ବ୍ରହ୍ମପୁର- ୨ଠ/ଠ୩ ଗତକାଲି ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଉଦ୍ୟୋଗୀ ସଂଘ(ଓସ୍ମେ),କଟକ ଏମ.ଏସ.ଏମ.ଡି.ଆଇ , କଟକ ଜାତୀୟ ଅନୁସୂଚିତ ଜାତି ଓ ଅନୁଜାତି ହବ୍ ର ମିଳିତ ଆନୁକୂଲ୍ୟରେ ଗତ ମଙ୍ଗଳବାର ଦିନ ବ୍ରହ୍ମପୁରସ୍ଥିତ ଶ୍ରୀ ବାଲାଜୀ ହୋଟେଲରେ ମେଗା ଭେଣ୍ଡର ଡେଭଲପମେଣ୍ଟ ତଥା କ୍ରେତା-ବିକ୍ରେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଏମ.ଏସ.ଏମ.ଡି.ଆଇ ର ନିର୍ଦେଶକ ଡା. ଏସ.କେ.ସାହୁ ମୁଖ୍ୟ ଅତିଥି ଭାବେ ଦୀପ ଜାଳି ଉଦ୍ଘାଟନ କରିଥିଲେ। ଜାତୀୟ ଏସ୍ ସି-ଏସ୍ ଟି ହବ ର ପରିଚାଳକ ସୁଭାଶିଷ ଦାସ,ଇଣ୍ଡିଆନ ଆର୍ଥ ଲିଃ ର ସିଜିଏମ,ଏ.ଜେ. ଜନ।ର୍ଥନନ,ଗୋପାଳପୁର ପୋର୍ଟ ଲିଃ ର ୟୁନିଟ ହେଡ ଏସ.ଏସ.ପରିକ,ସରାଫ ଏଜେନ୍ସି ର ପ୍ରକଳ୍ପ ନିର୍ଦେଶକ ଡା.ଭି.ବି.କେ ମୂର୍ତି ଓ ଆସ୍କା ସୁଗାର ଇଣ୍ଡଷ୍ଟ୍ରିସ ର ପରିଚାଳନା ନିର୍ଦେଶକ,ଲକ୍ଷ୍ମୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଅଧକ୍ଷ ଗୌରୀଶଙ୍କର ଦାଶ ସ୍ୱାଗତ ଭାଷଣ ସହ ଶିଳ୍ପଉଦ୍ୟୋଗୀମାନଙ୍କ ଉତଥାନ ଉପରେ ଗୁରୁତ୍ତ୍ଵ ଆରୋପ କରି ରାଷ୍ଟ୍ରାୟତ ଓ ବେସରକାରୀ ବୃହତ ଶିଳ୍ପଗୁଡିକ କିପରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ସହଯୋଗ କଲେ ସେମାନେ ବଜ଼ାର ସେ ନିଜକୁ ଖାପ ଖୁଆଇ ଚାଲିପାରିବେ ଓ ନିଜର ବ୍ୟବସାୟକୁ ଆଗକୁ ବଢ଼ିପାରିବେ ସେ ଦିଗରେ ବ୍ୟାଖ୍ୟା କରିଥିଲେ । ଯାହା ଦ୍ୱାରା ରାଜ୍ୟରେ ହଜାର ହଜାର ଏମ.ଏସ.ଏମ.ଇ ଶିଳ୍ପ ସଂସ୍ଥା ଉପକୃତ ହୋଇପାରିବ ଓ ଅଧିକ ରୁ ଅଧିକ ଭେଣ୍ଡର ପଂଜିକରଣ ହେଲେ ରାଜ୍ୟର ଶିଳ୍ପଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ବୋଲି ଶିଳ୍ପ ସଂଘ ତରଫରୁ ଦାବି କରାଯାଇଥିଲା ।
0 Comments