ତ୍ରୁଟିପୂର୍ଣ୍ଣ ଓଡ଼ିଆ ପ୍ରଶ୍ନପତ୍ରକାରଣରୁ ସମସ୍ତ ପ୍ରକ୍ରିୟାକୁ ନିଷ୍କ୍ରିୟ ପାଇଁ ଦାବୀ

ଭୁବନେଶ୍ଵର, ୧୯୦୩: ରାଜ୍ୟରେ ଚଳିତବର୍ଷ ରାଜ୍ୟ ପ୍ରକରଣ ମଣ୍ଡଳୀ ଦ୍ଵାରା ପରିଚାଳିତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଶ୍ନପତ୍ରରେ ମାତ୍ରାଧିକ ତ୍ରୁଟି ସମ୍ବନ୍ଧରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରଶ୍ନପତ୍ର ବିରୋଧୀ ପରୀକ୍ଷାର୍ଥୀ ମହାସଂଘ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ଗତ ୧୪ମାର୍ଚ ୨୦୧୯ ତାରିଖରେ ଲିଖିତ ପରୀକ୍ଷା କରାଇବା ପାଇଁ ରାଜ୍ୟ ପ୍ରକରଣ ମଣ୍ଡଳୀ ଭୁବନେଶ୍ଵର ଅଧ୍ୟକ୍ଷଙ୍କୁ ଲିଖିତ ଅନୁରୋଧ କରିଥିଲା
କିନ୍ତୁ ଦୁଃଖର ବିଷୟ ରାଜ୍ୟ ପ୍ରକରଣ ମଣ୍ଡଳୀ କର୍ତ୍ତୃପକ୍ଷ ଏବବାଦରେ କୌଣସି ବିଚାର ନକରି ଅନ୍ୟାୟ ପୂର୍ବକ ୧୯ ମାର୍ଚ ୨୦୧୯ରେ ଉତ୍ତର-ସାରଣୀ ବାହାରକରିବା ପାଇଁ ଜାରିକରିବା ଏକ ଷଡଯନ୍ତ୍ର ଏବଂ ମନମୁଖୀ କାର୍ଯ୍ୟକଳାପକୁ ପଦାରେ ପକାଇଛି ତେଣୁ ଏହି ମନ୍ଦ ଉଦ୍ଦେଶ୍ୟଧର୍ମୀ ପଦକ୍ଷେପକୁ ବିଭାଗର ପ୍ରତ୍ୟେକ ପରୀକ୍ଷାର୍ଥୀ ଦୃଢନିନ୍ଦା କରିବା ସହ ଏହାର ଘୋର ବିରୋଧକରି ଆଜି କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ
କର୍ତ୍ତୁପକ୍ଷ ଯେ ପର୍ଯ୍ୟନ୍ତ ଏପରି ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ରର ଲିଖିତ ପରିକ୍ଷାକୁ ନିଷିଦ୍ଧ ଘୋଷଣା ନକରି ପୁନର୍ବାର ନୂତନ ଲିଖିତ ପରୀକ୍ଷା କରିବାପାଇଁ ପଦକ୍ଷେପ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟାକୁ ନିଷ୍କ୍ରିୟ କରାଯିବ, ନଚେତ ପ୍ରତ୍ୟେକ ପରୀକ୍ଷାର୍ଥୀ ଏଠାରେ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ବିକ୍ଷୋଭ କରିବା ପାଇଁ ଚେତାବନୀଦେଇ ବସିରହିଥିଲେ ଏସଏସବି ସେକ୍ରେଟାରୀ ଧାରଣାକାରୀଙ୍କଠାରୁ ଦାବୀପତ୍ର ନେଇ ପ୍ରତିଶ୍ରୁତି ଦେବାପରେ ଧାରଣାକାରୀମାନେ ଧାରଣାସ୍ଥଳରୁ ହଟିଥିଲେ ଧାରଣାକାରିଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ଚିନ୍ତାମଣି ଜେନା, ସୁଜାତା ସାହାନୀ, ବନସ୍କମିତା ନାୟକ, ରୁଦ୍ର ପ୍ରସାଦ ମିଶ୍ର, ସନ୍ତୋଷ କୁମାର ପାଲ ଓ ରୂପାଲୀ ସମନ୍ତରାଙ୍କ ସମେତ ଅନ୍ୟମାନେ ଥିଲେ  

Post a Comment

0 Comments