
ନିଜର ଜୀବନକାଳରେ ସେ ଅନେକ ଅନୁଷ୍ଠାନ
ସହ ସମ୍ପୃକ୍ତ ଥିଲେ ଏବଂ ଅନେକ କୃତିତ୍ଵ ଲାଭ କରିଥିଲେ, ଯେପରି ଛତ୍ରପୁରର ବେଳାଧ୍ୱନି (୨୦୧୦), ବ୍ରହ୍ମପୁରର ଗଞ୍ଜାମ ଜିଲ୍ଲା ଲେଖକ ସାମମୁଖ୍ୟ (୨୦୦୩), ଶିଶୁକଲ୍ୟାଣ
ସାହିତ୍ୟ ସାଂସଦ ଓ ପଟେଲ ସାହିତ୍ୟ ସଂସଦ (୨୦୦୪), ପୋଲସରାର ଶରଣ ଶ୍ରୀକ୍ଷେତ୍ର
ସାହିତ୍ୟ ସଂସଦ (୨୦୦୭) , କୋଦଳା ଆଠଗଡ ମୋହତ୍ସବ (୨୦୦୮), ଯୁଗ ସାହିତ୍ୟ ସଂସଦ, ଗାନ୍ଧୀନଗର (୨୦୦୯), ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା (୨୦୧୦), ଉତ୍କଳିକା, ବାଲିପଦର (୨୦୧୦), ଭାଷା ସାହିତ୍ୟ ସଂସ୍କୃତି ଗାଁ ମହାପର୍ବ
(୨୦୧୨), ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ କବି ସମ୍ମିଳନୀ (୨୦୧୫) ଇତ୍ୟାଦି
।
ସେ ଶିବ ଜ୍ଞାନାମୃତ ଆଧ୍ୟାତ୍ମିକ ପତ୍ରିକା, ବ୍ରହ୍ମପୁରରୁ
କବିଶ୍ରୀ ଉପାଧି ପ୍ରାପ୍ତ, (୧୯୯୩) ଏବଂ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଛତ୍ରପୁରରୁ ଭଜନାନନ୍ଦ ଉପାଧିପ୍ରାପ୍ତ (୧୯୯୫), କଳଶଣ୍ଢପୁର
ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀରୁ ସମ୍ମାନିତ (୨୦୦୮) ହୋଇଛନ୍ତି ।
୨୦୦୭ରେ ପ୍ରକାଶିତ ଆଧ୍ୟାତ୍ମିକ ଗ୍ରନ୍ଥ ‘ଦିବ୍ୟ ଜୀବନ ପଥେ’ ଖୁବ ପାଠକୀୟ ଲାଭ କରିଥିଲା ।
ତାଙ୍କରି ଆତ୍ମା ସଦ୍ଗତି ପ୍ରାପ୍ତ ହେଊ ଏହା ଆମରି କାମନା ।
0 Comments