ଘଣ୍ଟଯାତ୍ରା ଅନ୍ଧୋଳନର ପ୍ରଭାବରେ ଅନେକ ମେଡିକାଲ ସମସ୍ୟା ସମାଧାନ ହୋଇଛି । ଏମକେସିଜି ମେଡିକାଲରେ ଦୀର୍ଘ ଆଠବର୍ଷରୁ
ବନ୍ଦ ପଡିଥିବା ଟ୍ରମାକେୟାର ସେଣ୍ଟର କାର୍ଯ୍ୟକ୍ଷମ, ସେଣ୍ଟ୍ରାଲ
ଆଇସିୟୁ ୪ ଶଯ୍ୟାରୁ ୨୦ ଶଯ୍ୟା ବିଶିଷ୍ଟ ସଂପୂର୍ଣ୍ଣ ମାଗଣାରେ ହୋଇପାରିଛି । ସିଟିସ୍କାନ ସ୍ଥାପନ, ଡିଜିଟାଲ ଏକ୍ସରେ ମେସିନ ସ୍ଥାପନ, ବରିଷ୍ଠ ନାଗରିକଙ୍କ
ପାଇଁ ମାସିକ ଗୋଟିଏ ଦିନ ସ୍ଵତନ୍ତ୍ର ଜେରିଆଟ୍ରିକ ବିଭାଗ ଖୋଲିବା, ରକ୍ତ
ଭଣ୍ଡାରରେ ଅନିୟମିତତା ଦୂର ହେବ ଭଳି ବହୁ ସମସ୍ୟା ହୋଇଛି ।
ଏହିଭଳି ଅନେକ ବିଭାଗ ଓ ଯନ୍ତ୍ରପାତି ନିର୍ଦେଶ ବା ଉଦ୍ଘାଟନ ହୋଇଯାଇ କାର୍ଯ୍ୟକାରିଣୀ
ହୋଇନାହିଁ । ଏହି ଦୀର୍ଘମିଆଦି ଆନ୍ଦୋଳନ ଅବ୍ୟାହତ ରହିବ, କିନ୍ତୁ ଅନ୍ୟାନ୍ୟ ମୌଳିକ ଅଧିକାର ଜନିତ ସମସ୍ୟା ସମାଧାନ
ଦାବି ନେଇ ମଧ୍ୟ ଆଗକୁ ଘଣ୍ଟଯାତ୍ରା ଅନୁଷ୍ଠିତ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଶ୍ରୀ ଅବନୀ କୁମାର ଗୟା କହିଛନ୍ତି
। ଆଜିର ଏହି ଘଣ୍ଟଯାତ୍ରାରେ ସହଯୋଗୀ ମାନେ ହେଲେ, ଶଙ୍କର ସାହୁ, ମନୋଜ କୁମାର ତରାଇ, ଗୁରୁଚରଣ ପାତ୍ର, ସୁରେନ୍ଦ୍ର ନାଥ ପଣ୍ଡା, ରାଜେନ୍ଦ୍ର ଦଳବେହେରା, ମହେଶ୍ଵର ବଡାତ୍ୟା, ଲକ୍ଷ୍ମୀନାରାୟଣ ରାଉତ, ପଦ୍ମାଲୋଚନ ମହାପାତ୍ର, ଆର. ସତ୍ୟନାରାୟଣ ରାଓ, ମାଗୁଣି ନାହକ, ଶ୍ୟାମସୁନ୍ଦର ଖାଡାଙ୍ଗା, ନୀଳାଚଳ ନନ୍ଦ ଇତ୍ୟାଦି । ବ୍ରହ୍ମପୁରରୁ
ଯଜ୍ଞନାରାୟଣ ପଣ୍ଡା ଓ ନରେଶ କୁମାର ବେହେରାଙ୍କ ରିପୋର୍ଟ ।
0 Comments