ଓଡିଆ ଭାଷା ସାହିତ୍ୟ ଜାଗରଣ ରାଜ୍ୟସ୍ତରୀୟ ପ୍ରତିଯୋଗୀତା-୨୦୧୮ର ଫଳାଫଳ ଘୋଷଣା ।

ଓଡ଼ିଶାଫାଇଲ୍ସ ଏବଂ ବସୁଧା କମ୍ପୁଟର ଦ୍ଵାରା ଆୟୋଜିତ ଓଡିଆ ଭାଷା ସାହିତ୍ୟ ଜାଗରଣ ରାଜ୍ୟସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗଳ୍ପ, କବିତା ଓ ପ୍ରବନ୍ଧ ପ୍ରତିଯୋଗୀତା-୨୦୧ର ଫଳାଫଳ ଏଠାରେ ଉଲ୍ଲେଖ କରାଯାଉଅଛି । 

ଉକ୍ତ ପ୍ରତିଯୋଗୀତାରେ କୃତିତ୍ଵ ହାସଲ କରିଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଓଡ଼ିଶାଫାଇଲ୍ସ ଏବଂ ବସୁଧା କମ୍ପୁଟର ତରଫରୁ ହାର୍ଦ୍ଦିକ ଅଭିନନ୍ଦ ଓ ଶୁଭେଛା । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଶ୍ରଦ୍ଧା, ଭଲପାଇବା ଏବଂ ସମ୍ମାନଦେଇ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ । ଆଶାନୁରୂପ ବଳିଷ୍ଠ ଲେଖା ଓ ପ୍ରତିଯୋଗୀଙ୍କ ଅଭାବ ଦେଖାଦେଇଥିବାରୁ ଚୟନକର୍ତ୍ତାଙ୍କୁ ବିଭିନ୍ନ ଦିଗରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା

କୃତିତ୍ଵଲାଭ କରିଥିବା ସମସ୍ତଙ୍କୁ ଖୁବ ଶୀଘ୍ର ପୁରସ୍କୃତ କରାଯିବ ବୋଲି ପ୍ରତିଷ୍ଠାତା ଶ୍ରୀ ନରେଶ କୁମାର ବେହେରା ଘୋଷଣା କରିଛନ୍ତି । ଫଳାଫଳ ଏହି ପ୍ରକାରେ :-
ଶ୍ରେଷ୍ଠ ଗଳ୍ପ  ସମ୍ମାନ – ଇତିଶ୍ରୀ ପ୍ରଧାନ, ଯାଜପୁର
ଶ୍ରେଷ୍ଠ ପ୍ରବନ୍ଧ  ସମ୍ମାନ – ବିକେଶ କୁମାର ସାହୁ, ନୂଆପଡା
ଶ୍ରେଷ୍ଠ କବିତା ସମ୍ମାନ – ସୂରଥ ପାଇକ, ଗଜପତି
ଦ୍ଵିତୀୟ ଶ୍ରେଷ୍ଠ କବିତା ସମ୍ମାନ – ଲକ୍ଷ୍ମୀପ୍ରିୟା ନାୟକ, କେନ୍ଦ୍ରପଡା
ତୃତୀୟ ଶ୍ରେଷ୍ଠ କବିତା ସମ୍ମାନ – ସ୍ନିଗ୍ଧା ମିଶ୍ର, କନ୍ଧମାଳ
ବିଶେଷ ସାରସ୍ଵତ ପ୍ରତିଭା ସମ୍ମାନ – କୌଶିକ କୁମାର ହୋତା, ମୟୂରଭଞ୍ଜ



Post a Comment

0 Comments