ଚାରି-ପାଞ୍ଚ ବର୍ଷରେ ଠୁଳ କରିବାକୁ ବାହାରୁଛନ୍ତି ପ୍ରକାଶ ରାଜ ଭଳି କିଛି ଅଭିନେତାରୁ ନେତା ।


ନଭେମ୍ବର ୧୩, ୨୦୧୭ରେ ପ୍ରକାଶ ରାଜ କହିଥିଲେ, “ରଜନୀକାନ୍ତ, କମଳ ହସନ, ପବନ କଲ୍ୟାଣ, ଉପେନ୍ଦ୍ରା ଭଳି ଅଭିନେତାଙ୍କ ରାଜନୀତିରେ ପ୍ରବେଶକୁ ମୁଁ ସ୍ଵୀକାର କି ପସନ୍ଦ କରୁନାହିଁ ଅଭିନେତାମାନେ ରାଜନୀତିରେ ପ୍ରବେଶ କରିବା ଅନୁଚିତ; କାରଣ ସେମାନେ ପୂର୍ବରୁ ପ୍ରତିଷ୍ଠିତ ସିନେ ପରଦାରେ ହୁଏତ ସେମାନଙ୍କ ବହୁତ ଫ୍ୟାନ ଥାଇପାରନ୍ତି, କିନ୍ତୁ ତା ବୋଲି ଏହାନୁହେଁ ଯେ ସେମାନେ ନେତାଗିରି କରିବା ଉଚିତ। “ ଏଭଳି କିଛି ମନ୍ତବ୍ୟ ଦେଇଥିବା ପ୍ରକାଶ ରାଜ ଗତକାଲି, ନୂତନ ବର୍ଷର ଅଭିନନ୍ଦନ ଦେଇ କହିଛନ୍ତି ଯେ, ସେ ରାଜନୀତିକୁ ଆସୁଛନ୍ତି ଏବଂ ୧୭ତମ ଲୋକସଭା ନିର୍ବାଚନରେ ଲଢିବେ ।

ଦୁଇ-ମୁଣ୍ଡିଆ ସାପପରି ଏମାନେ କେତେବେଳେ କେଉଁଆଡେ ମୁହଁ ବୁଲାଇବେ, ଫଣା ଉଠାଇ ଚୋଟ ମାରିବେ, ଜନତା ଜାଣିପାରିବେ ନାହିଁ। ଏମାନଙ୍କ ଭଳି ବହୁ ଅଭିନେତା ବର୍ତ୍ତମାନ ବି ଆମ ଗହଣରେ ଅଛନ୍ତି, ଯେଉଁ ମାନେ ନିଜ ସିନେମା ଜଗତରେ ପାଇଥିବା ସଫଳତାକୁ ନେଇ ରାଜନୀତିରେ ଭଲ ପଦ ପଦବୀ ପାଇ, ଲୋକଙ୍କୁ ଭୁଲି ଯାଆନ୍ତି । ଚାରି-ପାଞ୍ଚ ବର୍ଷରେ ଜନତାଙ୍କ, ଦେଶର କୋଟିକୋଟି ଟଙ୍କା ଠୁଳକରି ହଜିଯାଆନ୍ତି

Post a Comment

0 Comments