ଖଇରା ସାରକୋଣ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଖଇରା,୨/୪- ବାଲେଶ୍ବର ଜିଲ୍ଲା  ଖଇରା ବ୍ଲକ ସାରକୋଣ ନୋଡାଲ ଉପ୍ରା ବିଦ୍ଯାଳୟରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଅଧ୍ଯକ୍ଷତାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟ ର ଛାତ୍ରଛତ୍ରୀ ମାନଙ୍କୁ ନେଇ ପ୍ରବେଶ ଉତ୍ସବକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେପରେ ୮୭ ଜଣ ପିଲାଙ୍କ ନାମଲେଖା ଯାଇ ମିଷ୍ଟାନ୍ନ ବଣ୍ଟନ ସହିତ ନୂତନ ପୁସ୍ତକ ପ୍ରଦାନ କରାଯାଇଥିଲା । 
ଏଥିରେ ବିଦ୍ୟାଳୟର ଚେୟାର ପର୍ସନ ହେମନ୍ତ କୁମାର ନାୟକ, ବାସନ୍ତୀ ନାୟକ, ଗୌରାଙ୍ଗ ଚରଣ ମୁଖି ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଚେୟାର ପର୍ସନ ଶ୍ରୀ ନାୟକ ଦେବା ସହିତ ବିଦ୍ୟାଳୟ ମାନଙ୍କରେ ଏଭଳି କାର୍ଯ୍ୟକ୍ରମ କରାଗଲେ ପିଲା ମାନଙ୍କର ବିଦ୍ୟାଳୟ ପ୍ରତି ଆଗ୍ରହ ବଢିଵ ଵୋଲି କହିଥିଲେ ।

Post a Comment

0 Comments