ନିର୍ବାଚନ ପ୍ରସ୍ତୁତିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର, ୨୩।୦୩: ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ନିର୍ବାଚନ) ଡଃ ବିଜୟାନନ୍ଦ ସେଠୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ଜିଲ୍ଲାପାଳ ସୂଚନା ଦେଇଥିଲେଯେ, ଜିଲ୍ଲାର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ, ଏହିପରି ୧୩ଟି ପିଂକ ବୂଥ ରହିବ, ଯାହାକୁ କେବଳ ମହିଳା ପୋଲିଂ ଅଧିକାରୀମାନେ ପରିଚାଳନା କରିବେ ଏଥିପାଇଁ ମହିଳା ପୋଲିଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇସରିଛି। ଏଥି ସହିତ ୧୧ଟି ମଡେଲ ବୁଥର ମଧ୍ୟ ବ୍ୟବସ୍ଥା ରହିଛି । ଏହି ମଡେଲ ବୁଥ ଗୁଡିକରେ ଭୋଟରମାନଙ୍କୁ ସ୍ଵତନ୍ତ୍ରଭାବେ ସ୍ଵାଗତ କରାଯିବ ଜିଲ୍ଲାରେ ଥିବା ୪,୮୮,୪୬ ଦିବ୍ୟାଙ୍ଗ ଭୋଟରମାନଙ୍କୁ ସେମାନକୁ ଘରୁ ପୋଲିଂ ବୁଥ ପର୍ଯ୍ୟନ୍ତ ନେବା ଆଣିବାର ବ୍ୟବସ୍ଥା କରାଯିବ ସଂଯୋଜକମାନେ ଏହାର ସୁବ୍ୟବସ୍ଥା କରିବେ
ଜିଲ୍ଲା ଅଫିସର କନ୍ଟ୍ରୋଲ ରୁମରେ ଦିବାରାତ୍ର ଭୋଟର ହେଲ୍ପ ଲାଇନ କାର୍ଯ୍ୟ କରୁଛି। ୧୯୫୦ ଡାୟଲ କରି ଭୋଟରମାନେ ସାହାଯ୍ୟ ଗ୍ରହଣ କରିପାରିବେ ଓ ଅଭିଯୋଗ ମଧ୍ୟ କରିପାରିବେ ପ୍ରତ୍ୟେକ ବୁଥରେ ଗୋଟିଏ ଭୋଟର ହେଲ୍ପ ଡେସ୍କର ବ୍ୟବସ୍ଥା ରହିଛି ଯେଉଁଠି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭୋଟର ଓ ଦୁର୍ବଳ ଭୋଟରମାନଙ୍କୁ ସାହାଯ୍ୟ କରିବାପାଇଁ ନିରପେକ୍ଷ ସ୍ଵେଚ୍ଛାସେବୀ ନିଯୋଜିତ ରହିବେ
ସମସ୍ତ ୩୦୬୩ ବୁଥଗୁଡିକୁ ରାମ୍ପ, ପାଇଖାନା, ପିଇବାପାଣି, ବିଜୁଳି ଭଳି ନିଶ୍ଚିତ ସର୍ବନିମ୍ନ ବ୍ୟବସ୍ଥା କରାଯାଇଛି ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭଳି ଘଟଣାକୁ ଦୃଷ୍ଟିରେ ରଖି ବୁଥଗୁଡିକରେ ମଧ୍ୟ ପ୍ରାକ୍ ପ୍ରସ୍ତୁତି କରାଯିବ ବୁଥଗୁଡିକରେ ଆବଶ୍ୟକ ଔଷଧ, ଓଆରଏସ ପାକେଟ ମହଜୁଦ ରହିବତ୍ଵରିତ ଡାକ୍ତର ଦଳ ଏଭଳି ଘଟଣାର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବେ । ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସର ମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ୧୦୯ଜଣ ମାଷ୍ଟର ଟ୍ରେନର, ୭୨୦୦ଜଣ ପୋଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି
ନିର୍ବାଚନ ଖର୍ଚ ନିରୀକ୍ଷଣ କରିବାପାଇଁ ୫ଜଣ ଏକ୍ସପେଣ୍ଡିଚର ଅବ୍ଜେର୍ବର ଜିଲ୍ଲାରେ ପହଞ୍ଚି ସାରିଛନ୍ତି । ସେମାନଙ୍କ ସହ ୧୩ଜଣ ଆସିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବ୍ଜେର୍ବର, ୧୩ଟି ଏକାଉନ୍ଟିଂ ଟିମ, ୩୯ଟି ଫ୍ଲାଇଙ୍ଗ ସ୍କ୍ୱାଡ ଟିମ, ୩୯ଟି ଷ୍ଟାଟିକ ସର୍ବେଲାନ୍ସ ଟିମ, ୩୯ଟି ଭିଡିଓ ସର୍ବେଲାନ୍ସ ଟିମ, ୧୩ଟି ବିଡିଓ ଭିୟୁରଙ୍ଗ ଟିମ ନିଯୋଜିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବ୍ୟାପକ ଅବକାରୀ ଚଢାଉ ଜାରି ରହିଛି ଆଗାମୀ ଦିନରେ ଚଢାଉକୁ ଜୋର୍ଦାର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ

Post a Comment

0 Comments