ମୋଦୀ ସରକାରଙ୍କ ନୂଆବର୍ଷ ଉପହାର– କମିଲା ଏଲପିଜି ସବସିଡି ଗ୍ୟାସ ସିଲିଣ୍ଡରରେ ଟ୧୨୦.୫୦ପ ଏବଂ ଅଣ-ସବସିଡିରେ ଟ୫.୯୧ପ।

ବିଗତ ବର୍ଷ ମୋଦୀସରକାର ନାହିଁ ନଥିବା କଟୁକ୍ତି ଗ୍ୟାସ ଏବଂ ପେଟ୍ରୋଲ ବା ତୈଳଦର ବୃଦ୍ଧିକୁ ନେଇ ପାଇଥିବା ବେଳେ ନୂଆ ବର୍ଷ ୨୦୧୯ରେ ସେ ଦେଶବାସୀଙ୍କୁ ଉପହାର ସଦୃଶ୍ୟ ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରରେ ଟ୧୨୦.୫୦ପ ଏବଂ ଅଣ-ସବସିଡିରେ ଟ୫.୯୧ପ କମାଇଛନ୍ତି ।
ମୋଦୀ ସରକାରଙ୍କ କାବିନେଟ ଗତ ମଧ୍ୟ ରାତ୍ରିରୁ ସିଲିଣ୍ଡର ଏକ କିଲୋର ଦାମ ଟ୧୪.୨ପ ସହ ସଂପୂର୍ଣ୍ଣ ଦେୟ ଟ୪୯୪.୯୯ପ କରିଛନ୍ତି । ପୂର୍ବରୁ ଏହା ଟ୫୦୦.୯୦ପ ଥିଲା ।
ସବସିଡିଥିବା ରନ୍ଧା ଗ୍ୟାସ ଗ୍ରାହକ ମାନେ ଟ୧୯୪.୦୧ପ ପ୍ରତି ସିଲିଣ୍ଡର ସବସିଡି ପାଇବେ ।
ଅନ୍ତରାଷ୍ଟ୍ରୀୟ ସ୍ତରରେ ଏଲପିଜି ଦର ହ୍ରାସ ଯୋଗୁଁ ସରକାର ସେହି ଲାଭ ସିଧାସଳଖ ଗ୍ରାହକଙ୍କୁ ଦେବା ଉଦ୍ଦେଶ୍ୟରେ ଏଭଳି କରିଥିବା ସୂତ୍ରରୁ ଜଣାପଡିଛି ।

Post a Comment

0 Comments