ବ୍ରହ୍ମପୁରରେ ଭଗତ ସିଁଙ୍କ ସ୍ମୃତିଚାରଣ ଦିବସ ପାଳନ

ବ୍ରହ୍ମପୁର, ୨୩।୦୩: ସ୍ଥାନୀୟ ହରଡାଖଣ୍ଡି ରୋଡ଼ ସ୍ଥିତ ଆନନ୍ଦନଗର କେନାଲ ସାହିଠାରେ ଭଗତ ସିଂ ଯୁବସଂଘର ୨୩ତମ ପ୍ରତିଷ୍ଠା ଦିବସ ତଥା ଶହିଦ ମାନଙ୍କ ପ୍ରତି ସ୍ମୃତି ଚାରଣ ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଯୁବସଂଘର  ପ୍ରତିଷ୍ଠାତ ସଭାପତି ଶ୍ରୀ ମନୋଜ କୁମାର ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଭଗତ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ସଭାରେ ବୋବାଲ୍ ପଲିଟିକ୍ସର ମାନ୍ୟବର ରଞ୍ଜିତ ନନ୍ଦ, ଜୟକୃଷ୍ଣ ପାତ୍ର, ଡକ୍ଟର ମାଧବ ସେଠୀ, ମନୋଜ ଦାସ, ଶିବରାମ ସାହୁ, ଭାସ୍କର ବେହେରା, ଜୟା ରେଡ୍ଡୀ, ଗୋବିନ୍ଦ ବିଶୋୟୀ, ଘନଶ୍ୟାମ ପଣ୍ଡିତ, ସାଜିଦ୍ ହୁସେନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଜନସାଧାରଣ ଯୋଗଦେଇ ଆଜିର ଯୁବପିଢୀ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜର ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଯୁବସଂଘ ସମ୍ପାଦକ ଶ୍ରୀ ମୁନା ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments