ବେଳାଧ୍ୱନି ସାହିତ୍ୟ ଉତ୍ସବ – ୨୦୧୮ ଆୟୋଜିତ


ବ୍ରହ୍ମପୁର ସାହିତ୍ୟ ପରିଷଦ ତରଫରୁ ଛତ୍ରପୁର ଜିଲ୍ଲା ପାଠାଗାରଠାରେ ବେଳାଧ୍ୱନି ସାହିତ୍ୟ ଉତ୍ସବ ୨୦୧୮ ଗତ ଡିସେମ୍ବର ୩୦ ତାରିଖ (ରବିବାର)ରେ ଆୟୋଜିତ ହୋଇଯାଇଛି । ବେଳାଧ୍ୱନି ସର୍ବୋଚ୍ଚ ସମ୍ମାନ ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ କବିତା ସମ୍ମାନରେ ଡ଼ ଅଜୟ କୁମାର  ତ୍ରିପାଠୀ, ଗଳ୍ପ ସମ୍ମାନରେ ସୁଶ୍ରୀ ସୁବର୍ଣ୍ଣମାଳା ବିଶୋୟୀ, ଚିତ୍ରକଳା ସମ୍ମାନରେ ଶ୍ରୀ ଗଜେନ୍ଦ୍ର ପାଢୀ, ଗାୟତ୍ରୀ ତ୍ରିପାଠୀ ସ୍ମୃତି ସମ୍ମାନରେ ଶ୍ରୀ ଦେବାଶିଷ ଦାଶ, ବିରଞ୍ଚି ନାରାୟଣ-ମଣିଦେବୀ ସ୍ମୃତି ସମ୍ମାନରେ ଶ୍ରୀ ତପନ କୁମାର ପଟ୍ଟନାୟକ, ଏବଂ ରଙ୍ଗନାଥ-ବାଇକୋଳି ସ୍ମୃତି ସମ୍ମାନରେ ଶ୍ରୀ ବିମ୍ବଧର ଷଡଙ୍ଗୀକୁ ସମ୍ମାନିତ କରାଯାଇଥିଲା   

ଶ୍ରୀ ସୁଶାନ୍ତ ଦାଶଙ୍କ ସମ୍ପାଦନାରେ ଏହାର ପ୍ରଥମ ଅଧିବେଶନର ଉଦ୍ଘାଟକ ଥିଲେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଶ୍ରୀ ପ୍ରମୋଦ କୁମାର ଜେନା, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବରିଷ୍ଟ ସାମ୍ବାଦିକ ଓ ନାଟ୍ୟକାର ଶ୍ରୀ ଅମ୍ବିକା ପ୍ରସାଦ ଦାଶ ଏବଂ ସାହିତ୍ୟିକ ଶ୍ରୀ ଦିଲ୍ଲୀପ କୁମାର ଦାସ ମୋହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ କବି ଓ ଆଇନଜୀବି ଶ୍ରୀ ଗୋକୁଳ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଥିଲେ ଶ୍ରୀ ଯାମିନୀକାନ୍ତ ଦାସ, ସମ୍ମାନିତ ବକ୍ତା ଥିଲେ ଶ୍ରୀ ସୋମନାଥ ସାହୁ ସଭାମୁଖ୍ୟ ଥିଲେ ବରିଷ୍ଠ ଶିଶୁ ସାହିତ୍ୟିକ ଶିଶୁ ଗୌରବ ଶ୍ରୀ ନିରଞ୍ଜନ ତ୍ରିପାଠୀ


ଦ୍ଵିତୀୟ ଅଧିବେଶନର ସଭାମୁଖ୍ୟ ଥିଲେ ଶ୍ରୀ ଗୌରଚନ୍ଦ୍ର ଷଡଙ୍ଗୀ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପ୍ରାକ୍ତନ ବିଧାୟକ ଓ ସାହିତ୍ୟିକ କମ୍ରେଡ ନାରାୟଣ ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଓ ସାହିତ୍ୟିକ ଡ଼ ରାଜେନ୍ଦ୍ର କୁମାର ବେହେରା, ମୁଖ୍ୟବକ୍ତା ଭାବେ କବି ଓ ଆଇନଜୀବି ଶ୍ରୀ ବଜ୍ର ମୋହନ ଆଚାର୍ଯ୍ୟ ଏବଂ ସଂଯୋଜନା କରିଥିଲେ ଶୁଦ୍ଧାଞ୍ଜଳି ମିଶ୍ର, ସୁଚେତା ପାଣିଗ୍ରାହୀ ଏବଂ ନିହାରିକା ସାହୁ ଉପସଂହାର ଦେଇଥିଲେ ବରିଷ୍ଠ ପ୍ରାବନ୍ଧିକ ଶ୍ରୀ ଅମିୟ କୁମାର ଧଳ

Post a Comment

0 Comments