ଏଲ. ପଦ୍ମାବତୀ ମେମୋରିଆଲ ଟ୍ରଫି T-20 କ୍ରିକେଟ ଟୁର୍ନାମେଣ୍ଟ ବିବରଣୀ

ବ୍ରହ୍ମପୁର (17/03): ବ୍ରହ୍ମପୁର ଷ୍ଟାଡିଅମଠାରେ ଆଜି ଏଲ. ପଦ୍ମାବତୀ ମେମୋରିଆଲ ଟ୍ରଫି ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ନାମେଣ୍ଟର ଉଦଘାଟନ ହୋଇସାରିଛି l
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏଲ. ପଦ୍ମାବତୀଙ୍କ ଭଉଣୀ ଆର. ସାବିତ୍ରୀ ଦେବୀ ଏବଂ ସୁପୁତ୍ର ଏସ. ସନ୍ତୋଷ ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ l
ସାତଦିନ ବ୍ୟାପି ହେବାକୁ ଥିବା ଉକ୍ତ ଟୁର୍ନାମେଣ୍ଟରେ ଓଡିଶା ଏବଂ ଓଡିଶା ବାହାରୁ ମୋତେ 10ଟି ଦଳ ସାମିଲ ହୋଇଛନ୍ତି l
ଟୁର୍ନାମେଣ୍ଟରେ ଭାଗ ନେଇଥିବା ଦଳଗୁଡିକ ହେଲା, ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରୁ ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ, ବ୍ରହ୍ମପୁରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ, ଷ୍ଟାର ଇଲେଭେନ, ଲିଡର୍ସ କ୍ରିକେଟ କ୍ଲବ, ଅକ୍ସଫୋର୍ଡ କ୍ରିକେଟ କ୍ଲବ, ଜୁନିଅର କ୍ରିକେଟ କ୍ଲବ, ଖଲ୍ଲିକୋଟ କ୍ରିକେଟ, ରୟାଲ କ୍ରିକେଟ କ୍ଲବ, ଅକ୍ସଫୋର୍ଡ ବ୍ଲୁ, ଏବଂ ଏମ. ସି. ସି. କ୍ରିକେଟ କ୍ଲବ l
ଆଜି ଉଦ୍ଘାଟନୀ ମ୍ୟାଚ ଇଚ୍ଛାପୁର ଫ୍ରେଣ୍ଡ୍ସ କ୍ରିକେଟ ଏବଂ ରାମେଶ୍ୱର ସ୍ପୋର୍ଟିଂ କ୍ଲବ ମଧ୍ୟରେ ଦିବା 12ଘଟିକାରେ ପ୍ରାରମ୍ଭ ହୋଇଥିଲା l ରାମେଶ୍ୱର ସ୍ପୋର୍ଟିଂ କ୍ଲବ Toss ଜିତି ପ୍ରଥମେ ବ୍ୟାଟିଂ କରି 20 ଓ଼ବେରରେ 6 ଵିକେଟ ହରାଇ ମୋଟ 174 ରନ କରିବାରେ ସକ୍ଷମ ହୋଇଥିଲେ l ବିପକ୍ଷ ଦଳ ଇଚ୍ଛାପୁର FCC 9 ଵିକେଟ ହରାଇ 175ରନ କରି ମ୍ୟାଚ ନିଜ ହାତକୁ ନେଇଥିଲେ l ଇଚ୍ଛାପୁରରେ ଅନିଲ କୁମାର ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ l
ଏହି ମ୍ୟାଚକୁ ଏମ୍ପାଇରିଂ କରିଥିଲେ, ସରୋଜ କୁମାର ପାଢ଼ୀ ଏବଂ ଶିଶିର କୁମାର ଭୋଳ l
scorer ଥିଲେ ସତ୍ୟ ନାରାୟଣ ପରିଡା ଏବଂ ପ୍ରସନ୍ନ ପାଢ଼ୀ l
ପ୍ରଥମ ଦିନରେ ଉପସ୍ଥିତ ଥିଲେ ଏସ. ଗିରୀ, ଅର୍ଜୁନ ରାୟ, ଶିବ, ଏବଂ  ପ୍ରମୋଦ ସାହୁ l ସହଯୋଗ କରିଥିଲେ ସୁରେଶ ଏବଂ ନବୀନ l
ଟୁର୍ନାମେଣ୍ଟର ସେମି ଫାଇନାଲ 21ମାର୍ଚ୍ଚ ଏବଂ ଫାଇନାଲ ମ୍ୟାଚ 23 ତାରିଖରେ ଧାର୍ଯ୍ୟ କରାଯାଇଅଛି l 

Post a Comment

0 Comments