କେନ୍ଦ୍ରାପଡା, ୧୯।୦୩:
କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ବଣହରାଠାରେ ଭଗବତ ଗୋସାଇଁଙ୍କ ଦୋଳମେଳଣ ଅନୁଷ୍ଠିତ
ହୋଇଯାଇଛି । ଏଥିରେ
ବିଭିନ୍ନ ମଠ ମନ୍ଦିରର ରାଧାକୃଷ୍ଣ ଠାକୁର ସୁନ୍ଦର ଭାବରେ ବିମାନରେ ସଜ୍ଜିତ ହୋଇ ମେଳଣରେ ଉପସ୍ଥିତ
ପହଞ୍ଚିଥିଲେ । ମେଳଣରେ
ମୁଖ୍ୟ ଜମିଦାର କାନୁନଗୋଙ୍କ ଠାକୁର ଗୋପୀନାଥ ଜୀଉ, ଗୋବିନ୍ଦ ଅଧିକାରୀ ଠାକୁର, ପଣ୍ଡା ଦାସଙ୍କ ଠାକୁର ଏବଂ ପୋଟଳି
ମଠର ଅଧୀଶ୍ଵରଙ୍କ ସହିତ ପ୍ରଥମେ ବିରାଜିତ ହୋଇଥିଲେ ।
ପରେ ପରେ ବଣହରା ଗ୍ରାମର
ମିଶ୍ରଘର ଠାକୁର ରଘୁନାଥ, ଫୋଗଳ ଗ୍ରାମର ଶତପଥିଙ୍କ ଘରଠାକୁରଙ୍କ
ସହିତ ପ୍ରୋଶେସନରେ ଆସି ମେଳଣସ୍ଥାନରେ ପହଞ୍ଚିଲେ । ପରେ ବାଘିଳ ମଠ, ଜଂଟିଳ ମଠର ଠାକୁର ମଧ୍ୟ ନିଜ ନିଜ ପ୍ରୋଶେସନରେ
ଆସି ମେଳଣ ସ୍ଥଳରେ ଉପସ୍ଥିତ ହୋଇଥିଲେ ।
ପରେ ଅନ୍ତାଳ ମଠର ରଘୁନାଥ, ଗୋଲବାବୁଙ୍କ ବିମାନ, ବଣହରା ଇନ୍ଦ୍ରମାନି ମିଶ୍ରଙ୍କ
ରଘୁନାଥ ଏବଂ ମଠାଧୀଶ ମଦନମୋହନ ସୁନ୍ଦର ଭାବରେ ସଜ୍ଜିତ ହୋଇ ଆସି ପହଞ୍ଚିଲେ । ସେହି ସମୟରେ ଭକ୍ତଙ୍କ ହରିବୋଲ ହୁଳହୁଳିରେ ଗ୍ରାମ ବୈକୁଣ୍ଠରେ ପରିଣତ
ହୋଇଥିଲା। ଏହି ମେଳଣକୁ
ଦେବକୀ ନନ୍ଦନ ମିଶ୍ର, ପିତମ୍ବର
ମିଶ୍ର, ବିଷ୍ଣୁ ମିଶ୍ରଙ୍କ ସମେତ ଗ୍ରାମର ଅଣ ନେତୃବୃନ୍ଦମାନେ ଖୁବ ସୁନ୍ଦର
ଭାବରେ ପରିଚାଳନ କରିଥିଲେ ।
0 Comments