(ବାମରୁ) ସ୍ଵରାଜ ମିଶ୍ର, ଡ଼ ଦାଶରଥି ଦାସ, ଇନ୍ଦ୍ରନାଥ
ଚୌଧୁରୀ। ସୁଦର୍ଶନ ଆଚାର୍ଯ୍ୟ, ଅସିତ ମହାନ୍ତି, ଓ ସୌମ୍ୟରଞ୍ଜନ ପଟ୍ଟନାୟକ
୧୨୦ରୁ ଅଧିକ ଲେଖକ ଏହି ସାହିତ୍ୟକୋଷକୁ ନିଜ ପାଣ୍ଡିତ୍ୟ ଦ୍ଵାରା ସମୃଦ୍ଧ
କରିଛନ୍ତି । ଏହି ଜ୍ଞାନକୋଷଧର୍ମୀ ଗ୍ରନ୍ଥକୁ ସ୍ଵତନ୍ତ୍ର ଶୈଳୀରେ ରଚନା କରାଯାଇଛି । ବିଜ୍ଞା ଓ ଅଭିଜ୍ଞ
ଅଧ୍ୟାପକ ଗୋଷ୍ଠୀକୁ ନେଇ ଏହାର ସମ୍ପାଦନାମଣ୍ଡଳୀ ଗଠନ କରଯାଇଥିଲା । ଦାଶରଥି ଦାସ, ସୁଦର୍ଶନ ଆଚାର୍ଯ୍ୟ ଓ ଗଗନେନ୍ଦ୍ରନାଥ ଦାଶଙ୍କ ଭଳି ‘ଅତିବଡୀ
ଜଗନ୍ନାଥ ଦାସ ପୁରସ୍କାର’ ଏବ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ
ଅଧ୍ୟାପକ ତଥା ଗବେଷକ ମଧ୍ୟ ଏହି ସମ୍ପାଦନାମଣ୍ଡଳୀରେ ରହିଥିଲେ ।
ଗଗନେନ୍ଦ୍ରନାଥ ଦାଶ ଶାରୀରିକ ଅସୁସ୍ଥତା ପାଇଁ ଶେଷ ପର୍ଯ୍ୟନ୍ତ ସମ୍ପାଦନା
ମଣ୍ଡଳୀରେ ରହିନଥିବାରୁ ଅଧ୍ୟାପକ ଓ ଗବେଷକ ଦେବେନ୍ଦ୍ର କୁମାର ଦାଶ ଓ ଗୌରାଙ୍ଗ ଚରଣ ଦାଶ କାର୍ଯ୍ୟ
ସମ୍ପାଦନ କରିଥିଲେ।
ଏଥିରେ ୧୯୬୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ପ୍ରମୁଖ ଲେଖକଙ୍କୁ
ସ୍ଥାନିତ କରାଯାଇଛି । ସେମାନଙ୍କ ବାବଦରେ ଲେଖାଯିବା ସହିତ ଆମ ସାହିତ୍ୟ ଓ ସାହିତ୍ୟର
ବିଭିନ୍ନ ବିଭାବ ବାବଦରେ ପ୍ରାୟ ସାଢେ ତିନିହଜାର ତଥ୍ୟନିଷ୍ଠ ଲେଖା ସ୍ଥାନ ପାଇଛି । ଏହାକୁ ଧର୍ମ, ଦର୍ଶନ, ଇତିହାସ, ସାମାଜିକ ବିଜ୍ଞାନ, ମାନବବିଦ୍ୟା, ଅର୍ଥନୀତି, ଆଦି ବିଷୟ
ବିଚାର ଆଧାରରେ ପ୍ରସ୍ତୁତ କରାଯାଇଛି । ଏଥିସହ ସାହିତ୍ୟର ବିଭିନ୍ନ ଦିଗ, ସାହିତ୍ୟର ଇତିହାସ ଏବଂ ସାହିତ୍ୟର ସୂତ୍ରରେ ଜ୍ଞାନବିଜ୍ଞାନର ବିଦ୍ୟା ଶ୍ରୁଖଳା ସମ୍ପର୍କରେ
ଚର୍ଚ୍ଚା ରହିଛି । ଅଳଙ୍କରମୁକ୍ତ, କଳାତ୍ମକ ଓ ସହଜରେ ବୁଝି ହେବା ଭଳି ଲେଖାଗୁଡ଼ିକ
ପ୍ରସ୍ତୁତ କରାଯାଇଛି । ସାହିତ୍ୟାନୁରାଗୀ ପାଠକ, ଗବେଷକ ଓ ବକ୍ତା ଏଥିରୁ ଅନେକ ବ୍ୟବହାର ଉପଯୋଗୀ ଉପାଦାନ ପାଇପାରିବେ । ବିଷୟ ଚୟନ, ଉପସ୍ଥାପନା, ଆକାର, ଛାପା ଓ ବନ୍ଧେଇ
ଆଦି ସବୁ ଦୃଷ୍ଟିରୁ ଏହାକୁ ଅନନ୍ୟ ଓ ରୁଚିପୂର୍ଣ୍ଣ କରାଯାଇଛି ।
୧୯୧୨ ମସିହାରୁ ଦେବଗଡର ହରିହର ମହାପାତ୍ରଙ୍କ ‘କୁମାର କଣ୍ଠାଭରଣ’ରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଅନେକଗୁଡ଼ିଏ ଜ୍ଞାନକୋଷ ରଚନା ହୋଇଛି
। ସେଥିରେ ଓଡିଆ ଭାଷାରେ
ସମ୍ପାଦିତା ସେହି କୋଷଗ୍ରନ୍ଥ ଗୁଡିକରେ ସାହିତ୍ୟର ନାନା ପ୍ରସଙ୍ଗ ଓ ସାହିତ୍ୟିକମାନେ ମଧ୍ୟ ସ୍ଥାନ
ପାଇଛନ୍ତି । ମାତ୍ର ସାହିତ୍ୟକୁ
ନେଇ ସ୍ଵତନ୍ତ୍ର ଜ୍ଞାନକୋଷ ଆମ ଭାଷାରେ ଏଯାଏ ନଥିଲା।
ଏ ଦ୍ରୁଷ୍ଟିରୁ ଏହା ଓଡିଆ ଭାଷାର ପ୍ରଥମ ‘ସାହିତ୍ୟକୋଷ’। ଦେଢ ହଜାର ପୃଷ୍ଠାର ଏହି ପୁସ୍ତକର ମୂଲ୍ୟ ୧୮୦୦ ଟଙ୍କା ରହିଛି ।
0 Comments