା ବିକି ପିଲାଙ୍କୁ ପାଠ ପଢାଇବା ସହ
ଅନେକ ସମାଜପୋଯୋଗୀ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ।
0 Comments