ଖଇରା,୨/୪- ମୟୂରଭଞ୍ଜ ଜିଲ୍ଲା ବଡସାହି ନିକଟରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଓଡିଆ ଲେଖକ ପରିଷଦ ପକ୍ଷରୁ ରାଜ୍ଯସ୍ତରୀୟ କବିତା ମହାଯଜ୍ଞ, କବି, ଲେଖକ ଓ କଳାକାର ସମ୍ମେଳନ, ପୁସ୍ତକ ଉନ୍ମୋଚନ ଏବଂ ୩୯ ତମ ବାଣୀପୀଠ ମହୋତ୍ସବ-୨୦୧୯ ତରଫରୁ ବାଣୀପୀଠ ପୁରସ୍କାର, ପଦବୀ, ପଦକ, ମାନପତ୍ର ଓ ଉପାୟନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ବାଣୀପୀଠ କାର୍ଯ୍ୟକ୍ରମକୁ ରାଜ୍ଯର କୋଣ ଅନୁକୋଣରୁ ଆସି ଥିବା ପ୍ରତିଭଧାରି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିମଧ୍ଯରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ବାଣୀପୀଠ ସମ୍ମାନରେ ସମ୍ମାନିତ କରି ଅନୁଷ୍ଠାନ ନିଜକୁ ଗର୍ବିତ ମନେକରିଛି ।
ସୁଦୂର ବାଲେଶ୍ବର ଜିଲ୍ଲାରୁ ଯାଇ ମୟୂରଭଞ୍ଜର ବଡସାହି ଠାରେ ଅନୁଷ୍ଠିତ ବାଣୀପୀଠ ମହୋତ୍ସବରେ ସମ୍ମାନିତ ହୋଇଥିବାରୁ ଶ୍ରୀ ଵେହେରା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ଅତିଥିମାନେ ଶ୍ରୀ ଵେହେରାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ସୁନ୍ଦର କବିତା ଓ ଗଳ୍ପଲେଖା ପାଇଁ । ଶେଷରେ ଧନ୍ୟବାଦ ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
0 Comments