‘ପିଏମ ନରେନ୍ଦ୍ର ମୋଦୀ’ଙ୍କ ବାୟୋପିକ ଷ୍ଟାର କିଏ ଏବଂ କେଉଁ କେଉଁ ଭାଷାରେ ହେଉଛି ଏହି ସିନେମା?

ମ୍ୟାରୀକମ୍ ର ନିର୍ଦେଶକ ଓମୁଙ୍ଗ କୁମାରଙ୍କ ଆଗାମୀ ଚଳଚିତ୍ର ପିଏମ ନରେନ୍ଦ୍ର ମୋଦୀରେ ପ୍ରଖ୍ୟାତ ଅଭିନେତା ବିବେକ ଓବେରୟ ନରେନ୍ଦ୍ର ମୋଦୀଙ୍କ ଭୂମିକରେ ଅଭିନୟ କରିବାର ତଥ୍ୟ ସାର୍ବଜନୀନ ହୋଇଛି । 

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂ ଉପରେ ଆଧାରିତ ଦି ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର ରିଲିଜ ହେବାକୁ ଏକ ସପ୍ତାହ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରେ ଆଧାରିତ ଏହି ଚଳଚିତ୍ରକୁ ନେଇ ସୋଶଲ ମେଡିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି ହେଲେ ଏହାର ପ୍ରଥମ ଲୂକ୍ ପୋଷ୍ଟର ଜାନୁୟାରୀ ୭ ତାରିଖଦିନ ଉନ୍ମୋଚନ ହେବାର ଆୟୋଜନ ଅଛି। ମୁମ୍ବାଇରେ ହେବାକୁ ଥିବା ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସ୍ଵୟଂ ନିଜେ ଏହି ପୋଷ୍ଟରକୁ ଉନ୍ମୋଚନ କରିବେ।
ବୋଲିୱୂଡ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ନିଜର ଟୁଇଟ ମାଧ୍ୟମରେ ଏହା ପରିପ୍ରକାଶ କରିଛନ୍ତି ।

ପିଏମ ନରେନ୍ଦ୍ର ମୋଦୀ ୨୩ଟି ଭାରତୀୟ ଭାଷାରେ ହେବ ବୋଲି ସୂଚନା ମିଳିଛି, ହେଲେ ବିବେକ ଓବେରୟଙ୍କ ବ୍ୟତୀତ ଅନ୍ୟାନ୍ୟ କଳାକାରଙ୍କ ସୂଚନା ମିଳିପାରିନାହିଁ।  

Post a Comment

0 Comments