ଖଇରା ଶ୍ୟାମସୁନ୍ଦରପୂର ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖଇରା: ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୂର ଗ୍ରାମର ଗ୍ରାମଦେବତୀ ମାଁ ସିଦ୍ଧ ବେକେଟେଇଙ୍କ ପ୍ରାଙ୍ଗଣରେ ୯ମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ଥିବା ଯଜ୍ଞ କମିଟିଦ୍ଵାରା ୧୧ଜଣ ୧୧ଗୋଟି କଳସ ଧରି ଶୋଭାଯାତ୍ରା କରିଥିଲେ । କଳସ ସ୍ଥାପନପରେ ମୁଖ୍ୟ ପୂଜକ ଦେବଦତ୍ତ ଶତପଥି, ମଧୁସୂଦନ ଆଚାର୍ଯ୍ୟ ଓ ଗୋପାଳ ଆଚାର୍ଯ୍ୟଙ୍କ ଦ୍ଵାରା ପୂଜାପାଠ, ଗୀତାପାଠ କରାଯାଇଥିଲା । 

ଗାଁ କମିଟିର ସଭାପତି ଭାଗୀରଥୀ ଦାସଙ୍କ ସମେତ ମାନସ ରଞ୍ଜନ ରାଉଳ, ଇନ୍ଦୁଭୂଷଣ ପ୍ରଧାନ, ଉପେନ୍ଦ୍ର ନାୟକ ଓ ରାମଚନ୍ଦ୍ର ବେହେରା ପ୍ରମୁଖ ଗ୍ରାମବାସୀ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଯଜ୍ଞ ଦେଖିବାକୁ ଅଞ୍ଚଳବାସୀଙ୍କ ତରଫରୁ ବହୁଲୋକ ସମାଗମ ହୋଇଥିଲେ 

Post a Comment

0 Comments